Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୀମା ଶୁଳ୍କ ମାମଲାରେ ପାରସ୍ପରିକ ସହଯୋଗ ପାଇଁ ଭାରତ ଓ ଆର୍ମେନିଆ ମଧ୍ୟରେ ଚୁକ୍ତିକୁ କ୍ୟାବିନେଟର ମଞ୍ଜୁରି


ସୀମା ଶୁଳ୍କ ମାମଲାରେ ପାରସ୍ପରିକ ସହଯୋଗ ଓ ସହାୟତା ନିମନ୍ତେ ଭାରତ ଓ ଆର୍ମେନିଆ ମଧ୍ୟରେ ସ୍ୱାକ୍ଷର ହେବାକୁ ଥିବା ଚୁକ୍ତି ଓ ଅନୁସମର୍ଥନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି ।

ଉଭୟ ରାଷ୍ଟ୍ରର ସରକାରଙ୍କ ଅନୁମୋଦନ ପରେ ଦୁଇ ଦେଶ ମଧ୍ୟରେ ବୁଝାମଣା ସ୍ୱାକ୍ଷର ହେବ । ଏହି ବୁଝାମଣା ଲାଗୁ ହେବା ପାଇଁ ଜରୁରୀ ଜାତୀୟ ଆଇନଗତ ଆବଶ୍ୟକତାକୁ ପୂରଣ କରାଯାଇ ସାରିଥିବା ସମ୍ପର୍କରେ ଚୁକ୍ତିବଦ୍ଧ ହେବାକୁ ଥିବା ପକ୍ଷ ପରସ୍ପରକୁ ନିଜର କୂଟନୀତିକ ମାଧ୍ୟମରେ ଅବଗତ କରାଇବା ପରେ ଦ୍ୱିତୀୟ ମାସର ପ୍ରଥମ ଦିନରୁ ଏହା କାର୍ଯ୍ୟକ୍ଷମ ହେବ ।

ଏହି ବୁଝାମଣା ଦ୍ୱାରା ସୀମା ଶୁଳ୍କ ଅପରାଧର ତଦନ୍ତ ଓ ମୁକାବିଲା ପାଇଁ ଆବଶ୍ୟକ ସୂଚନା ଆଦାନ ପ୍ରଦାନ କରାଇବା ସହାୟକ ହେବ । ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ବୈଧ ସାମଗ୍ରୀ କାରବାରର ସୁବିଧା ମଧ୍ୟ ମିଳିପାରିବ ।