ପିଏମଇଣ୍ଡିଆ
ସୀମା ଶୁଳ୍କ ମାମଲାରେ ସହଯୋଗ ବୃଦ୍ଧି ପାଇଁ ଭାରତ ଏବଂ ତାଜିକିସ୍ଥାନ ମଧ୍ୟରେ ରାଜିନାମାକୁ ଅନୁମୋଦନ କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି ।
ଏହି ଚୁକ୍ତି, ସୀମା ଶୁଳ୍କ ଅପରାଧଗୁଡିକର ପ୍ରତିରୋଧ ଏବଂ ତଦନ୍ତ ପାଇଁ ପ୍ରାସଙ୍ଗିକ ସୂଚନା ଉପଲବ୍ଧ କରାଇବାରେ ସହଯୋଗ କରିବ । ଏହି ବୁଝାମଣା ବ୍ୟାପାର ବାଣିଜ୍ୟ ସୁଗମ କରିବ ଏବଂ ଦେଶ-ଦେଶ ମଧ୍ୟରେ ବ୍ୟାପାର ସାମଗ୍ରୀଗୁଡିକର ସହଜ ନିଷ୍କାସନକୁ ସୁନିଶ୍ଚିତ କରିବାର ଆଶା ରହିଛି ।
ସୂଚନାଯୋଗ୍ୟ ଯେ ଏହି ବୁଝାମଣା ଦୁଇ ଦେଶ ମଧ୍ୟରେ ସୀମା ଶୁଳ୍କ ଅଧିକାରୀମାନଙ୍କ ମଧ୍ୟରେ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ କରିବା ପାଇଁ ଏକ ଆଇନଗତ ରୂପରେଖ ପ୍ରଦାନ କରିବ । ସୀମା ଶୁଳ୍କ ଆଇନର ଉଲ୍ଲଂଘନ ରୋକିବା ସହ ଆଇନଗତ ବ୍ୟାପାର ସୁବିଧା ଏବଂ ସହଯୋଗ କରିବା କ୍ଷେତ୍ରରେ ଉଚିତ ମାର୍ଗ ଦର୍ଶନ କରିବ ।
**********