Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୀମା ଶୁଳ୍କ ମାମଲାରେ ସହଯୋଗ ପାଇଁ ଭାରତ, ତାଜିକିସ୍ଥାନ ମଧ୍ୟରେ ରାଜିନାମାକୁ କ୍ୟାବିନେଟ ମଞ୍ଜୁରି


ସୀମା ଶୁଳ୍କ ମାମଲାରେ ସହଯୋଗ ବୃଦ୍ଧି ପାଇଁ ଭାରତ ଏବଂ ତାଜିକିସ୍ଥାନ ମଧ୍ୟରେ ରାଜିନାମାକୁ ଅନୁମୋଦନ କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି ।

ଏହି ଚୁକ୍ତି, ସୀମା ଶୁଳ୍କ ଅପରାଧଗୁଡିକର ପ୍ରତିରୋଧ ଏବଂ ତଦନ୍ତ ପାଇଁ ପ୍ରାସଙ୍ଗିକ ସୂଚନା ଉପଲବ୍ଧ କରାଇବାରେ ସହଯୋଗ କରିବ । ଏହି ବୁଝାମଣା ବ୍ୟାପାର ବାଣିଜ୍ୟ ସୁଗମ କରିବ ଏବଂ ଦେଶ-ଦେଶ ମଧ୍ୟରେ ବ୍ୟାପାର ସାମଗ୍ରୀଗୁଡିକର ସହଜ ନିଷ୍କାସନକୁ ସୁନିଶ୍ଚିତ କରିବାର ଆଶା ରହିଛି ।

ସୂଚନାଯୋଗ୍ୟ ଯେ ଏହି ବୁଝାମଣା ଦୁଇ ଦେଶ ମଧ୍ୟରେ ସୀମା ଶୁଳ୍କ ଅଧିକାରୀମାନଙ୍କ ମଧ୍ୟରେ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ କରିବା ପାଇଁ ଏକ ଆଇନଗତ ରୂପରେଖ ପ୍ରଦାନ କରିବ । ସୀମା ଶୁଳ୍କ ଆଇନର ଉଲ୍ଲଂଘନ ରୋକିବା ସହ ଆଇନଗତ ବ୍ୟାପାର ସୁବିଧା ଏବଂ ସହଯୋଗ କରିବା କ୍ଷେତ୍ରରେ ଉଚିତ ମାର୍ଗ ଦର୍ଶନ କରିବ ।

**********