Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମତେ ବୈଦେଶିକ ବାଣିଜ୍ୟ ନୀତି 2004-09 ଅଧୀନରେ ଟାର୍ଗେଟ୍ ପ୍ଲସ୍ ସ୍କିମ୍ କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


2006ରେ ସାଧାରଣ ଆବେଦନ ସଂଖ୍ୟା 554 ଅନୁଯାୟୀ ଟାର୍ଗେଟ୍ ପ୍ଲସ୍ ସ୍କିମ୍ (ଟିପିଏସ୍) 2004-05 କାର୍ଯ୍ୟକାରୀ କରିବା ଲାଗି ଗତ 2015 ଅକ୍ଟୋବର 27 ତାରିଖରେ ସୁପ୍ରିମ କୋର୍ଟଙ୍କ ଦେଇଥିବା ରାୟ କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଞ୍ଜୁରି ମିଳିଛି ।

ସୁପ୍ରିମ କୋର୍ଟଙ୍କ ରାୟ ମୁତାବକ ଟିପିଏସ୍ କାର୍ଯ୍ୟକାରୀ କରିବା ଲାଗି ପ୍ରାୟ 2700 କୋଟି ଟଙ୍କାର ରାଜସ୍ୱ ବ୍ୟୟ ହେବ ।

ସାରା ଦେଶରେ 2004-09 ବୈଦେଶିକ ନୀତିରେ ରହିଥିବା ବ୍ୟବସ୍ଥା ଏବଂ 2005-06 ବର୍ଷରେ ଏଫଟିପି ଅଧୀନରେ ଟିପିଏସ୍ ସ୍କିମ୍ ପାଇଁ ଜାରି ପ୍ରାରମ୍ଭିକ ବିଜ୍ଞପ୍ତି ଅନୁଯାୟୀ ସମସ୍ତ ଯୋଗ୍ୟ ଆବେଦକ ରପ୍ତାନୀକାରୀଙ୍କୁ ଲାଭ ହସ୍ତାନ୍ତର କରାଯିବ ।

ଟାର୍ଗେଟ୍ ପ୍ଲସ୍ ସ୍କିମ୍(ଟିପିଏସ୍) 2005-06 ଆଂଶିକ ଭାବେ କାର୍ଯ୍ୟକାରୀ ହୋଇସାରିଛି । ତେବେ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଯେଉଁ ଦାବିଗୁଡ଼ିକ ଅଗ୍ରାହ୍ୟ ହୋଇଛି ସୁପ୍ରିମ କୋର୍ଟଙ୍କ ଆଦେଶ ସଂଖ୍ୟା ସିଏ ନଂ 554-2006 ଅନୁଯାୟୀ ସେଗୁଡ଼ିକର ସମାଧାନ କରାଯିବ । ଏହି ଯୋଜନା 01.04.2006 ଠାରୁ ବନ୍ଦ ହୋଇଯାଇଥିଲା ।

ବର୍ତ୍ତମାନ ସୁଦ୍ଧା ମୂଳ ବିଜ୍ଞପ୍ତି ସଂଖ୍ୟା 20.02.2006 ଏବଂ ବିଜ୍ଞପ୍ତି ନଂ 8 ତା’ 12.08.2006 ଅନୁଯାୟୀ ଦାବିଗୁଡ଼ିକ ଗ୍ରହଣ କରାଯିବ । କ୍ୟାବିନେଟ ଅନୁମୋଦନ ଲାଭ କରିବାର 1 ବର୍ଷ ମଧ୍ୟରେ ଦାବିଗୁଡ଼ିକୁ ସମାଧାନ କରିବା ଲାଗି ନୀତି ନିୟମ ଏବଂ ପ୍ରଣାଳୀ ରାଜସ୍ୱ ବିଭାଗର ପରାମର୍ଶ ଅନୁଯାୟୀ ଡିଜିଏଫଟି ମୁଖ୍ୟାଳୟ ଦ୍ୱାରା କାର୍ଯ୍ୟକାରୀ କରାଯିବ ।

ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁପାଳନ ପୂର୍ବକ ବୈଦେଶିକ ବାଣିଜ୍ୟ ନୀତି ଅଧୀନରେ ରହିଥିବା ମୂଳ ବ୍ୟବସ୍ଥାରେ ଟିପିଏସ୍ ଦାବିଗୁଡ଼ିକ ପୂରଣ କରାଯିବା ଲାଗି ପଦକ୍ଷେପ ନିଆଯିବା ଦ୍ୱାରା ସରକାରଙ୍କ ସହିତ ରହିଥିବା ଏକାଧିକ ମାମଲାଗୁଡ଼ିକର ପରିସମାପ୍ତି ଘଟିବ ।

ରପ୍ତାନୀ ପ୍ରୋତ୍ସାହନ ଲାଗି ଟିପିଏସ୍ ସ୍କିମ୍ ଉପରେ ଡିଜିଏଫଟି ବନାମ କନକ ଏକ୍ସପୋର୍ଟସ୍ ଏଣ୍ଡ ଓରସ୍ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟଙ୍କ ଏହି ରାୟ ଦେଇଥିଲେ ।

center>********