Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୁପ୍ରିମ କୋର୍ଟର ଡିଜିଟାଲ ଯାତ୍ରାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ସୁପ୍ରିମ କୋର୍ଟର ଡିଜିଟାଲ ଯାତ୍ରାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ସଭାଗୃହରେ ଉପସ୍ଥିତ ସମସ୍ତ ଆଦରଣୀୟ ସୁପ୍ରିମ କୋର୍ଟର ବରିଷ୍ଠ ବିଚାରପତିବୃନ୍ଦ, ବାହାରୁ ଆସିଥିବା ବନ୍ଧୁଗଣ, ଭାଇ ଓ ଭଉଣୀମାନେ ।

ଆଜି ହେଉଛି ବୁଦ୍ଧ ପୂର୍ଣ୍ଣମା । ବୁଦ୍ଧ ପୂର୍ଣ୍ଣମାର ଏହି ପବିତ୍ର ଅବସରରେ ମୁଁ ଆପଣମାନଙ୍କୁ ଏବଂ ଦେଶବାସୀଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ଦେଶ ବଦଳୁଛି, ଛୁଟି ଅଛି, ଆମେମାନେ କାମ କରୁଅଛୁ । ଆଜି 10 ମଇର ଅନ୍ୟ ଏକ ମହତ୍ୱ ମଧ୍ୟ ରହିଛି, 1857ର ସ୍ୱତନ୍ତ୍ରତା ସଂଗ୍ରାମ, ଏକ ବହୁତ ବଡ଼ ବ୍ୟାପକ ସଂଘର୍ଷର ପ୍ରାରମ୍ଭ ୧୦ ମଇ, ଆଜିର ଦିନରେ ଆରମ୍ଭ ହୋଇଥିଲା ।

ଆଜି ଆଧୁନିକତାର ଅନ୍ୟ ଏକ ପଦକ୍ଷେପ ତା ମଧ୍ୟ ନ୍ୟାୟ ବ୍ୟବସ୍ଥା ତରଫରୁ ହେଉଅଛି । ମୁଁ ପ୍ରଧାନ ବିଚାରପତି ଓ ତାଙ୍କ ପୂରା ଟିମକୁ ହୃଦୟର ସହିତ ବହୁତ ବହୁତ ବଧାଇ ଦେଉଛି, ଅଭିନନ୍ଦନ ଜଣାଉଛି । ଆହ୍ଲାବାଦରେ ଏକ କାର୍ଯ୍ୟକ୍ରମରେ ସେ ଦେଖା ହୋଇଥିଲେ, ସେ ସେଠାରେ ବଡ଼ ବିସ୍ତାର ସହିତ ସମସ୍ତଙ୍କ ସାମ୍ନାରେ ପୂରା ଚିତ୍ର ପ୍ରସ୍ତୁତ କରିଥିଲେ, ଦେଶରେ ଯେଉଁ ମକଦ୍ଦମାଗୁଡ଼ିକ ବାକି ପଡ଼ିଛି ବା ବିଚାରଧୀନ ଅଛି ଆଉ ଦେଶର ନ୍ୟାୟପାଳିକାକୁ ଅନୁରୋଧ କରିଥିଲେ ଯେ ଆପଣ ଅବକାଶରୁ କିଛି ସମୟ ଦିଅନ୍ତୁ । ପ୍ରଥମତଃ ତାହା ଶୁଣିବା ହିଁ ମୋ ପାଇଁ ଆନନ୍ଦଦାୟକ ଥିଲା, ସେଠାରେ ବସିବା ବଡ଼ ପ୍ରେରଣା ଦାୟକ ଥିଲା ଆଉ ମୁଁ ଖୁସି ଯେ ମୋତେ ବହୁ ଜାଗାରୁ ଖବର ଆସୁଛି ଯେ ବହୁତ ବଡ଼ ମାତ୍ରାରେ ଉଚ୍ଚ ନ୍ୟାୟାଳୟରେ, ଉଚ୍ଚତମ ନ୍ୟାୟାଳୟରେ ବିଚାରପତିମାନେ ନିଜର ଅବକାଶକୁ କମ୍ କରି ଏହି ଦେଶର ଗରିବଙ୍କ ପାଇଁ ସମୟ ଦେବେ, ମୁଁ ଏଥିପାଇଁ ଆପଣଙ୍କ ନିକଟରେ ବହୁତ କୃତଜ୍ଞ । ଅଭିଳଷିତ ରୂପରେ ଏହାର ପରିଣାମ କ’ଣ ଆସୁଛି ତାହା ଅଲଗା କଥା କିନ୍ତୁ ଏହି ପ୍ରକାର ଭାବନା ସଂପୂର୍ଣ୍ଣ ପରିବେଶକୁ ବଦଳାଇ ଦେଇଥାଏ । ଏକ ଦାୟିତ୍ୱବୋଧର ଭାବନାକୁ ବଦଳାଇ ଦେଇଥାଏ ଏବଂ ସାଧାରଣ ମନୁଷ୍ୟ ମନରେ ମଧ୍ୟ ଏକ ନୂଆ ବିଶ୍ୱାସ ସୃଷ୍ଟି କରିଥାଏ । ‘ନିଉ ଇଣ୍ଡିଆ’ ପାଇଁ ସେଇ ନୂଆ ବିଶ୍ୱାସ ହିଁ ଆବଶ୍ୟକ ଆଉ ମୁଁ ଏଥିପାଇଁ ହୃଦୟର ସହିତ ଆପଣମାନଙ୍କୁ ବହୁତ କୃତଜ୍ଞତା ଜଣାଉଛି ।

ମୁଁ ରାଜ୍ୟରେ ମଧ୍ୟ କାମ କରିଛି ଏଠି ମଧ୍ୟ କାମ କରିଛି, ସରକାର କିମ୍ବା ସରକାରଙ୍କ ସହ ଯୋଡ଼ି ହୋଇଥିବା ସମସ୍ତ ବ୍ୟବସ୍ଥା, ଦୁର୍ଭାଗ୍ୟବଶତଃ ଆମପାଇଁ ଟେକ୍ନୋଲୋଜିର ଅର୍ଥ ବଡ଼ ସୀମିତ, ତାହା ହାର୍ଡ଼ଓୟାର ସହ ଥିଲା, ହାର୍ଡ଼ଓୟାର କିଣିବା, ହାର୍ଡ଼ଓୟାର ବସାଇବା, ତାହାକୁ ଆମେ ଟେକ୍ନୋଲୋଜି ବୋଲି ମାନିନେଲୁ । ବହୁ କାର୍ଯ୍ୟାଳୟକୁ ଆପଣ ଯିବେ ତ ପୂର୍ବ ସମୟରେ ଟେବୁଲ ଉପରେ ଗୋଟିଏ ଫୁଲରପାତ୍ର ରହୁଥିଲା, ବଡ଼ ଅଫିସର ଆସିଲେ ତ ବଡ଼ ସତେଜ ଫୁଲବାଲା ପାତ୍ର ରହୁଥିଲା । ଛୋଟ ଅଫିସର ଆସିଲେ ତ ଟିକେ ଛୋଟ, କିନ୍ତୁ ଫୁଲରପାତ୍ର ରହୁଥିଲା । ଯୁଗ ବଦଳି ଗଲା ଆଧୁନିକତା ଆସିଲା ତ ଫୁଲ-ପାତ୍ରର ଜାଗାରେ ବଢ଼ିଆ କମ୍ପ୍ୟୁଟର ରହୁଛି, ନା ସେ ତାକୁ କେବେ ଖୋଲିଛନ୍ତି, ନା କେବେ ତାକୁ ହାତ ମାରିଛନ୍ତି, କିନ୍ତୁ ବଡ଼ ବଢ଼ିଆ ଲାଗୁଛି । ଏଣୁ ସମସ୍ୟା ଟେକ୍ନୋଲୋଜିର ଅଭାବ ନୁହେଁ, ବଜେଟର ମଧ୍ୟ ଅଭାବ ନୁହେଁ, ମାନସିକ ପ୍ରସ୍ତୁତି ହେଉଛି ସମସ୍ୟା । ଆଜି ହେଉଛି ବୁଦ୍ଧ ପୂର୍ଣ୍ଣିମା । ଭଗବାନ ବୁଦ୍ଧଙ୍କ ଗୋଟିଏ କଥା ବଡ଼ ପ୍ରେରଣାଦାୟକ, ସେ ସର୍ବଦା କହୁଥିଲେ ଯେ ମନ ବଦଳେ, ମତ ବଦଳେ, ମନ୍ତବ୍ୟ ବଦଳେ ତେବେ ଯାଇ ପରିବର୍ତନର ଆରମ୍ଭ ହୋଇଥାଏ । ଏହା ହେଉଛି ଭଗବାନ ବୁଦ୍ଧଙ୍କ ଏକ ବଡ଼ ପ୍ରେରଣାଦାୟୀ ସନ୍ଦେଶ । ଆଉ ସେହି ଅର୍ଥରେ ଆଜି ମଧ୍ୟ ଆମେ ଦେଖୁଛୁ ଯେ ସମସ୍ତଙ୍କୁ ଲାଗୁଛି ଯେ ଏବେ ଛଅ ମାସ ହୋଇ ଗଲାଣି ମୋବାଇଲ୍ ଫୋନ୍ ମଡେଲ ପୁରୁଣା ହୋଇଗଲାଣି ଟିକେ ନୂଆ ମଡେଲ ଆଣି ଆସିବା, କେତେ ବି ନୂଆ ମଡେଲ ଆଣିବ ହେଲେ ମଧ୍ୟ ତା ପକେଟ୍ ରେ ସଂପର୍କ ତାଲିକାର ଡାଏରିଟିଏ ରହିଥାଏ । ଯଦିଓ ମୋବାଇଲ୍ ଫୋନ୍ ସଂପର୍କ ତାଲିକାର ପୂରା ବ୍ୟବସ୍ଥା ରହିଛି ପୁଣି ମଧ୍ୟ ତା ଡାଏରିଟି ରହିଥାଏ କାରଣ ଆମେ ସାଙ୍ଗଙ୍କ ଗହଣରେ ବସୁଛେ ତ ହାତରେ ମୋବାଇଲ୍ ତ ଭଲ ହୋଇ ଥିବା ଦରକାର କିନ୍ତୁ ସବୁଜ କିମ୍ବା ନାଲି ବଟନ୍ ଛଡ଼ା ଅଧିକ କିଛି ଜଣା ନଥାଏ । ଆମ ସ୍ଥିତି ଏଭଳି ଅଛି । ଆମେ ବଦଳୁ ନାହେଁ, ଆମେ ଯଦି କାହାକୁ ଏସ୍ଏମ୍ଏସ୍ କରୁଛୁ ପଛରେ ଫୋନ୍ କରୁ, ମୋର ଏସ୍ଏମ୍ଏସ୍ ମିଳିଛି । ଆହ୍ୱାନ ସଫ୍ଟଓୟାରରେ ନାହିଁ, ଆହ୍ୱାନ ହାର୍ଡ଼ଓୟାରରେ ମଧ୍ୟ ନାହିଁ । ଏଥିପାଇଁ ଏକ ସାମୁହିକ ମନ ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଗୋଟିଏ ଶୃଙ୍ଖଳ ଭାଙ୍ଗିଗଲା ତ ଧାରା ଅଟକି ଯାଇଥାଏ । କାହାକୁ ଲାଗିଲା କି ମୁଁ… ଏବେ ଦେଖନ୍ତୁ ଆମ ମାନଙ୍କ ମଧ୍ୟରୁ କେହି ମୋତେ ମିଶାଇ ଯେ ପର୍ଯ୍ୟନ୍ତ ହାତରେ ଖବରକାଗଜ ନେଇ ଖବରକାଗଜ ନ ପଢ଼ୁ ମଜା ଆସେ ନାହିଁ । ଖବରକାଗଜ ଏଭଳି ପଡ଼ିରହିଥାଏ ଆଜିର ପିଲେ ଏହାକୁ ଛୁଅନ୍ତି ହିଁ ନାହିଁ-ଏମିତି ଏମିତି କରି ସାରା ଦୁନିଆର ଖବର ଆଣି ଆସନ୍ତି । ତ ଏହି ଯେଉଁ ପରିବର୍ତ୍ତନ ଆସିଛି ଏହି ପରିବର୍ତ୍ତନ ସହିତ ନିଜକୁ ନିଜେ ଯୋଡ଼ିବା ଆଉ ଏଭଳି ଏକ ପରିବେଶ ସୃଷ୍ଟି କରିବାକୁ ପଡ଼ିଥାଏ, ତେବେ ଯାଇ ହୋଇଥାଏ ଆଜ୍ଞା । ଜଣେ ଅଧେ ବ୍ୟକ୍ତିଙ୍କ ଆଗ୍ରହ ଥିବ ସେ କରୁଥିବେ ।

ଆଉ ଏଥିପାଇଁ ଏବେ ପ୍ରଧାନ ବିଚାରପତି ମତେ କହୁଛନ୍ତି ଯେ ଆମେ ଏକପ୍ରକାର ତାଲିମ ପାଇଁ ଲଗାତାର ଆଲୋଚନାର କାମ କରୁଛୁ ଫଳରେ ଏହା ତଳ ସ୍ତର ପର୍ଯ୍ୟନ୍ତ କିପରି ପହଞ୍ଚି ପାରିବ ସେଥିପାଇଁ ଆମେ ପ୍ରୟାସ କରୁଛୁ । ଟେକ୍ନୋଲୋଜିର ଶକ୍ତି ହେଉଛି ବଡ଼ ଅଦ୍ଭୁତ ଯିଏ ଏହାର ଅନୁଭବ କରିବ ତାକୁ ଅନ୍ଦାଜ ଆସିଯିବ ଯେ ଏହାକୁ କିପରି ଉପଯୋଗରେ ଆଣିପାରିବ । ଆରମ୍ଭରେ ତାକୁ ବଡ଼ ଡର ଲାଗେ କି ଆରେ ସାଙ୍ଗ ଇଏ ମୋ ଆୟତର କଥା ନୁହେଁ । ଆରମ୍ଭରେ ଆପଣ ଦେଖିଥିବେ ଆପଣ ଘରକୁ ବହୁତ ବଢ଼ିଆ ଭିସିଆର୍ ନେଇ ଆସିଛନ୍ତି, ବଢ଼ିଆ ଟିଭି ନେଇ ଆସିଛନ୍ତି, କିନ୍ତୁ ଯେବେ ଆପଣଙ୍କୁ କିଛି ବୁଝା ପଡ଼େ ନାହିଁ ତ ନାତିକୁ ଡାକନ୍ତି ଆରେ ଦେଖ ସାଙ୍ଗ କିଭଳି ଇଏ ଅଟକି ଗଲା ତ ସେ ଠିକ୍ କରି ଦେଉଛି ଅର୍ଥାତ୍ ଏତେ ବଡ଼ ବ୍ୟବଧାନ ରହୁଛି ପିଢ଼ୀ ମଧ୍ୟରେ ।

ଆଉ ଏଥିପାଇଁ ଏହାକୁ ସମାଧାନ କରିବା, ଗୋଟିଏ ପିଢ଼ୀ ପାଇଁ ଟିକେ କଷ୍ଟ ହେବ, କିନ୍ତୁ ଯଦି ସେହି ପିଢ଼ୀ ଏହାକୁ ସମାଧାନ କରିବେ ନାହିଁ ତ ସମସ୍ୟାର ସମାଧାନ ହେବ ନାହିଂ । ଆଉ ଏଥିପାଇଁ ଏହା ସବୁଠାରୁ ବଡ଼ ଆହ୍ୱାନ ।

ମୋ ହିସାବରେ ଇ-ଗଭର୍ଣ୍ଣାନ୍ସ, ସହଜ ଗଭର୍ଣ୍ଣାନ୍ସ, ଫଳପ୍ରଦ ଗଭର୍ଣ୍ଣାନ୍ସ, ଅର୍ଥନୈତିକ ଗଭର୍ଣ୍ଣାନ୍ସ, ପରିବେଶ ଅନୁକୂଳ ଗଭର୍ଣ୍ଣାନ୍ସ୍ ଆମେ ଏହି ଇ-ଗଭର୍ଣ୍ଣାନ୍ସକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ କିଭଳି ଆଣିବା? ଏବେ ଆମେ ଯେଉଁ ଗୋଟିଏ ଏ-4 ସାଇଜର କାଗଜକୁ ଉପଯୋଗ କରୁଛେ, ଗବେଷଣା କହେ ଏ-4 ସାଇଜର ଏକ କାଗଜ ପୂରା ପ୍ରକ୍ରିୟା ମଧ୍ୟରେ 10 ଲିଟର ପାଣି ଆହରଣ କରିଥାଏ । 10 ଲିଟର ପାଣି … ଏହାର ଅର୍ଥ ଇଏ ହେଲା ଯେ ମୁଁ ଯଦି ଏହି ପେପର୍ ବିହୀନ ଦୁନିଆ ଆଡ଼କୁ ଯାଉଛି, ତ ମୁଁ ଆଗାମୀ ପିଢ଼ୀଙ୍କ ପାଇଁ କେତେ ବଡ଼ ସେବା କରିବାକୁ ଯାଉଛି । ମୁଁ କେତେ ଜଙ୍ଗଲ ବଂଚାଇବି, ମୁଁ କେତେ ବିଜୁଳି ବଂଚାଇବି, ଯେବେ ମୁଁ ବିଜୁଳି ବଂଚାଇବି ତ ମୁଁ କେତେ ବଡ଼ ପରିବେଶ ସମ୍ବନ୍ଧୀୟ ବିଷୟକୁ ସମାଧାନ କରିବି । କିନ୍ତୁ ଯେ ପର୍ଯ୍ୟନ୍ତ ସେହି ସଂପୂର୍ଣ୍ଣ ସ୍ୱରୂପକୁ ଆମେ ଜାଣି ନାହୁଁ , ସେ ପର୍ଯ୍ୟନ୍ତ ଆମେ କହୁ ସାଙ୍ଗ ଛାଡ଼ ଏ ମୋର କାମ ନୁହେଁ । ଯଦି ଆମେ ଏହାକୁ ଏହାର ବ୍ୟାପକ ରୂପରେ ଲୋକଙ୍କୁ ବୁଝାଇବା, ତେବେ ସେମାନେ ବୁଝି ପାରିବେ ।

ସରକାରରେ ଅଳ୍ପ ବହୁତେ ଏହି ଅନୁଭବ ରହିଛି ଯେ ଆମେ ଏହା ମାନୁଛୁ ଯେ, ଆମ ବିଭାଗ ଏହା ମାନୁଛି ଯେ ଆମେ ଯାହା କରୁଛୁ ତାହା ହେଉଛି ବହୁତ ବଢ଼ିଆ । ଆମର କୌଣସି ଭୁଲ ହୁଏ ନାହିଁ, ଆମର କୌଣସି ଦୁର୍ବଳତା ନାହିଁ । ସ୍ୱାଭାବିକ ଅଟେ ଯିଏ ଯେଉଁଠାରେ କାମ କରେ ସେ ଏହା ହିଁ ମାନିଥାଏ । ଏବେ ଦୁଇ ମାସ ତଳେ ମୁଁ ଟିକେ ଗୋଟିଏ ଦାୟିତ୍ୱ ନେଲି । ମୁଁ ସବୁ ବିଭାଗକୁ କହିଲି ଯେ ଆପଣ ମତେ କୁହନ୍ତୁ ଯେ ଆପଣଙ୍କ ସେଠାରେ ଆପଣଙ୍କୁ ଲାଗୁଛି କି କିଛି ଅସୁବିଧା ଅଛି, କିଛି ଭୁଲ କଥା ହେଉଛି କିମ୍ବା କିଛି ଠିକ୍ କରିବାର ଅଛି କିମ୍ବା ବ୍ୟବସ୍ଥାକୁ ସରଳ କରିବାର ଅଛି, ଟିକେ ଦେଖାନ୍ତୁ? କିଛି ଦିନ ତ ନା-ନା ସାହେବ ଆମର ସବୁ ବଢ଼ିଆ ଚାଲିଛି, କିଛି ଖାସ୍ ଅସୁବିଧା ନାହିଁ । ମୁଁ ପଛରେ ଲାଗି ରହିଲି ତ ଅଲଗା ଅଲଗା ବିଭାଗର ପାଖାପାଖି 400 ପ୍ରସଙ୍ଗକୁ ଚିହ୍ନଟ କଲି ଅଲଗା ଅଲଗା ବିଭାଗରେ ଅଦ୍ୟାବଧି ଯେଉଁଥିରେ ସୁଧାରର ଆବଶ୍ୟକତା ରହିଥିଲା କିମ୍ବା କିଛି ନା କିଛି ହସ୍ତକ୍ଷେପର ଆବଶ୍ୟକତା ଥିଲା । ଏବେ ପରେ ମୁଁ ବିଶ୍ୱବିଦ୍ୟାଳୟକୁ ଏହି କାମ ଦେଲି ଖାସ୍ କରି 18ରୁ 20-22ବର୍ଷ ବୟସର ପିଲାମାନଙ୍କୁ, କଲେଜର ପିଲାମାନଙ୍କୁ ଦେଲି ଏବଂ ସେମାନଙ୍କର ଏକ ହାକାଥନ କାର୍ଯ୍ୟକ୍ରମ କରିଛୁ । 36 ଘଂଟା ଅବିରତ ଭାବେ ଗୋଟିଏ ଛାତ ତଳେ ବସି କାମ କରିବା ଏବଂ ସେଗୁଡ଼ିକର ସମାଧାନ ଖୋଜିବା, ସରକାରଙ୍କ 400 ପ୍ରସଙ୍ଗ ତାଙ୍କୁ ଦିଆଗଲା । 42000 ପିଲା ଏଥିରେ ଭାଗ ନେଲେ ଶହେରୁ ଅଧିକ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସେଥିରେ ଭାଗ ନେଲେ 36 ଘଂଟା ଅବିରତ ଭାବେ ଗୋଟିଏ ହିଁ ଛାତ ତଳେ ବସି ସେମାନେ କାମ କଲେ । ମୁଁ ଆଶ୍ଚର୍ଯ୍ୟ ଥିଲି ଅଧିକାଂଶ ପ୍ରସଙ୍ଗର ସମାଧାନ ସେ ଦେଇଛନ୍ତି । କାର୍ଯ୍ୟଧାରାର ସମାଧାନ ଦେଇଛନ୍ତି । ପ୍ରାୟତଃ ପୁଣି ସରକାରଙ୍କ ସହିତ ତାଙ୍କର ସାମ୍ନାସାମ୍ନି ହେଲା, ସରକାରଙ୍କୁ ସେ ବତାଇଲେ ଯେ ଦେଖନ୍ତୁ ଏହା ହେଉଛି ରାସ୍ତା । କେତେକ ବିଭାଗ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି । ଆଉ ଏହା ବିଗତ ଦୁଇ ମାସରେ ହିଁ ହୋଇଯାଇଛି । ଏହାର ଅର୍ଥ ହେଲା ଯେ ଆମ ପାଖରେ ଏତେ ବଡ଼ ସମ୍ଭାବନା ଅଛି । ଆଉ ମୁଁ ଯାହା ଚାହୁଁଛି ଆପଣ ମଧ୍ୟ ଦେଶର ଟେକ୍ନୋଲୋଜିର ପରିସରରେ ଥିବା ଛାତ୍ରଙ୍କୁ ଯଦି ଏଭଳି ପ୍ରସଙ୍ଗ ଦେବେ ତାଙ୍କୁ କହିବେ ଯେ କ’ଣ ରାସ୍ତା ବାହାର ପାରିବ, କ’ଣ ରାସ୍ତା ହୋଇ ପାରିବ, କ’ଣ ସଫ୍ଟଓୟାର୍ ହୋଇପାରିବ, କିଭଳି ଟେକ୍ନିକ୍ କାମରେ ଆସିପାରିବ । ମୁଁ ବିଶ୍ୱାସର ସହ କହୁଛି ଯେ ସେମାନେ ଏତେ ଭଲ ଜିନିଷ ଦେଉଛନ୍ତି ଏବଂ ସମାଧାନ ଦେଉଛନ୍ତି ଆମେ ସହଜରେ ତାକୁ ଗ୍ରହଣ କରିପାରିବା ମାନେ ସ୍ୱୀକାର କରିପାରିବା । ଆଉ ମୋର ମତ ଏହି ଯେ ଆଇଟି + ଆଇଟି = ଆଇଟି ଆଉ ଏହା ବୀଜଗଣିତ ବାଲାଙ୍କ କାମ ନୁହେଁ । ଯେବେ ମୁଁ କହୁଛି ବଡ଼ ବିଶ୍ୱାସର ସହ କହୁଛି ଆଇଟି + ଆଇଟି = ଆଇଟି ଅର୍ଥାତ୍ Information technology+ Indian Talent= India Tomorrow ।

ଗୋଟିଏ ଯୁଗ ଥିଲା ଯେବେ କି ମୁଦ୍ରା ଟେରାକୋଟାର, ମାଟିର ମୁଦ୍ରା ତିଆରି ହେଉଥିଲା, ଦୁନିଆ ଚାଲୁଥିଲା । ସମୟ ବଦଳି ଗଲା କେବେ ତମ୍ବାର ମୁଦ୍ରା ଆସିଲା, କେବେ ରୂପାର ଆସିଲା, କେବେ ସୁନାର ଆସିଲା, କେବେ ଚମଡ଼ାର ଆସିଲା, ଧୀରେ ଧୀରେ କରି କାଗଜର ଆସିଲା । ଏହି ପରିବର୍ତନକୁ ଆମେମାନେ ସ୍ୱୀକାର କରିଛେ ଯୁଗ ଅନୁସାରେ ଏବେ ସମୟ ଆସିଯାଇଛି ଯେ ଏବେ କାଗଜ ବାଲା ମୁଦ୍ରାର ଯୁଗ ଚାଲିଯାଉଛି ଏବେ ଡିଜିଟାଲ୍ ମୁଦ୍ରାକୁ ଆମର ସ୍ୱଭାବ କରିବାକୁ ପଡ଼ିବ ।

ମୁଁ ଏବେ ବିଶେଷ କରି 8 ନଭେମ୍ବର ପରେ ଯେଉଁ କ୍ଷେତ୍ରରେ ମୋର କୌଣସି ଅନୁଭବ ନ ଥିଲା ସେଥିରେ ଟିକେ ଅଧିକ ଆଗ୍ରହ ନେବାର ମଉକା ମିଳିଲା ଡିଜିଟାଲ୍ ମୁଦ୍ରା ପାଇଁ, ବିମୁଦ୍ରୀକରଣର ଦିନଟି ଥିଲା 8ନଭେମ୍ବର । ଆଉ ମୁଁ ଅନୁଭବ କଲି ଯେ ନୋଟ ଛାପିବା, ତାକୁ ସୁରକ୍ଷିତ ରଖିବା, ତାକୁ ପହଂଚାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ଆଜ୍ଞା । ଗୋଟିଏ ଏଟିଏମକୁ ସମ୍ଭାଳିବା ପାଇଁ ଛଅ ଛଅ ପୋଲିସ୍ ବାଲା ଲାଗୁଛନ୍ତି ଆଜ୍ଞା । ଯେବେ କି ଟେକ୍ନୋଲୋଜି ଉପଲବ୍ଧ । ପକେଟରେ ଗୋଟିଏ ମୁଦ୍ରା ନ ଥାଉ ତେବେ ମଧ୍ୟ ଆପଣ ଆପଣଙ୍କ ଗୁଜୁରାଣ କରିପାରିବେ । ସରକାର ଭୀମ୍ ଆପ୍ ତିଆରି କରିଛନ୍ତି । ଗୋଟିଏ ଟଙ୍କାର ଖର୍ଚ୍ଚ ନାହିଁ, ଆପଣ ଆପଣଙ୍କ ମୋବାଇଲ ରେ ଡାଉନଲୋଡ କରନ୍ତୁ, ସାମ୍ନା ଲୋକ ପାଖରେ ଥିବ, ନିଜର କାରବାର ଆରମ୍ଭ କରିଦିଅନ୍ତୁ, କୌଣସି ଅସୁବିଧା ନାହିଁ । ଦେଶର କୋଟି କୋଟି ଶହ ଶହ କୋଟି ଟଙ୍କା ବଂଚିବ ତ କୌଣସି ନା କୌଣସି ଗରିବର ଘର ତିଆରି ପାଇଁ, ଗରିବ ପିଲାଙ୍କୁ ଶିକ୍ଷା ଦେବା ପାଇଁ କାମରେ ଆସିବ ।

ଟେକ୍ନୋଲୋଜି ସଂପୂର୍ଣ୍ଣ ଅର୍ଥନୈତିକ ପରିବେଶକୁ ପରିବର୍ତ୍ତନ କରିପାରେ, ଏଭଳି ଏହାର ଶକ୍ତି । ଆମେ ଏହାକୁ କିଭଳି ଉପଯୋଗରେ ଆଣିବା ଏବଂ ଜୀବନର ପ୍ରତିଟି କ୍ଷେତ୍ରରେ ଆମେ ଏହାକୁ କିଭଳି ପ୍ରୟୋଗରେ ଆଣିବା ଆମକୁ ସେଥିପାଇଁ ପ୍ରୟାସ କରିବା ଦରକାର । ମୋର ନିଜର ଅନୁଭବ ଅଛି ଯେ ବହୁତ ଦ୍ରୁତ ଗତିରେ ଏହାର ମହାତ୍ମ୍ୟ ଲୋକଙ୍କ ମସ୍ତିଷ୍କକୁ ଆସିଗଲାଣି । ଯଦି ନିଜକୁ ଆସୁନାହିଁ ତ ଆମେ ଜଣେ ଯୁବକଙ୍କୁ ରଖି ନେବା, ଦେଖ ଭାଇ ତୁମେ ମୋତେ ଏହି କାମରେ ସହଯୋଗ କର, ମୋର ଅଭ୍ୟାସ ନାହିଁ କିନ୍ତୁ ତୁମେ କର ସେ କରି ଦିଏ । ଆଜି ଆମେ ଯେଉଁ ଟେକ୍ନୋଲୋଜିର ଯୁଗରେ ବଂଚୁଛେ ହୁଏତ ହଜାରେ ବର୍ଷରେ ଟେକ୍ନୋଲୋଜି ଯେଉଁ ଭୂମିକା ନିଭେଇଥିବ, ବିଗତ ତିରିଶ ବର୍ଷରେ ତା’ଠାରୁ ହଜାର ଗୁଣ ଅଧିକ ଭୂମିକା ଟେକ୍ନୋଲୋଜି ତୁଲାଇଛି । ଯେଉଁ କାମ ହଜାରେ ବର୍ଷରେ ହୋଇନାହିଁ, ତାହା ତିରିଶ ବର୍ଷରେ ହୋଇଛି । ଆଉ ଆଜି ଯାହା ହେଉଛି ଏଠାରୁ ବାହାରିଲା ପରେ ସେହି ଟେକ୍ନୋଲୋଜି ହୁଏତ ପୁରୁଣାକାଳିଆ ହୋଇଯାଇପାରେ । ଏଭଳି ଦ୍ରୁତ ଗତିରେ ଟେକ୍ନୋଲୋଜି ବଦଳୁଅଛି, ବହୁତ ଶୀଘ୍ର କୃତ୍ରିମ ବୁଦ୍ଧିମତା କର୍ତୃତ୍ୱ ଜାହିର କରିବ । କୃତ୍ରିମ ବୁଦ୍ଧିମତା ସଂପୂର୍ଣ୍ଣ କ୍ଷେତ୍ର ସଂପୂର୍ଣ୍ଣ ମାନବଜାତିକୁ ପରିଚାଳିତ କରିବ । ଚାକିରି ରହିବ କି ନ ରହିବ ତା’ ଉପରେ ତର୍କ ହେବ, ଚାଳକ ବିହୀନ ଗାଡ଼ି ଆସିବ, କୃତ୍ରିମ ବୁଦ୍ଧିମତାରେ ଚାଲିବା ଗାଡ଼ି ଆସିବ । ଚାଳକର କ’ଣ ହେବ? କ’ଣ କୃତ୍ରିମ ବୁଦ୍ଧିମତା ଆସିବା ପରେ ମଧ୍ୟ ଚାକିରି ସୃଷ୍ଟିର ସମ୍ଭାବନା ରହିବ? ଆଉ ଯେଉଁ ବିଶେଷଜ୍ଞମାନେ ଅଛନ୍ତି ତାଙ୍କ କହିବା କଥା ହେଉଛି କୃତ୍ରିମ ବୁଦ୍ଧିମତା ଆସିବା ପରେ ଚାକିରି ସୃଷ୍ଟିର ସମ୍ଭାବନା ବହୁତ ବଢ଼ିଯିବ । ସଂପୂର୍ଣ୍ଣ ବିଶ୍ୱ ଏକ ନୂତନ ଚିନ୍ତାଧାରା ଆଡ଼କୁ ବଢ଼ିବାକୁ ଯାଉଛି । ସେଥିପାଇଁ ନୂତନ ପିଢ଼ୀ ପ୍ରସ୍ତୁତ ହେବାକୁ ଯାଉଛି । ଅର୍ଥାତ ଜଗତ କିପରି ଦ୍ରୁତ ଗତିରେ ବଦଳୁଅଛି, ଟେକ୍ନୋଲୋଜି ମନୁଷ୍ୟକୁ ଯେଉଁଭଳି ଭାବେ ଚାଳିତ କରି ନେଇ ଯାଉଛି, ଯଦି ଆମେ ତା’ସହିତ ନିଜକୁ ସାମାନ୍ୟତମ ପରିଚାଳିତ କରି ରଖିବା ନାହିଁ, ତ ବ୍ୟବଧାନ ଏତେ ବଢ଼ିଯିବ ଯେ ପୁଣି ଆମେ ଏତେ ଶ୍ରଦ୍ଧାହୀନ ହୋଇଯିବା ଯେ ଆମକୁ କେହି ପଚାରିବେ ମଧ୍ୟ ନାହିଁ ଏଭଳି ଅବସ୍ଥା ଦୂର ନାହିଁ ।

ଆଜି ହିନ୍ଦୁସ୍ଥାନ ମହାକାଶ ବିଜ୍ଞାନ କ୍ଷେତ୍ରରେ ବଡ଼ ସମ୍ମାନ ଅର୍ଜନ କରିଛି, ଦୁନିଆରେ ଆମର ପ୍ରତିଷ୍ଠା ବଢ଼ିଛି । ଆମେ ମଙ୍ଗଳକୁ ଗଲୁ । ଦୁନିଆର କେହି ପ୍ରଥମ ପ୍ରଚେଷ୍ଟାରେ ଜୀବ ପାଇଁ ସଫଳ ହୋଇ ନଥିଲେ, ଭାରତ ପ୍ରଥମ ପ୍ରଚେଷ୍ଟାରେ ସଫଳ ହେଲା । ଆଉ ଖର୍ଚ୍ଚ କେତେ ହେଲା ? ଆଜି ଯଦି ଆମେ ଟ୍ୟାକ୍ସି ଭଡ଼ାରେ ନେଉଛେ, ଗୋଟିଏ କିଲୋମିଟର ପାଇଁ ଭାବନ୍ତୁ ୧୦ ଟଙ୍କା ୧୧ ଟଙ୍କା ଖର୍ଚ୍ଚ ହେଉଛି ଆମେ ମଙ୍ଗଳକୁ ଗଲୁ ଗୋଟିଏ କିଲୋମିଟର ୭ ଟଙ୍କାରେ ଗଲୁ । ଆଉ ଦୁନିଆରେ ହଲିଉଡ଼ ଫିଲ୍ମରେ ଯେତେ ଖର୍ଚ୍ଚ ହେଉଛି, ତା’ଠାରୁ କମ୍ ବଜେଟରେ ହିନ୍ଦୁସ୍ଥାନ ମଙ୍ଗଳ ଯାତ୍ରାକୁ ସଫଳ କରିଛି । ଆଜି ଏହା ଆମ ବୈଜ୍ଞାନିକଙ୍କ ବୁଦ୍ଧିର ଚମତ୍କାର, ଏହା ଆମ ଦେଶର ବୈଜ୍ଞାନିକଙ୍କ ସାମର୍ଥ୍ୟ ଅଟେ । କିନ୍ତୁ ଦୁର୍ଭାଗ୍ୟ, ଏତେ ବଡ଼ ମହାକାଶ ବିଜ୍ଞାନ ଭାରତର ଏତେ ବଡ଼ ସଫଳତା, କିନ୍ତୁ ବିଜ୍ଞାନକୁ ପ୍ରୟୋଗ କରିବା ଦିଗରେ ଆମେ ବହୁତ ପଛରେ ପଡ଼ିଯାଇଛୁ । ମୁଁ ସମସ୍ତ ଯୁଗ୍ମ ସଚିବଙ୍କ ସହିତ ବିଭାଗ ଅନୁସାରେ କିଛି କର୍ମଶାଳା କରିଥିଲି । ମହାକାଶ ବିଜ୍ଞାନର ଶାସନରେ କିଭଳି ଉପଯୋଗ ହେଉଛି । ଆଜି ଆମେ ରାସ୍ତା ତିଆରି କରୁଛେ, ତ ଏଭଳି ଏଭଳି ହେଉଛି । ମହାକାଶ ବିଜ୍ଞାନର ଉପଯୋଗ କରିବେ ତ ଆପଣ ନ୍ୟୁନତମ ବଙ୍କା ରଖି ସିଧା ସଳଖ ରାସ୍ତା ତିଆରି କରି ପାରିବେ, ଆପଣ ନକ୍ସା କରିପାରିବେ ଏବଂ ସମସ୍ତ ଜିନିଷ କରିପାରିବେ । ମୋର ଆଦିବାସୀମାନଙ୍କୁ ଜମିର ଅଧିକାର ଦେବାକୁ ଥିଲା । ମୁଁ ମହାକାଶ ବିଜ୍ଞାନର ଉପଯୋଗ କଲି । ଆଉ ମୋର କୌଣସି ପ୍ରମାଣର ଆବଶ୍ୟକତା ନଥିଲା । ମହାକାଶ ବିଜ୍ଞାନ ଦ୍ୱାରା ମୁଁ ସିଧା କହି ପାରିଥା’ନ୍ତି ଯେ ଏ ହେଉଛି ଜଙ୍ଗଲ ଜମି, ଯାହା କେବେ ଚାଷ କାମରେ ଥିଲା, ୧୫ ବର୍ଷର ପୁରୁଣା ଫଟୋଗ୍ରାଫରୁ, ମୁଁ ସ୍ଥିର କରି ପାରିବି ଯେ ଯଦି ତାହାର ଅଧିକାର ହେଉଛି, ଆମେ ତାକୁ ଯୋଗାଇ ଦେଇ ପାରିବା ।

ଆଜି ନ୍ୟାୟିକ ବ୍ୟବସ୍ଥାରେ ବିଶେଷକରି ଫୌଜଦାରୀ ନ୍ୟାୟିକ କ୍ଷେତ୍ରରେ, ନ୍ୟାୟର ସମ୍ଭାବନା ବଢିଯାଇଛି କାରଣ ଟେକ୍ନୋଲୋଜି ବହୁତ ବଡ଼ ସହାୟତା କରୁଛି । ମୋବାଇଲ ଫୋନ୍ ଏମିତି ପ୍ରମାଣ ଛାଡି କରି ଯାଇଥାଏ କି ଆପଣଙ୍କୁ ମୋକଦ୍ଦମା ସଂପର୍କୀୟ ତଥ୍ୟ ପାଇଁ ପୂରା ବୈଜ୍ଞାନିକ ସୁବିଧାମାନ ମିଳିଯାଇଥାଏ । ଫରେନସିକ୍ ବିଜ୍ଞାନର ବହୁତ ବଡ଼ ଭୂମିକା ରହିଥାଏ । ଦୁର୍ଘଟଣା ବାବଦରେ ସିସିଟିଭି କ୍ୟାମେରାର ଦୃଶ୍ୟରୁ ଆପଣ ରାୟ ଦେବାର ନିର୍ଣ୍ଣୟରେ ପହଂଚି ଯାଉଛନ୍ତି । କହିବାର ତାତ୍ପର୍ଯ୍ୟ ହେଉଛି କି ପୂରା ନ୍ୟାୟିକ ବ୍ୟବସ୍ଥାକୁ ଆହୁରି ଅଧିକ ସକ୍ଷମ କରିଥାଏ, ଏହାକୁ ଆହୁରି ସରଳ କରିବାରେ ଟେକ୍ନୋଲୋଜି ଫରେନସିକ୍ ବିଜ୍ଞାନ ଭୂମିକା ତୁଲାଇ ପାରିବ । ଆମେ ଯେତେ ଦ୍ରୁତ ଗତିରେ ଏହି ଜିନିଷକୁ ଆପଣେଇବା, ଆମେ ସଠିକ ନିର୍ଣ୍ଣୟ ଦେଇପାରିବା ।

କ୍ରିକେଟରେ ପ୍ରଥମେ ଅମ୍ପାୟାର ସ୍ଥିର କରୁଥିଲେ କିଏ ହାରିଲା କିଏ ଜିତିଲା । ଏବେ ତୃତୀୟ ଅମ୍ପାୟାର ସ୍ଥିର କରୁଛନ୍ତି କି ଭାଇ ତୁମ ବଲ୍ ଠିକ୍ ଥିଲା, ଧରିଲେ ନ ଧରିଲେ, ସେ କହି ଦେଉଛନ୍ତି, ତ ଉପରୁ ଲାଇଟ ଜଳାଇ ଦେଉଛନ୍ତି । ଏବେ କେହି କହିବେ ଅମ୍ପାୟାରଙ୍କ ଚାକିରି ଚାଲିଗଲା, ଅମ୍ପାୟାରଙ୍କ ଚାକିରି ଚାଲିଗଲା ନାହିଁ ଦକ୍ଷତା ଆସିଛି । ଆଉ ଏଥିପାଇଁ ମୁଁ ବୁଝିପାରୁଛି, କି ଆମେ ଯେତେ ସରଳତାର ସହିତ ଟେକ୍ନୋଲୋଜିକୁ ସ୍ୱୀକାର କରିବା ସେତେ ଲାଭ ମିଳି ପାରିବ ।

ଏବେ ରବି ଶଙ୍କର ଜୀ ପ୍ରୋ-ବୋନୋର କଥା କହୁଥିଲେ । ମୁଁ ନଶ୍ଚୟ ଏହି ବିଷୟରେ ଆପଣଙ୍କ ସମ୍ମୁଖରେ ଉଲ୍ଲେଖ କରିବାକୁ ଚାହିଁବି । ଆମ ଦେଶରେ ଯାହା ଚିନ୍ତାଧାରା ରହିଛି କି, ଏହି ଦେଶରେ ନାଗରିକ ଏମିତି, ଏମିତି ଲୋକ ଅଛନ୍ତି, ଏହା ବାସ୍ତବିକତା ନୁହେଁ । ଏହି ଦେଶର ମନୋଭାବକୁ ଆମେ ଚିହ୍ନିବା, ଦେଶର ମିଜାଜ୍ ହେଉଛି ଅଲଗା ପ୍ରକାରର । ମୁଁ ଉଦାହରଣ ଦେବାକୁ ଯାଉଛି, ଅଧିକ ଉପଯୋଗୀ ହେବ ଏଥିପାଇଁ ମୁଁ ଦେଉଛି, ମତେ କ୍ଷମା କରିବେ, 2014ର ଯେଉଁ ନିର୍ବାଚନ ହେଲା । ମୋ ପାର୍ଟି ମତେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ପ୍ରସ୍ତୁତ କରିଥିଲେ, କଂଗ୍ରେସ ପାର୍ଟି ଲୋକ ଆମ ସାମ୍ନାରେ ନିର୍ବାଚନ ଲଢୁଥିଲେ ଆଉ ସେହି ନିର୍ବାଚନ ପୂର୍ବରୁ ଆପଣମାନଙ୍କୁ ଜଣାଥିବ ଦିଲ୍ଳୀରେ, ଏକ ବଡ଼ ସଭା ହୋଇଥିଲା କଂଗ୍ରେସ ପାର୍ଟିର । ଆଉ ଦେଶର ପୂରା ଧ୍ୟାନ ଥିଲା କି ସେମାନେ ଦେଶ ପାଇଁ କ’ଣ ଆଣୁଛନ୍ତି, ଦେଶର ନିର୍ବାଚନ ପାଇଁ ଆଉ ଯେତେବେଳେ ସାମ୍ବାଦିକ ସମ୍ମିଳନୀ ହେଲା ତ ସେମାନେ କହିଥିଲେ କି ଆମେ ନିର୍ଣ୍ଣୟ କରିଛୁ କି 9 ଗ୍ୟାସ ସିଲିଣ୍ଡର ବଦଳରେ 12 ଗ୍ୟାସ ସିଲିଣ୍ଡର ଦେବୁ, ଅର୍ଥାତ 2014ର ନିର୍ବାଚନ ଗୋଟିଏ ପଟରେ 9 ସିଲିଣ୍ଡର ଆଉ 12 ସିଲିଣ୍ଡର ଏଇ ଗୋଟିଏ ପଟରେ ଥିଲା ଆଉ ଅନ୍ୟ ପଟରେ ଏକ । ମୁଁ ସେହି ସମୟର ଦୃଶ୍ୟ ଏଥିପାଇଁ ସ୍ମରଣ କରାଇ ଦେଉଛି କି, ଏବେ ଆପଣ ଦେଖନ୍ତୁ କି ଟେକ୍ନୋଲୋଜିର ସମୟ ଯେଉଁ ଦେଶରେ 9 ଆଉ 12 ସିଲିଣ୍ଡର ବିତର୍କ ଲୋକସଭା ପର୍ଯ୍ୟନ୍ତ ଭବିଷ୍ୟତ ସ୍ଥିର କରୁ ଥିଲା, ସରକାର ପ୍ରତିଷ୍ଠା ହେବା ପରେ ମୁଁ ଦେଶବାସୀଙ୍କୁ ଏକ ଛୋଟ ଅନୁରୋଧ କରିଥିଲି, ଲାଲକିଲା ଉପରୁ ମୁଁ କହିଥିଲି କି ଭାଇ ଯଦି ଆପଣ ଯଦି ବ୍ୟୟ କରିବାକୁ ସମର୍ଥ ଅଛନ୍ତି ତ ଆପଣ ରିହାତି ଛାଡିଦିଅନ୍ତୁ ନା! ଏତିକି ମାତ୍ର କହିଥିଲି ଆଉ ମୁଁ ଆଜି ବଡ଼ ଗର୍ବର ସହିତ କହୁଛି କି ମୋ ଦେଶର ଏକ କୋଟି 20 ଲକ୍ଷ ପରିବାର ଗ୍ୟାସର ରିହାତି ଛାଡି ଦେଇଛନ୍ତି । ଆମେ ନିଜ ଚିନ୍ତାଧାରା କାରଣରୁ 9 ଆଉ 12ରେ ଦ୍ୱନ୍ଦରେ ରହିଥିଲୁ, ତାଙ୍କର ଶକ୍ତି ହେଉଛି କ’ଣ କେବେ ଆମେ ଅନୁମାନ ହିଁ କରି ପାରି ନ ଥିଲୁ ଆଜ୍ଞା ।

ଥରେ ମୁଁ ଡ଼ାକ୍ତରମାନଙ୍କୁ ଅନୁରୋଧ କରିଥିଲି କି ଆପଣଙ୍କ ପାଖରେ ବହୁତ କାମ ଥିବ ବହୁତ ରୋଗୀ ଥିବେ ଆପଣ ଗୋଟିଏ କାମରେ ସହାଯ୍ୟ କରିପାରବେ କି? ମୁଁ କହିଲି ପ୍ରତ୍ୟେକ ମାସର 9 ତାରିଖରେ କୌଣସି ବି ଗରିବ ଗର୍ଭବତୀ ମହିଳା ଆପଣଙ୍କ ଦୁଆରକୁ ଆସିବେ ଆପଣ କୌଣସି ଫିସ୍ ନ ନେଇ ସେହି ଗରିବ ଗର୍ଭବତୀ ମାଆଙ୍କର ଚିନ୍ତା କରିବେ । ଆପଣମାନେ ଜାଣି ଆନନ୍ଦିତ ହେବେ କି ଏହି ଦେଶର ହଜାର ହଜାର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼ାକ୍ତର ନିଜ ଡ଼ାକ୍ତଖାନା ବାହାରେ ବୋର୍ଡ ଲଗାଇଛନ୍ତି, ନଅ ତାରିଖରେ ବିନା ପଇସା ନେଇ ଗରିବ ଗର୍ଭବତୀ ମହିଳାଙ୍କ ସେବା କରୁଛନ୍ତି, ସେମାନଙ୍କୁ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ବାଟ ଦେଖାଉଛନ୍ତି,ଔଷଧ ଦେଉଛନ୍ତି ।

ଯେତେବେଳେ ମୁଁ ଗୁଜୁରାଟରେ ଥିଲି ବଡ଼ ଭୟଙ୍କର ଭୂକମ୍ପ ଆସିଥିଲା, ମୁଁ ଇଂଜିନୟରିଂର ଛାତ୍ରମାନଙ୍କୁ କହିଥିଲି ଛଅ ମାସ ସମୟ ଦିଅନ୍ତୁ । ବହୁତ ବଡ଼ ମାତ୍ରାରେ ଇଂଜିନୟରିଂର ଛାତ୍ରମାନେ ଆସିଥିଲେ ଏବଂ ମିଶନ ପର୍ଯ୍ୟନ୍ତ ମୋ ସହିତ କାମ କରିବାକୁ ଠିଆ ହୋଇଯାଇଥିଲେ । ଆଜି ମୁଁ ଦେଶର ଆଇନ ପେଷାକଧାରୀଙ୍କୁ, ବିଶେଷ କରି ମୋର ଓକିଲ ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଏ ଯେଉଁ ପ୍ରୋ-ବୋନୋ ର କ୍ରମଶଃ ଆମେ ଏକ ଆପ୍ ପ୍ରସ୍ତୁତ କରିଛୁ ଆପଣ ନିଜକୁ ଏଥିରେ ପଂଜୀକୃତ କରନ୍ତୁ କୌଣସି ଗରିବକୁ ସାହାଯ୍ୟ ଦରକାର ତ ମୁଁ ଗରିବ ପାଇଁ ମାଗଣାରେ ପ୍ରସ୍ତୁତ ଅଛି । ସାରା ଦେଶରେ ଏକ ଆନ୍ଦୋଳନ ଠିଆ ହେଉ ଗରିବଙ୍କୁ ଆଇନଗତ ସହାଯ୍ୟ କରିବା ପାଇଁ ଆମେ ଆଗକୁ ଆସୁ । ଆଉ ଏହା ଏକ ଟେକ୍ନୋଲୋଜିର ହେଉଛି ଚମତ୍କାର କି ପ୍ରୋ-ବୋନୋ ଦ୍ୱାରା ବ୍ୟବସ୍ଥା ଛିଡା କରାଯାଇଛି । ଟେକ୍ନୋଲୋଜି ସହିତ ଆପଣ ସେଥିରେ ପଞ୍ଜିକରଣ କରିପାରିବେ, ଟେକ୍ନୋଲୋଜି ମାଧ୍ୟମରେ ଯାହା ଆବଶ୍ୟକତା ରହିଛି ତାହା ଆସିପାରିବ । ଏଠାରେ ଆମର ଛୋଟ ଛୋଟ ସଂଗଠନ ଅଛନ୍ତି ସେମାନଙ୍କ ଦ୍ୱାରା ସଂଯୋଗ କରି ପାରିବା, କିନ୍ତୁ ଅଭିନବ ଶୁଭାରମ୍ଭ ଯଦି ଦେଶର ଗରିବ, ବିଧବା, ଅବସର ପ୍ରାପ୍ତ ଶିକ୍ଷକ ସେମାନେ ଯାଇ କରି ଧାଡିରେ ଠିଆ ହୋଇ ଗ୍ୟାସ ରିହାତି ଛାଡିଦେଉଛନ୍ତି, ମୋ ଦେଶର ସ୍ତ୍ରୀ ଓ ପ୍ରସୂତି ଡ଼ାକ୍ତର ନଅ ତାରିଖରେ ଗରିବ ମାଆ ସେବା କରିବାକୁ ତତ୍ପର ରହିଥାନ୍ତି, ମୋ ଦେଶର ଯୁବକ ବିପର୍ଯ୍ୟୟ ସମୟରେ ନିଜର ଇଂଜିନୟରିଂ ଦକ୍ଷତାକୁ ଲଗାଇ ଦେବା ପାଇଁ ପ୍ରସ୍ତୁତ ହୋଇଥାଏ, ମୋ ଦେଶର ଆଇଟି ବିଶେଷଜ୍ଞ, ମୁଁ ସେମାନଙ୍କୁ କହିବି କି 36 ଘଂଟା ନଖାଇ ନ ପିଇ ଗୋଟିଏ ଛାତ ତଳକୁ ଆସିଯାଆନ୍ତୁ ଏବଂ ଦେଶର ସମସ୍ୟା ଗୁଡିକର ସମାଧାନ ପାଇଁ କୌଣସି ରାସ୍ତା ବାହାର କରିବାକୁ ଆସି ଯାଆନ୍ତୁ ଏବଂ 42 ହଜାର ଯୁବକ 36 ଘଂଟା ପାଇଁ 400 ସମସ୍ୟା ଗୁଡିକର ସମାଧାନ ପାଇଁ କୌଣସି ରାସ୍ତା ଖୋଜି ଥାନ୍ତି, ମୋର ବିଶ୍ୱାସ ମୋ ଦେଶର ଓକିଲ ମଧ୍ୟ ମୋ ଦେଶର ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଏହି ଟେକ୍ନୋଲୋଜି ମାଧ୍ୟମରେ ଆଗକୁ ଆସିବେ, ଏବଂ ଦେଶର ଭବିଷ୍ୟତ ବଦଳାଇବା ପାଇଁ କାମରେ ଆସିବେ ।

ଏହି ଆଶା ସହିତ ଯେଉଁ ନୂଆ କାର୍ଯ୍ୟ ଆପଣମାନେ ଆରମ୍ଭ କରିଛନ୍ତି, ମୁଁ ଖାନୱିଲକର ଜୀଙ୍କୁ ବହୁତ ବହୁତ ଶୁଭକାମନା ଦେଉଛି, ବଧାଇ ଦେଉଛି, ପ୍ରଧାନ ବିଚାରପତିଙ୍କୁ ମୁଁ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ମାନୁଛି ଯେ ନ୍ୟାୟିକ ବ୍ୟବସ୍ଥାରେ ଟେକ୍ନୋଲୋଜିର ପ୍ରବେଶ ଡିଜିଟାଲ ଇଣ୍ଡିଆ ଦିଗରେ ଏକ ବହୁତ ବଡ ଉପଲବ୍ଧି ଏବଂ ଏହା ଦ୍ଵାରା ବହୁତ ସୁବିଧା ମିଳିବ । ବହୁତ ବହୁତ ଧନ୍ୟବାଦ ।

*****************