Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୁରଜକୁଣ୍ଡ ରେଳ ବିକାଶ ଶିବିରକୁ ଭିଡିଓ କନଫେରେନସିଙ୍ଗ ଜରିଆରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ସୁରଜକୁଣ୍ଡ ରେଳ ବିକାଶ ଶିବିରକୁ ଭିଡିଓ କନଫେରେନସିଙ୍ଗ ଜରିଆରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫେରେନସିଙ୍ଗ ଜରିଆରେ ସୁରଜକୁଣ୍ଡ ରେଳ ବିକାଶ ଶିବିରକୁ ସମ୍ବୋଧିତ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚଳିତ ଶତାବ୍ଦୀ ହେଉଛି ପ୍ରଯୁକ୍ତି ବିଦ୍ୟା ପରିଚାଳିତ ସମାଜର ସମାହାର । ଏବେ ଆବିଷ୍କାର ଓ ନବସୃଜନ ବାଞ୍ଛନୀୟ ହୋଇପଡିଛି । ତେଣୁ ରେଳବାଇ ଉଭୟ ‘ଗତି’ ଓ ‘ପ୍ରଗତି’ର ପ୍ରତୀକ ହେବା ଆବଶ୍ୟକ ।

ସେ କହିଥିଲେ ଯେ, ପ୍ରତ୍ୟେକ ଅଫିସର ନିଜେ ନିଜେ ଭଲ କାମ କରିବା ଉତ୍ତମ କଥା । କିନ୍ତୁ ଆମେ ମିଳିମିଶି ଏକ ଟିମ ଭାବେ କାମ କରିବା ସହିତ ରେଳବାଇ କିଭଳି ହେବା ଆବଶ୍ୟକ ତାହା ଚିନ୍ତା କରିବା ଉଚିତ ।

ପ୍ରଧାନମନ୍ତ୍ରୀ ଭାରତୀୟ ରେଳବାଇକୁ ଆର୍ଥିକ ଦୃଷ୍ଟିରୁ ସ୍ଵଚ୍ଛଳ ଓ ଆଧୁନିକ କରିବା ଉପରେ ଗୁରୁତ୍ଵ ଦେଇଥିଲେ । ଏହା ଭାରତର ଜନସାଧାରଣ ତଥା ରେଳବାଇ ପାଇଁ କାମ କରୁଥିବା କର୍ମଚାରୀଙ୍କ ପାଇଁ ଲାଭଦାୟକ ହେବ ।

ତାଙ୍କ ସରକାର ରେଳ ବଜେଟକୁ କେବେହେଲେ ରାଜନୀତି ଦୃଷ୍ଟିକୋଣରୁ ବିଚାର କରି ନାହାନ୍ତି, ତଥାପି ଏହି କ୍ଷେତ୍ରର ଢାଞ୍ଚାଗତ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯାଇଛି । ଶତାବ୍ଦୀ ବଦଳି ଯାଇଛି । ସେହିପରି ରେଳବାଇର କାର୍ଯ୍ୟ ପଦ୍ଧତିରେ ମଧ୍ୟ ପରିବର୍ତ୍ତନ ଅଣାଯିବା ଆବଶ୍ୟକ । ଏବେ ଆମ ପାଖରେ ଯେଉଁ ମାନବ ସମ୍ବଳ ରହିଛି ଏବଂ କର୍ମଚାରୀ ଗୋଷ୍ଠୀ ରହିଛନ୍ତି ସେମାନେ ରେଳବାଇରେ ବ୍ୟାପକ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ ଆଶା ପୋଷଣ କରିଛନ୍ତି ।

ନିଜର ବାଲ୍ୟକାଳ କିଭଳି ରେଳ ପ୍ଲାଟଫର୍ମରେ କଟିଛି ସେ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କର ରେଳବାଇ ସହିତ ସମ୍ପର୍କ ଅତୀବ ନିବିଡ । ସେଥିପାଇଁ ସେ ରେଳବାଇକୁ ସଂସ୍କାର ମାଧ୍ୟମରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।