Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୁରଟରେ ଅତ୍ୟାଧୁନିକ ହସ୍ପିଟାଲର ଉଦଘାଟନ କଲେ ପ୍ରଧାନମନ୍ତ୍ର

ସୁରଟରେ ଅତ୍ୟାଧୁନିକ ହସ୍ପିଟାଲର ଉଦଘାଟନ କଲେ ପ୍ରଧାନମନ୍ତ୍ର


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରଟରେ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ସୁପର ସ୍ପେଶାଲିଟି ହସ୍ପିଟାଲ ରସିଲାବେନ ସେୱାନ୍ତିଲାଲ ଶାହା ଭେନସ ହସ୍ପିଟାଲର ଉଦଘାଟନ କରିଛନ୍ତି । ଏହି ହସ୍ପିଟାଲରେ ରୋଗୀଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ସ୍ୱାସ୍ଥ୍ୟ ସେବା ମିଳିପାରିବା ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ସୁସ୍ଥ ଭାରତ ପାଇଁ ତାଙ୍କ ସରକାର କାର୍ଯ୍ୟ କରୁଛି । ସରକାରଙ୍କ ଦ୍ୱାରା ନିଆଯାଇଥିବା ଗରିବଙ୍କ ଅନୁକୂଳ ପଦକ୍ଷେପ ବିଷୟରେ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ମାତୃ ମୃତ୍ୟୁ ହାର ହ୍ରାସ ଦିଗରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଏବଂ ମିଶନ ଇନ୍ଦ୍ରଧନୁଶ ଭଳି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ସ୍ୱଚ୍ଛତା ଅଭିଯାନକୁ ସମାଲୋଚନା କରୁଥିବା ଲୋକମାନଙ୍କୁ କଡ଼ା ଜବାବ ଦେଇ ସେ କହିଥିଲେ ଯେ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଯୋଗୁ ଆଜି ଜନସଂଖ୍ୟାର 97% ଲୋକ ସ୍ୱଚ୍ଛ ଶୌଚାଳୟ ସୁବିଧା ପାଇପାରୁଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ନିରାକରଣଯୋଗ୍ୟ ସ୍ୱାସ୍ଥ୍ୟ ସେବା ଉପରେ ଜୋର ଦେଇଥିଲେ ଏବଂ ସେ କହିଥିଲେ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ “ଯୋଗ”ର ଭୂମିକାକୁ ସାରା ବିଶ୍ୱ ଏବେ ଗ୍ରହଣ କରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନା ଏକ ନୂଆ ପରିଦୃଶ୍ୟ ସୃଷ୍ଟି କରିବ ଯାହା ସୁସ୍ଥ ଭାରତର ନିର୍ମାଣରେ ସହାୟକ ହେବ । 2-3 ଟାୟାର ସହରରେ ନୂଆ ହସ୍ପିଟାଲ ପ୍ରତିଷ୍ଠାରେ ଏହି ଯୋଜନା ସହାୟକ ହୋଇପାରିବ, ଯାହା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଲୋକମାନଙ୍କ ପାଇଁ ଏବେ ଅଧିକ ମାତ୍ରାରେ ଜେନେରିକ ମେଡ଼ିସିନ ଉପଲବ୍ଧ ହୋଇପାରୁଛି ଯାହା କେବଳ ଚିକିତ୍ସା ଖର୍ଚ୍ଚ ହ୍ରାସ କରୁନାହିଁ ବରଂ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛି ।
ପ୍ରଥମେ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ 10% ସଂରକ୍ଷଣ ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ପାଇଁ ପ୍ରଧାନମନ୍ତ୍ରୀ ଗୁଜରାଟ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।

***