Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୂକ୍ଷ୍ମ, କ୍ଷୁଦ୍ର ଉଦ୍ୟୋଗକୁ ସହାୟତା ପ୍ୟାକେଜ ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟ ଫଣ୍ଡ ଫର ମାଇକ୍ରୋ ଏଣ୍ଡ ସ୍ମଲ ଏଣ୍ଟରପ୍ରାଇଜେସର ମୂଳଧନ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ


ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ (MSE)କୁ ସହାୟତା ପ୍ରଦାନ ଏବଂ ସୂକ୍ଷ୍ମ ତଥା କ୍ଷୁଦ୍ର ଉଦ୍ୟୋଗର କ୍ରେଡିଟ ଗ୍ୟାରେଣ୍ଟି ଟ୍ରଷ୍ଟ ଫଣ୍ଡ (CGTMSE)ର ମୂଳଧନ ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏଥିରେ ନିମ୍ନଲିଖିତ ପ୍ରସ୍ତାବମାନ ରହିଛି –

i) ଟ୍ରଷ୍ଟର ମୂଳଧନ ପାଣ୍ଠିର ପରିମାଣକୁ 2500 କୋଟିରୁ 7500 କୋଟି ଟଙ୍କାକୁ ବୃଦ୍ଧି କରାଯିବ ଏବଂ ଭାରତ ସରକାର ଏହି ବ୍ୟୟଭାର ସମ୍ପୂର୍ଣ୍ଣ ରୂପେ ବହନ କରିବେ ।

ii) ଋଣ ଗ୍ୟାରେଣ୍ଟି ଯୋଜନା ଅଧୀନରେ ଋଣ ପରିମାଣକୁ 1 କୋଟିରୁ 2 କୋଟି ଟଙ୍କାକୁ ବୃଦ୍ଧି

iii) NBF ଦ୍ୱାରା ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା ପରିସର ବୃଦ୍ଧି । ଏହାଦ୍ୱାରା ଟ୍ରଷ୍ଟ ଋଣ ପରିମାଣ ବୃଦ୍ଧି କରିବାକୁ ସକ୍ଷମ ହେବ ।

ନିମ୍ନମତେ ଏହି ସବୁ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ

କ) ସାଧନ ସଂଗ୍ରହର ସ୍ତରକୁ କମାଇବା

ଖ) ପାଣ୍ଠିର ଦୀର୍ଘସ୍ଥାୟୀତାକୁ ଉନ୍ନତ କରିବା

ଗ) ଅଧିକ ସଂଖ୍ୟକ ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗକୁ ଟ୍ରଷ୍ଟ ଋଣ ପରିମାଣ ବୃଦ୍ଧିଜନିତ ଗ୍ୟାରେଣ୍ଟି ଦେବାକୁ ସକ୍ଷମ ହେବା

ଘ) ଆର୍ଥିକ ପରିଚାଳନାର ଉନ୍ନତିକରଣ ଏବଂ

ଙ) ଅଣ ପାଣ୍ଠିଯୁକ୍ତ କଣ୍ଟିଜେଣ୍ଟ ସାଧନକୁ ନିୟନ୍ତ୍ରଣ କରିବା

ଏହାଦ୍ୱାରା ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ଅଧିକ ଋଣ ପ୍ରଦାନ କରାଯାଇପାରିବ । ଫଳରେ ଉତ୍ପାଦନ ଓ ନିଯୁକ୍ତି ବୃଦ୍ଧି ପାଇବ ଓ ଅଂଶଧନ ତଥା ସମାଯୋଜନ ପରିମାଣରେ ବୃଦ୍ଧି ଘଟିବ ।

*****