ପିଏମଇଣ୍ଡିଆ
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ 2016 ଜୁଲାଇ 8 ତାରିଖରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବୁଝାମଣା (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହା ଅବଗତ କରାଯାଇଥିଲା । ଏହି ଏମ୍ଓୟୁ ଦ୍ୱାରା ସୂଚନା ଓ ପ୍ରଯୁକ୍ତବିଦ୍ୟା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଆନ୍ତଃ-ସଂସ୍ଥାଗତ ସହଯୋଗ ଓ ସମ୍ପର୍କ ସ୍ଥାପନକୁ ପ୍ରୋତ୍ସାହନ ମିଳିବ । ଏହା ସହିତ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦୁଇ ଦେଶର ଘରୋଇ ଏଜେନ୍ସୀ, ଦକ୍ଷତା ବିକାଶ ସଂସ୍ଥା, ସରକାରୀ ଓ ଅନ୍ୟ ସାର୍ବଜନୀନ ସଂସ୍ଥା ମଧ୍ୟରେ ସକ୍ରିୟ ସହଯୋଗ ଓ ଆଦାନପ୍ରଦାନ ହୋଇପାରିବ ।