Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସେଣ୍ଟ ପିଟର୍ସବର୍ଗ ଆନ୍ତର୍ଜାତିକ ଆର୍ଥିକ ମଞ୍ଚରେ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ

ସେଣ୍ଟ ପିଟର୍ସବର୍ଗ ଆନ୍ତର୍ଜାତିକ ଆର୍ଥିକ ମଞ୍ଚରେ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ


ଜଳବାୟୁ ପ୍ରସଙ୍ଗରେ

ନିଜର ପ୍ରାରମ୍ଭିକ ଅଭିଭାଷଣକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅତ୍ୟନ୍ତ ସରଳ ଭାବେ ସେ ନୂଆ ଭାରତ(New India)ର ଦୃଷ୍ଟିଭଙ୍ଗୀ ଓ 5ହଜାର ବର୍ଷ ପୂର୍ବେ ଲେଖାଯାଇଥିବା ବେଦ ସମ୍ପର୍କରେ କହିଥିଲେ । ବେଦରେ କୁହାଯାଇଛି ଯେ ପ୍ରକୃତିର ଦୋହନ କରାଯାଇପାରିବ କିନ୍ତୁ ପ୍ରକୃତିର ଶୋଷଣ ନୁହେଁ ।

ସେ କହିଥିଲେ ଯେ 3ବର୍ଷ ପୂର୍ବେ ଜର୍ମାନୀରେ ତାଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ଓ ସେ ସେତେବେଳେ କହିଥିଲେ କି ପ୍ୟାରିସ୍ ବୁଝାମଣା ହେଉ କି ନହେଉ, ଭାରତର ପରମ୍ପରା ହେଉଛି ଆମର ପିଲାମାନଙ୍କୁ ସ୍ୱଚ୍ଛ ବାୟୁ ସହ ସୁସ୍ଥ ଗ୍ରହ ପ୍ରଦାନ କରିବା । ଯାହାଫଳରେ ସେମାନେ ଭଲ ଭାବେ ରହିପାରିବେ । ଏଠି ଯେଉଁ ପ୍ରସଙ୍ଗ ଅଛି ତାହା ଏକପାଖିଆ ହେଉ ଅବା ଅନ୍ୟ ସମ୍ପର୍କରେ କିନ୍ତୁ ଏହା ଯେଉଁ ପୀଢ଼ି ଜନ୍ମ ନନେଇଛି ସେମାନଙ୍କ ପକ୍ଷରେ ବୋଲି ସେ ଦୃଢ଼ ଭାବେ କହିଥିଲେ ।

ଭାରତ ରଷିଆ ସମ୍ପର୍କ ଓ ଚୀନ ସମ୍ପର୍କରେ

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଏବେ ଦୁଇ ଧ୍ରୁବୀୟ ହୋଇନାହିଁ ଯାହା କିଛି ଦଶନ୍ଧି ପୂର୍ବରୁ ଥିଲା । ଯେତେବେଳେ ଆମେ ଆନ୍ତର୍ଜାତିକ ସମ୍ବନ୍ଧ ପ୍ରସଙ୍ଗରେ ଆଲୋଚନା କରୁଛୁ, ଆମେ ଜାଣିରଖିବା ଉଚିତ୍ ଯେ ସମଗ୍ର ବିଶ୍ୱ ପରସ୍ପର ସହ ଜଡ଼ିତ ଓ ପରସ୍ପର ଉପରେ ନିର୍ଭରଶୀଳ । ପ୍ରତ୍ୟେକ ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ସହ କୌଣସି ନା କୌଣସି ଭାବେ ଯୋଡ଼ି ହୋଇ ରହିଛି । ସେମାନଙ୍କ ମଧ୍ୟରେ ମତଭେଦ ଥାଇପାରେ ଅବା ସହଯୋଗ ନଥାଇପାରେ ।

ଭାରତ ଓ ରୁଷିଆ ସମ୍ପର୍କ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଅତ୍ୟନ୍ତ ସୁଦୃଢ଼ । ସେଣ୍ଟ ପିଟର୍ସବର୍ଗ ଘୋଷଣାପତ୍ରକୁ ସମଗ୍ର ବିଶ୍ୱ ଧ୍ୟାନର ସହ ପଢ଼ିଲେ ବୁଝିପାରିବେ ଆମର ସମ୍ପର୍କ କ’ଣ ଓ ଆମେ କିଭଳି ଆଗକୁ ବଢ଼ୁଛୁ ।

ଚୀନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅବଶ୍ୟ ସେଠାରେ ସୀମାବିବାଦ ରହିଛି କିନ୍ତୁ ଗତ 40ବର୍ଷ ମଧ୍ୟରେ ସୀମାରେ ଗୋଟିଏ ବି ଗୁଳି ଫୁଟିନାହିଁ । ଆମର ଆର୍ଥିକ ସମ୍ପର୍କ ସମ୍ପ୍ରସାରିତ ହେଉଛି । କୌଣସି ଦୁଇ ରାଷ୍ଟ୍ରର ସମ୍ବନ୍ଧକୁ ତୃତୀୟ ରାଷ୍ଟ୍ରର ଚଷମାରେ ଦେଖାଯିବା ଅନୁଚିତ୍ । ସେ କହିଛନ୍ତି ଯେ ବ୍ରିକ୍ସରେ ସମସ୍ତ ସଦସ୍ୟ ରାଷ୍ଟ୍ର ମିଳିମିଶି କାମ କରୁଛନ୍ତି । ଏ ସମ୍ପର୍କରେ ସେ ଉଦାହରଣ ଭାବେ ବ୍ରିକ୍ସ ବ୍ୟାଙ୍କ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ସବ୍କା ସାଥ୍, ସବ୍କା ବିକାଶରେ ବିଶ୍ୱାସ କରେ । ଆମେ ସମସ୍ତଙ୍କୁ ଏକାଠି ବିକାଶ ମାର୍ଗରେ ନେବାକୁ ଚାହୁଁଛୁ ।

ଆତଙ୍କବାଦ ପ୍ରସଙ୍ଗରେ

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅଶୀ ଓ ନବେ ଦଶକରେ, ଆତଙ୍କବାଦ ଓ ଏହାର ବିପଦକୁ ବିଶ୍ୱ ଠିକ୍ ଭାବେ ବୁଝିପାରିନଥିଲା । ଭାରତ 40ବର୍ଷ ଧରି ସୀମାପାର ଆତଙ୍କବାଦର ଶିକାର ହେଉଛି । କେବଳ 9/11 ଆକ୍ରମଣ ପରେ ଆତଙ୍କବାଦର ବାସ୍ତବିକ ଭୟାବହତାକୁ ବିଶ୍ୱ ବୁଝିଥିଲା ଓ ବାସ୍ତବତା ହେଉଛି ଏହା କୌଣସି ସୀମା ସରହଦ ନାହିଁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ  ସମସ୍ତ ମାନବତାବାଦୀ ଶକ୍ତି ଏକଜୁଟ ହୋଇ ବିଶ୍ୱକୁ ଆତଙ୍କବାଦ କବଳରୁ ସୁରକ୍ଷିତ ରଖିବା ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା ।

ଜାତିସଂଘ ଗତ 40ବର୍ଷ ଧରି ଆତଙ୍କବାଦର ପରିଭାଷାକୁ ନେଇ ଏକ ରାଜିନାମା କରିବାରେ ସକ୍ଷମ ହୋଇନାହିଁ ବୋଲି କହି ପ୍ରଧାନମନ୍ତ୍ରୀ କ୍ଷୋଭ ବ୍ୟକ୍ତ କରିଥିଲେ । ରାଷ୍ଟ୍ରପତି ପୁଟିନଙ୍କ ଯୁକ୍ତିକୁ ଆମେ ସ୍ୱାଗତ କରୁଛୁ କି ସେ ଏହି ପ୍ରସଙ୍ଗକୁ ଜାତିସଂଘରେ ଉଠାଇବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ନିର୍ମାଣ କିମ୍ବା ମୁଦ୍ରା ଛପାନ୍ତି ନାହିଁ । ଏହା ସ୍ପଷ୍ଟ ଯେ ଆତଙ୍କବାଦୀମାନେ ଏସବୁ କେତେକ ନିର୍ଦ୍ଦିଷ୍ଟ ରାଷ୍ଟ୍ରରୁ ପାଉଛନ୍ତି । ସମଗ୍ର ବିଶ୍ୱ ଏକଥା ଅନୁଭବ କରିବା ଉଚିତ୍ ଯେ ଏହା ଏପରି ଏକ ପ୍ରସଙ୍ଗ ଯେଉଁଥିପାଇଁ ମାନବ ଜାତି  ଚିନ୍ତିତ ଓ ଏହା ପରେ ହିଁ ଆମେ ଆତଙ୍କବାଦର ନିୟନ୍ତ୍ରଣ କରିପାରିବା ।

ବିଶ୍ୱ ବାଣିଜ୍ୟ ପ୍ରସଙ୍ଗରେ

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ମୁକ୍ତ ଅର୍ଥବ୍ୟବସ୍ଥାରେ ବିଶ୍ୱାସ କରେ । ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ସମସ୍ତ ରାଷ୍ଟ୍ର ପରସ୍ପର ପାଇଁ ସମାଯୋଜନ କରିଥାନ୍ତି ଓ ପରସ୍ପରର ସହାୟତା କରିବା ମଧ୍ୟ ମଧ୍ୟ ଉଚିତ୍ ।

 

**********