Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସେବି, ୟୁରୋପୀୟ ପ୍ରତିଭୂତି ଏବଂ ବଜାର ସଂସ୍ଥା ମଧ୍ୟରେ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଏବଂ ୟୁରୋପୀୟ ପ୍ରତିଭୂତି ଓ ବଜାର ସଂସ୍ଥା (ଏସମା) ମଧ୍ୟରେ ପାରସ୍ପରିକ ସହଯୋଗ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ । ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।

ବୁଝାମଣା ଫଳରେ ଭାରତରେ ସେଂଟ୍ରାଲ କାଉଣ୍ଟର ପାର୍ଟିକୁ ସ୍ୱୀକୃତି ପ୍ରଦାନ ବ୍ୟବସ୍ଥା ଏବଂ କ୍ଲିୟରିଂ ସେବା ପ୍ରଦାନ କ୍ଷେତ୍ରରେ ଦୁଇ ସଂଗଠନକୁ ସୁବିଧା ହେବ ।