ପିଏମଇଣ୍ଡିଆ

କେମିତି ଅଛନ୍ତି ସମସ୍ତେ, ଭଲରେ?
ମଞ୍ଚ ଉପରେ ବିରାଜମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ଭାଇ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିନ ଭାଇ, ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ, ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ମୋର ସାଥୀଗଣ, ସଂସଦ ସଦସ୍ୟମାନେ, ମେୟର ଶ୍ରୀ ଏବଂ ବହୁ ସଂଖ୍ୟାରେ ଉପସ୍ଥିତ ଭାଇ ଓ ଭଉଣୀମାନେ ।
ନ୍ୟାରୀ ର କଥା ନିଆରା, न्यारी कि बात न्यारी, आजी करे राजी। 2001ରେ ଯେବେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଲା, ଆଉ କିଛି ଦିନ ମଧ୍ୟରେ ରାଜକୋଟରୁ ସଂନ୍ଦେଶ ଆସିଲା କି ସାହେବ ଅଯୀ ବନ୍ଧ ସଂମ୍ପୂର୍ଣ୍ଣ ପୁରି ଉଠିଛି, ଆପଣଙ୍କୁ ଆସିବାକୁ ହିଁ ପଡିବ । ମୋର ଭଲଭାବେ ମନେ ଅଛି କି ମୁଖ୍ୟମନ୍ତ୍ରୀ ଭାବେ ମୋର ପ୍ରାରମ୍ଭିକ ସମୟ ଥିଲା । ଭୂକମ୍ପ ପରେ କଚ୍ଛର ସ୍ଥିତି ଦେଖିବାକୁ ବାହାରିଥିଲି, 10-15 ଦିନରେ ସମାଚାର ମିଳିଲା କି ଅଯୀ ବନ୍ଧ ପୁରି ଉଠିଛି ଏବଂ ରାଜକୋଟର ଲୋକୁ ଏତେ ଆନନ୍ଦିତ ଥିଲେ କି ମତେ କୁହାଗଲା ଆପଣଙ୍କୁ ହିଁ ଆସିବାକୁ ପଡିବ, ଆଉ ମତେ ସେହି ଦିନ ଅଯୀ ବନ୍ଧ ଆସି ଜଳ ପୂଜା କରିବାର ସୌଭାଗ୍ୟ ମିଳିଥିଲା । ଆଉ ସେହି ଦିନ ମୁଁ ଦେଖିଥିଲି କି ଅଯୀ କିପରି ରାଜ କରିଥାଏ ଆଉ ଏବେ ବିଜୟ ଭାଇ କହୁଥିଲେ କି 40 ବର୍ଷରେ 11 ଥର ହିଁ ଅଯୀ ବନ୍ଧ ପୂରି ଯାଇଥିଲା । ପାଣି କ’ଣ ହୋଇଥାଏ, ପାଣିର ମହତ୍ୱ କ’ଣ ହୋଇଥାଏ, ତାହା ଗୁଜରାଟର ସୌରାଷ୍ଟ୍ର ଐବଂ କଚ୍ଛର ଲୋକ, ସେମାନଙ୍କୁ ବୁଝାଇବା ଜରୁରୀ ନାହିଁ ।
ପ୍ରଥମେ ରାଜକୋଟ ଆସୁଥିଲୁ, ତ ରାସ୍ତାରେ ଯାଉ ଯାଉ ପ୍ରତ୍ୟେକ ଘର ବହାରେ କୁଣ୍ଡ ତିଆରି ହୋଇଥାଏ । ତଳେ ନଳ ଲାଗିଥାଏ ଆଉ କୁଣ୍ଡ ତଳକୁ ମଧ୍ୟ ପାଣି ଭରି ଆସିଥାଏ, ଆଉ ଯେଉଁଠାକୁ ଯାଆନ୍ତୁ ରାଜକୋଟରେ ଚର୍ଚ୍ଚାର ବିଷୟ ପାଣି ହିଁ ହୋଇଥାଏ । ସେହି ସମୟରେ ମତେ ସଙ୍ଘ କାମ ପାଇଁ ବାହାରେ ରହିବାକୁ ପଡୁଥିଲା ଆଉ ପ୍ରବାସ ସମୟରେ ମଧ୍ୟ ସେହିଭଳି ସ୍ଥିର କରିବାକୁ ପଡୁଥିଲା କି କେବେ ପାଣି ଦିବସ ଆସିବ ତ ପାଣି ମିଳିବ । ରେଳରେ ପାଣି ଆଣିବାର ସମାଚାର ସାରା ହନ୍ଦୁସ୍ଥାନରେ ବଡ଼ ଖବର ହୋଇ ଯାଉଥିଲା କି ରାଜକୋଟକୁ ପାଣି ପାଇଁ ରେଳରେ ପାଣି ନେଇ ଯିବାକୁ ପଡିଲା । ସେହି କଷ୍ଟକର ଦିନ ଆମେ ଦେଖିଛୁ କିନ୍ତୁ ସାଧାରଣତଃ ସରକାରମାନେ, ଚାଲ ଭାଇ ଏଥର ଟ୍ୟାଙ୍କର ବଢେଇ ଦିଅ ଆଉ ପାଣି ପହଂଚାଇ ଦିଅ । ଲୋକମାନଙ୍କର ମଧ୍ୟ ଏଭଳି ଅଭ୍ୟାସ ହୋଇଯାଇଥିଲା କି କିଛି କଥା ନାହିଁ, ଆସନ୍ତା ସପ୍ତାହରେ ଟ୍ୟାଙ୍କର ଆସିବାର ଅଛି ତେବେ ଦେଖାଯିବ । ଲୋକମାନଙ୍କର ଏଭଳି ଅଭ୍ୟାସ ହୋଇଯାଇଥିଲା କି ଟ୍ୟାଙ୍କର ଆସିବ ଆଉ ପାଣି ମିଳିବ ଏବଂ ଗୁଜରାଣ ମେଂଟିଯିବ । କେତେ ଅଂଚଳରୁ ହାତପମ୍ପର ଚାହିଦା ଆସୁଥିଲା ଆଉ ହାତପମ୍ପର ଆବଶ୍ୟକତା ପୂରଣ କରନ୍ତୁ ତ ବଡ଼ ସୁଯୋଗ ବୋଲି ବିବେଚନା କରାଯାଉଥିଲା ।
ଭାଇ ଓ ଭଉଣୀମାନେ, ଆମେ ଗୁଜରାଟକୁ କେଉଁଠାରୁ କେଉଁଠାକୁ ନେଇକରି ଗଲୁ । କେଉଁଠାରେ ଟ୍ୟାଙ୍କର, କେଉଁଠାରେ ହାତ ପମ୍ପ ଆଉ କେଉଁଠାକୁ ମାରୁତି କାର ଯାଇ ପାରିବ ସେତେ ବଡ଼ ପାଇପ୍ ପକାଇ ପାଣିର ଧାର ବୁହାଇ ଦେଉଥିଲେ । ଭାଇ ଓ ଭଉଣୀମାନେ, ଦୂରଦୃଷ୍ଟି ରଖୁଥିବା ସରକାର ହୁଅନ୍ତୁ, ଲୋକଙ୍କ ସୁଖ ପାଇଁ ସମର୍ପିତ ସରକାର ହୁଅନ୍ତୁ, ସାଧାରଣ ମଣିଷର ଜୀବନରେ ପରିବର୍ତ୍ତନ ଆଣିବାର ଇଛା ହେଉ, ତ କିପରି ଭଲ ପରିଣାମ ଆସିଥାଏ ତାହାର ଅନୁମାନ କରିପରିବେ । ଗୁଜରାଟରେ ଯେଉଁ ଯୁବକ, 15-17ବର୍ଷ ବୟସର ଯେଉଁମାନେ ହୋଇଥିବେ ତାଙ୍କ ପରର ପିଢିକୁ ଜଣା ନ ଥିବ କି ତାଙ୍କ ପୂର୍ବରୁ, ଗୁଜରାଟର ଜୀବନ କିପରି ଥିଲା । ବିଜୁଳି ପାଇଁ ଛଟପଟ ହେବାକୁ ପଡୁଥିଲା । ବିଜୁଳି କେବେ ଆସିବ, ସଂଧ୍ୟାରେ ଖାଦ୍ୟ ଖାଇବା ସମୟରେ ବିଜୁଳି ମିଳିବ ଅବା ମିଳିବ ନାହିଁ, କୃଷକଙ୍କୁ ବିଲରେ ପାଣି ପମ୍ପ ଚଲାଇବାର ଅଛି ତ ସାରା ରାତି ଅନିଦ୍ରା ହେବାକୁ ପଡୁଥିଲା ଆଉ ଖବର ମିଳୁଥିଲା କି କରେଂଟ ଆସିଛି ଆଉ ପମ୍ପ ଚାଲୁ କରନ୍ତୁ ଆଉ ବିଲରେ ପାଣି ଦିଅନ୍ତୁ । ସେଦିନ ଭୁଲିବାର କୌଣସି କାରଣ ନାହିଁ । କେଉଁଠାରୁ କେଉଁଠାକୁ ପହଂଚିଲେ ଆଉ କେତେ ପରିଶ୍ରମ କରି ପହଂଚିଛୁ, କେତେ ଭଲ ଲକ୍ଷ୍ୟର ସହିତ ସମର୍ପଣ କରି ପହଂଚିଛୁ, ସେହି ଅନୁମାନ ସେତେବେଳେ ଆସିଥାଏ କି କେତେ କଷ୍ଟକର ଦିନରେ ଆମ ମା-ବାପା ଜୀବନ ଜୀଉଁଥିଲେ । କ’ଣ କାରଣ ଥିବ କି କଚ୍ଛ, କାଠିୟାବାଡ଼କୁ ଛାଡି ହିନ୍ଦୁସ୍ଥାନର ଭିନ୍ନ ଭିନ୍ନ ସହର ଗୁଡିକର ବସ୍ତିରେ ଜୀବନ କାଟିବା ଭଳି ବାଧ୍ୟ ହେବାକୁ ପଡୁଥିଲା । 50 ବିଘା ଜମିର ମାଲିକ ହୁଅନ୍ତୁ, ଝିଅର ବାହାଘର କରିବାର ଅଛି, ଆଉ ଜମି ବନ୍ଧା ରଖି ଟଙ୍କା ଦରକାର ତ ଜମି ନେବାକୁ କେହି ପ୍ରସ୍ତୁତ ନ ଥିଲେ ଆଉ ସେ ଏପରି କହିବେ କି ଝିଅର ବାହାଘର କରିବା ପାଇଁ 5000-25000 ନେବାର ଅଛି ତ ନେଇ ଯାଅ, ତୁମ ଜମି ନେଇ ମୋର କୌଣସି ଲାଭ ହେବ ନାହିଁ । 50 ବିଘା ଜମିର ମାଲିକ ଝିଅ ବାହାଘର କରିବା ପାଇଁ ଜମି ବନ୍ଧା ରଖି ପାଂଚ ହଜାର, ପଚାଷ ହଜାର ଟଙ୍କା ପାଇ ପାରି ନ ଥାଏ କାରଣ ପାଣି ନ ଥିବା କାରଣରୁ ଜମିର କୌଣସି ମୂଲ୍ୟ ହିଁ ନ ଥିଲା ଆଉ ଏହା ବେଶି ଦିନର କଥା ନୁହେଁ, 20 ବର୍ଷ ପୂର୍ବରୁ ଗୁଜରାଟର ଏହି ଜୀବନ ଥିଲା । କାହାର ପାପର କାରଣ ଥିଲା ସେହି ଚର୍ଚ୍ଚାରେ ମୁଁ ପଡିବାକୁ ଚାଂହୁନାହିଁ । କିନ୍ତୁ ଯେତେବେଳେଠାରୁ ଗୁଜରାଟର ଜନତା ଆମକୁ ସେବା କରିବାର ସୁଯୋଗ ଦେଇଛନ୍ତି, ସେ କେଶୁଭାଇ ପଟେଲଙ୍କ ନେତୃତ୍ୱ ହେଉ, ଆନନ୍ଦୀବେନ ପଟେଲଙ୍କ ନେତୃତ୍ୱ ହେଉ, ବିଜୟ ଭାଇ ରୂପାନୀଙ୍କ ନେତୃତ୍ୱ କିମ୍ବା ମତେ ଆପଣଙ୍କ ଜଣେ ସେବକ ଭାବେ ସେବା କରିବାର ସୁଯୋଗ ମିଳିଥାଉ; ଏହି ସଂମ୍ପୂର୍ଣ୍ଣ ସମୟରେ ଗୁଜରାଟର ଗାଁ, ଗୁଜରାଟର କୃଷକ, ଗୁଜରାଟକୁ ପାଣି, ଗୁଜରାଟକୁ ବିଜୁଳି, ଗୁଜରାଟର ଗାଁକୁ ରାସ୍ତା ତାହା ପଛରେ ଆମେ ଆମେ ମାନେ ଆକାଶ-ପାତାଳକୁ ଏକ କରିଥିଲୁ ଆଉ ତାହାର ହିଁ ପରିଣାମ ହେଉଛି କି ଆମେ ଆଜି ଆଖିରେ ଆଖି ମିଶାଇ ସନ୍ତୋଷର ସହିତ ଆପଣମାନଙ୍କ ସହିତ କଥା ହୋଇପାରୁଛୁ । ଆମ ମନରେ ଏହି ଅନୁଭବର ଭାବ ନାହିଁ ଆଉ ହେବ ମଧ୍ୟ ନାହିଁ । ଆମ ମନରେ କର୍ତବ୍ୟକୁ ସଂପୂର୍ଣ୍ଣ କରିବାର ଭାବ ଅଛି ଆଉ ସେହି କାରଣରୁ ହିଁ ଅଧିକ କାମ କରିବାର ପ୍ରେରଣା ମିଳିଥାଏ କାରଣ ଆପଣମାନେ ଅବିରତ ଆଶୀର୍ବାଦର ବର୍ଷା କରୁଛନ୍ତି ।
ବିଜୟ ଭାଇ ଏବେ ବର୍ଣ୍ଣନା କରୁଥିଲେ କି ଏତେ ଦୀର୍ଘ ବିଦେଶ ଯାତ୍ରା କରି ସିଧା କାମ କାମ କରିବାରେ ଲାଗିଗଲେ । ଯେଉଁ ଦେଶର ଜନତା, ଯେଉଁ ରାଜ୍ୟର ଜନତା, ଯେଉଁ ରାଜକୋଟର ଜନତା ମୋ ଉପରେ ଏତେ ଭଲପାଇବା ବର୍ଷା କରୁଛନ୍ତି ତ ଥକା ଲାଗିବାର କୌଣସି କାରଣ ହିଁ ସୃଷ୍ଟି ହେଉ ନାହିଁ । ମୋର ପ୍ରାୟ ମନେ ଅଛି ଏବେ ନୀତିନ ଭାଇ କହିଲେ, ହେମୁ ଗଡ଼ବୀ ହୋଲ, ରାଜକୋଟରେ ଯେବେ ମୁଁ ସୌନୀ ଯୋଜନାର ଶୁଭାରମ୍ଭ କରିଥିଲି, ଆଉ ପାୱାର ପଂଏଟ ଉପସ୍ଥାପନା କରି ଯେତେବେଳେ ସମସ୍ତଙ୍କୁ ବୁଝାଇଥିଲି ଏହା ହେଉଛି ମୋର ସ୍ୱପ୍ନ ।
ମୋର ପ୍ରାୟ ମନେ ଅଛି କି ଏତେ ଗୁଡିଏ ପ୍ରଶ୍ନ ଉଠାଯାଇଥିଲା । ଏହା ଅବଶ୍ୟ ଯେ, ନିର୍ବାଚନ ଆସିଛି ଏଥିପାଇଁ ମୋଦୀ ଏତେ କଥା କହୁଛନ୍ତି । ଶାସକ ପକ୍ଷର ଲୋକ ତ ସୁଯୋଗ ଛାଡନ୍ତି ହିଁ ନାହିଁ କିନ୍ତୁ ସମ୍ବାଦପତ୍ରରେ ମଧ୍ୟ ପ୍ରଶ୍ନ ଉଠା ଯାଇଥିଲା କି ଏହା ଅବଶ୍ୟ । ଏତେଗୁଡିଏ ଟଙ୍କା କେଉଁଠୁ ଆସିବ, ଏତେଗୁଡିଏ ପାଇପ ଲାଇନ କେଉଁଠୁ ଆସିବ? ଆଉ 2040 ଆସିବା ପର୍ଯ୍ୟନ୍ତ କିଛି ବି ହେବାର ନାହିଁ । ଶଙ୍କା-ଆଶଙ୍କାର ବାତାବରଣ ଉତ୍ପନ୍ନ ହୋଇଥିଲା । ଆଉ ସେହି ସମୟରେ ଆତ୍ମବିଶ୍ୱାସର ସହିତ, ସଂପୂର୍ଣ୍ଣ ବୁଝିସୁଝି ମୁଁ ଗୁଜରାଟର ଲୋକଙ୍କୁ ବିଶ୍ୱାସ ଦେଇଥିଲି କି ଏହି କାମ ହୋଇ କରି ରହିବ, ଅଧିକରୁ ଅଧିକ ପରିଶ୍ରମ କରିବା କିନ୍ତୁ ପାଣି ପହଂଚାଇ କରି ରହିବା ଏହା ଆମେ ସଂକଳ୍ପ କରିଥିଲୁ ।
ବଜେଟରେ ଟଙ୍କା ଅନେକ କାର୍ଯ୍ୟ ପାଇଁ ବ୍ୟବହାର କରିବାର ଆବଶ୍ୟକତା ହୋଇଥାଏ କିନ୍ତୁ ଜଣାଥାଏ କି ଥରେ ଗୁଜରାଟର କୋଣ-ଅନୁକୋଣ ପର୍ଯ୍ୟନ୍ତ ପାଣି ପହଂଚି ଯାଉ, ସୌରାଷ୍ଟ୍ରର କୋଣ-ଅନୁକୋଣ ପର୍ଯ୍ୟନ୍ତ ପାଣି ପହଂଚି ଯାଉ, କଚ୍ଛର କୋଣ-ଅନୁକୋଣ ପର୍ଯ୍ୟନ୍ତ ପାଣି ପହଂଚି ଯାଏ ତ ଏହି ମାଟି ନିଜେ ସାରା ଦୁନିଆରୁ ଟଙ୍କା ଟାଣି ଆଣିବ, ଗୁଜରାଟରେ ବିକାଶର ଯୁଗ ନୂଆ ଶିଖରରେ ପହଂଚିଯିବ ତାହା ସମ୍ପୂର୍ଣ୍ଣ ଜଣା ଥିଲା ଆଉ ତାହାର ହିଁ ପରିଣାମ ହେଉଛି, ସମୟ ପୂର୍ବରୁ ମାତ୍ର ସାତ ମାସରେ, ନ ହେଲେ ତ ଅକ୍ଟୋବର-ନଭେମ୍ବରରେ ଅଯୀ ବନ୍ଧ ପୂରା ଖାଲି ହୋଇ ଯାଇ ଥିଲା । ଏବେ ତ ପୂରା ଉତ୍ସାହର ସହିତ ବର୍ଷା ଆସି ନାହିଁ, ଏବେ ତ ଖାଲି ମାଟି ଓଦା ହୋଇଛି ଆଉ ଅଯୀରେ ସଂମ୍ପୂର୍ଣ୍ଣ ଉତ୍ସାହର ସହିତ ପାଣି ଆସୁଛି ଆଉ ବିଜ୍ଞାନ, ଟେକ୍ନୋଲଜି, କାର୍ଯ୍ୟଦକ୍ଷତା ତ ଦେଖନ୍ତୁ, 470 କିଲୋମିଟର ଦୂରରୁ ପାଣି ଆସିଛି ଏବଂ 65 ମହଲା ଅଟ୍ଟାଳିକା ତିଆରି କର ଆଉ ଉପର ଟାଙ୍କିରେ ପାଣି ପହଂଚାଅ ସେତେ ଉପରକୁ ପାଣି ନର୍ମଦା ବନ୍ଧରୁ ଏଠାରେ ପହଂଚା ଯାଇଛି । ଏହି ବିଜ୍ଞାନର ଏକ ବିଶେଷତା ଅଛି । 65 ମହଲା ଉଚ୍ଚ କୋଠା ଯେତେ ଉଚ୍ଚକୁ ପାଣି ନେଇକରି ଯିବାର ଅଛି ତେବେ ନେଇକରି ଯାଇଥିଲେ ତେବେ ଯାଇ ଆପଣଙ୍କ ଘରକୁ ନଳରେ ପାଣି ଆସୁଛି ।
ଭାଇ ଓ ଭଉଣୀମାନେ, ଟଙ୍କା ତ ଖର୍ଚ୍ଚ ହେବ । ଜନତାଙ୍କ ପାଇଁ ଟଙ୍କା ଅଛି ଆଉ ସେମାନଙ୍କ ପାଇଁ ଖର୍ଚ୍ଚ ହେବ କିନ୍ତୁ ମୋ ଟଙ୍କା ହରାଇବାର ନାହିଁ ତାହାର ସଦୁପଯୋଗ ହେବା ଦରକାର । ପାଣିର ଏହି ସଂପୂର୍ଣ୍ଣ ଯୋଜନା ଟଙ୍କାର ଭଲ ଉପଯୋଗର ନମୂନା ହେଉଛି ଆଉ ଏବେ ସର୍ଦ୍ଦାର ସରୋବର ବନ୍ଧର ସଂପୂର୍ଣ୍ଣ କାମ ତ ଏବେ 10 ଦିନ ପୂର୍ବରୁ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ଆଉ ତାଙ୍କ ସାଥୀମାନେ ଯାଇ ବନ୍ଧର ଦରଜା ବନ୍ଦ କଲେ । ଆନନ୍ଦୀବେନ ଆସିଲେ, ଦରଜାର କାମ ଶେଷ ହେଲା ଆଉ ପୁଣି ମଧ୍ୟ ପ୍ରତିବନ୍ଧକ ଆସିବା ଚାଲୁ ରହିଲା । କିଏ କେତେ ଅସୁବିଧା ଦେଇଛି, କେବେ ନା କେବେ ନର୍ମଦାର ଇତିହାସ ଲେଖାଯିବ ତ ତେବେ ସମସ୍ତ ବିଷୟ ଲୋକଙ୍କ ଆଖି ସାମନାରେ ହେବ କି ଏତେ ସମସ୍ତ ଲୋକ ଥିବେ ଯେଉଁମାନେ ଗୁଜରାଟର ଅଧିକାର ଛଡାଇ ନେବାରେ ଏତେ ଉଦାସୀନତା ଦେଖାଇଲେ, ଏତେ ଖରାପ କାମ କଲେ ଆଉ ଆମର ଜନତାଙ୍କୁ ଦୁଃଖରେ ରଖିଲେ ।
ଭାଇ ଓ ଭଉଣୀମାନେ, ପାଣି ଆସିଛି କିନ୍ତୁ ଯେବେ ପାଣି ଆସିଛି ତେବେ ତା ସହିତ ଦାୟିତ୍ୱ ମଧ୍ୟ ଆସିଛି ଆଉ ମୁଁ ରାଜକୋଟ ଏବଂ ସୌରାଷ୍ଟ୍ରର ଲୋକଙ୍କୁ, କଚ୍ଛର ଲୋକଙ୍କୁ ବିନତୀ କରିବାକୁ ଚାହୁଁଛି କି କେତେ ଅସୁବିଧାରୁ ବାହାରି ଆସି ଚେଷ୍ଟା କରିଛୁ କି ତାହାକୁ ଭୁଲିବା ଦରକାର ନାହିଁ ଆଉ ଏହା ଏବେ ପାରସ ହୋଇଯାଇଛି , ପାଣି ନୁହେଁ । ତାହାର ସ୍ପର୍ଶ ମାତ୍ରେ ସମୃଦ୍ଧି ଆସିବାର ଅଛି । ଏହା ହେଉଛି ପାରମାତ୍ମାଙ୍କ ପ୍ରସାଦ । ଯେଭଳି ପରମାତ୍ମାଙ୍କ ପ୍ରସାଦ ତଳେ ପଡିଗଲେ ତ ଆମେ ଇଶ୍ୱରଙ୍କୁ କ୍ଷମା ମାଗି ଦାନା-ଦାନା ଗୁଡିକୁ ଏକାଠି କରି ନିଅନ୍ତି, ଏହି ପାଣି ହେଉଛି ପରମାତ୍ମାଙ୍କ ପ୍ରସାଦ ତାକୁ ହରାଇବାର ଅଧିକାର ଆମର ନାହିଁ । ପାଣି ବଂଚାଇବାକୁ ପଡିବ । ଆଉ ଯେତେବେଳେ ପହଂଚିଛି ତ ବଂଚାଇବାର କଥା କହିବାର ଅଧିକାର ମୋର ଅଛି ଆଉ ଏଥିପାଇଁ ମୁଁ କଚ୍ଛ, ସୌରାଷ୍ଟ୍ର ଏବଂ ଗୁଜରାଟର ଜନତାଙ୍କ ପାଖରେ ପାଣି ବଂଚାଇବାର ଭିକ ମାଗୁଛି ।
ଆପଣମାନଙ୍କ ମଧ୍ୟରୁ କିଛି ଲୋକ ମହୁଡୀ ଦର୍ଶନ କରିବା ପାଇଁ ଯାଇଥିବେ । ଯେଉଁ ଲୋକ ମହୁଡୀ, ବିଶେଷ କରି ଜୈନ ସମୁଦାୟର ଲୋକ ବଡ଼ ମାତ୍ରାରେ ଯାଆନ୍ତି । ଯେଉଁ ଲୋକ ମହୁଡୀ ଯାଇଥିବେ ସେଠାରେ ବୁଦ୍ଧିସାଗର ଜୀ ମହାରାଜଙ୍କ ଦ୍ୱାରା ଲେଖାଯାଇଥିବା କଥା ସେଠାରେ ଉପଲବ୍ଧ ଅଛି । 90 ବର୍ଷ ପୂର୍ବରୁ ବୁଦ୍ଧିସାଗର ଜୀ ମହାରାଜ ଥିଲେ । ଏହି ବୁଦ୍ଧିସାଗର ଜୀ ଜୈନ ମୁନୀ 90 ବର୍ଷ ପୂର୍ବରୁ ଲେଖି କରି ଯାଇଛନ୍ତି । ସେ କହିଛନ୍ତି ଯାହା ଆଜି ମଧ୍ୟ ତାଙ୍କ ହାତରେ ଲେଖାଯାଇଥିବା ଉପଲବ୍ଧ ଅଛି, ସେ ଲେଖିଛନ୍ତି, ଗୋଟିଏ ଦିନ ଏମିତି ଆସିବ କି ଯେବେ ପାଣି ଦୋକାନରେ ବିକ୍ରି ହେବ । 90 ବର୍ଷ ପୂର୍ବରୁ କହିଥିଲେ ଏହି ମହାପୁରୁଷ ଯେ ପାଣି ଦୋକାନରେ ବିକ୍ରି ହେଉଥିବ । ଆଜି ଏହି ବିସଲେରୀର ବୋତଲ ଆମେ ଦୋକାନରୁ କିଣି ଆଣୁଛୁ ଆଉ ପିଉଛୁ ଆଉ ସେ ପର୍ଯ୍ୟନ୍ତ ଗୋଟିଏ ବୁନ୍ଦା କ୍ଷେତରେ ମଧ୍ୟ ଏବଂ ପିଇବାରେ ମଧ୍ୟ ତାହାର ଉପଯୋଗ ସେହି ପ୍ରକାରରେ କରିବାକୁ ପଡେ ଆଉ ଏବେ ରାଜକୋଟ ସ୍ମାର୍ଟ ସିଟି ଦିଗରେ ଆସିଯାଇଛି । ସେତେବେଳେ ପିଇବା ପାଣିର ସମୃଦ୍ଧି ଆସୁଛି, ସେତେବେଳେ ଅପରିସ୍କାର ଜଳ ବିଶୋଧନ ତାହା ମଧ୍ୟ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ରାଜକୋଟ ପାଇଁ ଠିଆ ହୋଇଛି । ଯେଉଁ ପାଣି ନଳାକୁ ଯାଉଛି ତାକୁ ପୁଣି ଥରେ ପୁନଃଉପଯୋଗ କରି ରାଜକୋଟ ଭିତରେ ଅନ୍ୟ ବ୍ୟବହାର ପାଇଁ କାରଖାନା ପାଇଁ, ବାଡ଼ି ବଗିଚା ପାଇଁ, ବିନିର୍ମାଣର କାମ ପାଇଁ ସେହି ପୁନଃଉପଯୋଗ କରାଯାଇଥିବା ପାଣିର ଉପଯୋଗ କରିବା ଦିଗରେ ଆମକୁ ଗମ୍ଭୀର ଭାବେ ଚିନ୍ତା କରିବାକୁ ପଡ଼ିବ । ଆଉ ଏଥିପାଇଁ ପାଣିର, ଶୁଦ୍ଧ ପାଣିର ଗୁଣବତା ପାଇଁ କେବେ ଆମକୁ ଅସୁବିଧା ହେବ ନାହିଁ । ରାଜକୋଟର ବିକାଶ ହେବ ତ ଆଯୀ ଏବଂ ନ୍ୟାରୀ କେବେ ତୃଷାର୍ତ୍ତ ରହିବାକୁ ଦେବେ ନାହିଁ ସେହି କାମ ଆମେ ଠିଆ କରିଛୁ ଆଉ ଏଥିପାଇଁ ଭାଇ ଓ ଭଉଣୀମାନେ, କୃଷକ ମାନଙ୍କୁ ମଧ୍ୟ, ଗୁଜରାଟର, ସୌରାଷ୍ଟ୍ରର, କଚ୍ଛର କୃଷକ ମାନଙ୍କୁ ମଧ୍ୟ, ମୋର କଚ୍ଛର କୃଷକ ମାନଙ୍କୁ ବିଶେଷ କୃତଜ୍ଞତା ବ୍ୟକ୍ତ କରିବାର ଅଛି ଯେ ଯେବେ ମୁଁ ମୁଖ୍ୟମନ୍ତ୍ରୀ ଥିଲି କଚ୍ଛର କୃଷକ ମାନଙ୍କୁ ମୁଁ ବୁଝାଇଲି, ସେମାନେ ମୋ କଥାକୁ ମୁଣ୍ଡରେ ବସାଇ ନେଲେ ଆଉ ସଂପୂର୍ଣ୍ଣ କଚ୍ଛକୁ ବୁନ୍ଦା ଜଳ ସେଚନ ଆଡ଼କୁ ନେଇ ଗଲେ, ସଂପୂର୍ଣ୍ଣ ବନାସକାଂଠାକୁ ବୁନ୍ଦା ଜଳ ସେଚନ ଆଡ଼କୁ ନେଇ ଗଲେ । ଅଣୁ ଜଳସେଚନ ଆଡ଼କୁ ନେଇ ଗଲେ ଆଉ ସିଏ ସଂପୂର୍ଣ୍ଣ କ୍ଷେତର ଚେହେରା ହିଁ ବଦଳାଇ ଦେଇଛି ।
ଭାଇ ଓ ଭଉଣୀମାନେ, ସବୁ କ୍ଷେତରେ ବୁନ୍ଦା ଜଳସେଚନ ଦ୍ୱାରା ପାଣି ପହଂଚାଇବା, ଆମ ଫସଲ ବୁନ୍ଦା ଜଳ ସେଚନରୁ ପାଇ ପାରିବା, ଫୁଆରା ସିଂଚନରୁ ପାଇ ପାରିବା, କମ୍ ପାଣିରୁ ଅଧିକ ଉତ୍ପାଦନ ପାଇ ପାରିବା ତାହା ଏବେ ବିଜ୍ଞାନ ପାଇଁ କୌଣସି ନୂଆ କଥା ନୁହେଁ । ରାଜକୋଟର ଇଂଜିନିୟରିଂ ଉଦ୍ୟୋଗ ଏତେ ଶକ୍ତିଶାଳୀ ଯେ ତାଙ୍କୁ ମୁଁ ଅନୁରୋଧ କରିବି କି କୃଷକଙ୍କ ପାଇଁ ବୁନ୍ଦା ଜଳ ସେଚନଦ୍ୱାରା ପାଣିର ପ୍ରତିଟି ବୁନ୍ଦା କିଭଳି ଉପଯୋଗରେ ଆସି ପାରିବ ତା’ପାଇଁ ସରଳ ଉପଯୋଗରେ ଆସି ପାରିବ ଏଭଳି ସାଧନ ପ୍ରସ୍ତୁତ କରିବାର ପ୍ରତିଦ୍ୱନ୍ଦିତା ରଖିବା ଆବଶ୍ୟକ । କୃଷକଙ୍କ ପାଇଁ ଉପଯୋଗୀ ସାଧନ ପ୍ରସ୍ତୁତ କରିବାର କାମ ରାଜକୋଟ ଇଂଜିନିୟରିଂ ଉଦ୍ୟୋଗ ପାଖରେ ଶକ୍ତି ଅଛି କି କରି ଦେଖାନ୍ତୁ ଆଉ କେବଳ ଗୁଜରାଟ ହିଁ ନୁହେଁ, ହିନ୍ଦୁସ୍ଥାନ ଆଉ ଦୁନିଆର ବିକଶିତ ଦେଶଙ୍କ ପାଇଁ ମଧ୍ୟ ସେ ସୀମା ଚିହ୍ନ ହୋଇ ପାରିବେ ।
ଭାଇ ଓ ଭଉଣୀମାନେ, ମୋ ପାଇଁ ଖୁସିର କଥା ହେଉଛି ଯେ ଏଠାରେ ଆଜି ଯେଉଁ ଯୁବ ଛାତ୍ରଙ୍କୁ ସାକ୍ଷାତ କରିବାର ସୁଯୋଗ ମୋତେ ମିଳିଛି । ବହୁତ ଲୋକଙ୍କ ପାଇଁ ହେକାଥନ ଏହି ଶବ୍ଦ ହେଉଛି ନୂଆ, କିନ୍ତୁ ଏହି ସଂପୂର୍ଣ୍ଣ କଥା ହେଉଛି ବୁଝିଲା ଭଳି । ସାଧାରଣ ଭାବେ ସରକାରରେ ବସିଥିବା ଲୋକ, ଅଧିକାରୀ, ଅମଲାତନ୍ତ୍ର, ବର୍ଷ ବର୍ଷ ଧରି ସରକାରରେ କାମ କରି ଆସୁଛନ୍ତି, ନେତା ନିର୍ବାଚିତ ହୋଇ ଆସନ୍ତି, ଚାଲିଥାଏ, କିନ୍ତୁ ସେଠାରେ ଗୋଟିଏ ସ୍ୱଭାବ ହୋଇଯାଉଛି କି ଆମକୁ ତ ସବୁ କିଛି ଆସେ । ଭଗବାନ ଯେତେ ବୁଦ୍ଧି ଦେଇଛନ୍ତି ତାହା ଆମ ପାଖରେ ଅଛି । ପ୍ରତ୍ୟେକ ସମସ୍ୟାର ସମାଧାନ ଆମକୁ ଜଣା ଅଛି । ବିଗତ ଦିନ ମାନଙ୍କରେ ଏଭଳି ମାନ୍ୟତା ଥିଲା । ମୁଁ ଆସି ମାନ୍ୟତା ବଦଳାଇ ଦେଇଛି । ମୁଁ କହିଲି ଆମ ଠାରୁ ମଧ୍ୟ ଅଧିକ ଶହେ ପଚିଶ କୋଟି ଦେଶବାସୀଙ୍କ ପାଖରେ ବୁଦ୍ଧି ଅଛି, ଆମର ଯୁବ ପିଢିଙ୍କ ପାଖରେ ତାଙ୍କ ଠାରୁ ମଧ୍ୟ ଅଧିକ ବୁଦ୍ଧି ଅଛି । ଆଜିର ଯୁବକଙ୍କୁ ଯଦି କହିବା କି ଏଇ ଅସୁବିଧା ଅଛି, କିଛି ରାସ୍ତା ଖୋଜନ୍ତୁ । ମୁଁ ଏବେ କିଛି ଦିନ ପୂର୍ବେ ଭାରତ ସରକାରଙ୍କ ବିଭାଗ ଗୁଡ଼ିକୁ କହିଲି କି ଆପଣଙ୍କ ପାଖରେ ଏଭଳି କ’ଣ ସବୁ କାମ ଅଛି କି ଯାହାର ରାସ୍ତା ମିଳୁନାହିଁ? କରିବାରେ ଅସୁବିଧା ହେଉଛି, ଅଧିକ ପରିଶ୍ରମ ପଡ଼ୁଛି, ବହୁତ ଦିନ ଲାଗି ଯାଉଛି, ବହୁତ ପଇସା ଖର୍ଚ୍ଚ ହେଉଛି, ଆପଣମାନେ ମୋତେ ଆପଣଙ୍କର ଅସୁବିଧାର ତାଲିକା କରି ଦେବେ ତ ଆରମ୍ଭରେ ଏଭଳି କିଏ ସ୍ୱୀକାର କରିବ କି ଆମର କାମ ହେଉ ନାହିଁ? ମୁଁ ସର୍ବଦା ପଛରେ ଲାଗି ପଡ଼ିଲି । ଆଗେ କହୁଥିଲେ କି ସାହେବ ଆମ ବିଭାଗରେ ସବୁ ଠିକଠାକ୍ ଅଛି, ମୁଁ କହିଲି ପୁଣି ମଧ୍ୟ କଛି ଅସୁବିଧା ଥିବ ତାହା ଖୋଜିକରି ମୋତେ କୁହନ୍ତୁ । ପାଂଚଶହ କଥା ଏଭଳି କଥା ଖୋଜି ବାହାର କଲି କି ଯେଉଁଥିରେ ବିଭାଗକୁ ଲାଗୁଥିଲା କି ଏଥିରେ ଏବେ ନୂଆ ଧାରାରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ମୁଁ ଗୋଟିଏ ହେକାଥନ କଲି । ସାରା ଦେଶର ଇଂଜିନିୟରିଂ କଲେଜର ଲୋକଙ୍କୁ କହିଲି କି ଏହି ପାଂଚଶହ ପ୍ରଶ୍ନ ଅଛି, ଆପଣ ଦଳ ଗଢ଼ନ୍ତୁ, କମ୍ପ୍ୟୁଟରରେ ବସନ୍ତୁ, ଦିନ-ରାତି ଚର୍ଚ୍ଚା କରନ୍ତୁ, ଚିନ୍ତନ କରନ୍ତୁ, 42000 ଯୁବକ ଯୋଡ଼ି ହୋଇଗଲେ । ପଚାଶ ଘଂଟା, ରାତି ଦିନ ଉଜାଗର ରହି ସେମାନେ କମ୍ପ୍ୟୁଟରରେ କାମ କଲେ ଆଉ ପାଂଚ ଶହ ପ୍ରଶ୍ନର ସମାଧାନ ପାଇଁ ନୂଆ ନୂଆ ଫର୍ମୁଲା ନେଇ ଆସିଲେ ଆଉ ମୋତେ ଗର୍ବର ସହିତ କହିବାର ଅଛି କି ଏହି ଯୁବକ ମାନେ ଯେଉଁ ପରାମର୍ଶ ଦେଇଥିଲେ, ସେଥିରୁ ମୋଟା-ମୋଟି ପରାମର୍ଶ ବିଭାଗମାନେ ସ୍ୱୀକାର କରି ନେଲେ, ତାହାର ପ୍ରୟୋଗ ଆରମ୍ଭ କରି ଦେଲେ ।
ରାଜକୋଟ ମହାନଗର ନିଗମ ମଧ୍ୟ ସ୍ମାର୍ଟ ସିଟି ପାଇଁ ରାଜକୋଟରେ କ’ଣ କରିବା ଦରକାର, ଜନ ଭାଗିଦାରୀ କିଭଳି ବଢ଼ିବା ଦରକାର? ଟ୍ରାଫିକର ପ୍ରଶ୍ନଗୁଡ଼ିକର କିଭଳି ସମାଧାନ ଆଣିବା ଦରକାର, ଟିକସ କିଭଳି ଜମା କରିବା ଦରକାର ଆଉ ତାହାର ବ୍ୟବସ୍ଥା କରିବା ଦରକାର, ଗରିବଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ କ’ଣ କରିବା ଦରକାର, ୱାଇ-ଫାଇର ଯୁଗ, ୱାଇ-ଫାଇ ଦ୍ୱାରା, ଡିଜିଟାଲ ଇଣ୍ଡିଆ ଦ୍ୱାରା ରାଜକୋଟକୁ କିଭଳି ଭାବେ ଡିଜିଟାଲାଇଜ୍ କରିବା ଦରକାର, ଏଭଳି ଶହେ ଯେତେ ଛୋଟ-ବଡ଼ କାମ ସେମାନେ ବାହାର କରିଛନ୍ତି, ଆଉ ସେମାନେ କହିଛନ୍ତି କି ସମଗ୍ର ଗୁଜରାଟର କଲେଜ ଗୁଡ଼ିକୁ, ସମଗ୍ର ସୌରାଷ୍ଟ୍ରର କଲେଜ ଗୁଡ଼ିକୁ ରାଜକୋଟ ନିମନ୍ତ୍ରଣ ପଠାଇଛନ୍ତି । ଆପଣ ପଂଜିକରଣ କରନ୍ତୁ ଆଉ ଏହି ଶହେ ପ୍ରଶ୍ନର ସମାଧାନ ମୋତେ ଆଣିବାର ଅଛି ଆଉ ଆପଣ ତାହା ଉପରେ ଚିନ୍ତନ କରନ୍ତୁ ଆଉ ପ୍ରତିଯୋଗିତାରେ ଭାଗ ନିଅନ୍ତୁ । 29 ଜୁଲାଇରୁ ଏହି ହେକାଥନ୍ ରେ ହଜାର ହଜାର ଯୁବକ ଯୋଡ଼ି ହେବା ପାଇଁ ଇଚ୍ଛୁକ ହେଉଛନ୍ତି । ରାଜକୋଟକୁ କିଭଳି ଭାବେ ବଦଳାଇବା, ରାଜକୋଟର ବ୍ୟବସ୍ଥାଗୁଡ଼ିକୁ କିଭଳି ଭାବେ ଆଧୁନିକ କରିବା ତାହା ପାଇଁ ଗୋଟିଏ କାମ ଆମ କଲେଜରେ ପଢ଼ୁଥିବା ଯୁବପିଢି କରିବାକୁ ଯାଉଛନ୍ତି । ତାଙ୍କର ଉତ୍ସାହ ଓ ଉଦ୍ଦୀପନାକୁ ଶହେ ଶହେ ସଲାମ କରୁଅଛି । ଆପଣଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଆଉ ମୋର ବିଶ୍ୱାସ ଏହି ହେକାଥନ ଜନଭାଗିଦାରୀର ହେଉଛି ଏକ ଉତମ ପ୍ରୟାସ । ସମସ୍ତେ ତାକୁ ସାହାଯ୍ୟ କରିବେ, ସମସ୍ତେ ତାକୁ ପ୍ରୋତ୍ସାହିତ କରିବେ ଆଉ ଆମର ନୂଆ ପିଢି, କଲେଜରେ ପଢ଼ୁଥିବା ପିଢି, ମୋବାଇଲ ଫୋନରେ ଦୁନିଆ ସହିତ ଯୋଡ଼ି ହେଉଥିବା ପିଢି, କମ୍ପୁ୍ୟଟରରେ ଦୁନିଆର ଖେଳ ଖେଳୁଥିବା ପିଢି, ରାଜକୋଟର ଭାଗ୍ୟକୁ ବଦଳାଇବା ପାଇଁ ଏହି ହେକାଥନ କାମ କରିବ ତାହା ହେଉଛି ମୋର ପୂର୍ଣ୍ଣ ବିଶ୍ୱାସ ।
ଭାଇ ଓ ଭଉଣୀମାନେ, ଆଜି ଅଯୀ ବନ୍ଧରେ ପାଣି ଦେଖି କାହାକୁ ଆନନ୍ଦ ନ ହେଉଥିବ । ଏହି ଆନନ୍ଦର ଅନୁଭୂତି ସହିତ ସବୁଜ-ଶ୍ୟାମଳା ସୌରାଷ୍ଟ୍ର ଦେଖିବା ସେତେବେଳେ ମନ କେତେ ଆନନ୍ଦିତ ହୋଇଯିବ ସେହି ଦିନର ସ୍ମୃତି ସହିତ ମୁଁ ପୁଣି ଥରେ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞ ଯେ ସୌନୀ ଯୋଜନା ଯାହା ଆଶଂକାର ବାଦଲ ମଧ୍ୟରେ ସେ ଜନ୍ମ ନେଇଥିଲା, ଆଜି ସଫଳତାର ସିଢ଼ି ଚଢ଼ି ଆମ ସାମ୍ନାରେ ଠିଆ ହୋଇଛି । ତାକୁ ପାଇବା ପାଇଁ ବ୍ୟୟ କରିଥିବା ମଣିଷ ମଧ୍ୟ ତାକୁ ପିଇବ ଆଉ ଏହି ନର୍ମଦାର ପାଣି, ଏହି ପବିତ୍ର ପାଣି, ପରମାତ୍ମାଙ୍କ ପ୍ରସାଦ ଭାବେ ଆସିଛି ତାହା ଆମର ଭାଗ୍ୟକୁ ମଧ୍ୟ ବଦଳାଉ ଏଭଳି ଶୁଭକାମନା ସହିତ ଆପଣମାନଙ୍କୁ ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛି….
ଧନ୍ୟବାଦ….