ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜଣାଇଛନ୍ତି ଯେ ସେ ‘ସ୍କାଇରୁଟ୍ ଏରୋସ୍ପେସ୍’ର ପୱନ ଚନ୍ଦନା ଏବଂ ନାଗା ଭରତ ଡାକାଙ୍କ ସହିତ ଏକ ଉତ୍ତମ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଅନ୍ୟାନ୍ୟ ଅନେକ ପ୍ରମୁଖ ବିଷୟ ସହିତ ‘ବିକ୍ରମ-୧’ ର ସଫଳତା ସେମାନଙ୍କ ଆଲୋଚନାର ଏକ ପ୍ରମୁଖ ଅଂଶ ଥିଲା । ସେମାନଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା ଏବଂ ଭବିଷ୍ୟତ ପାଇଁ ଥିବା ଦୃଷ୍ଟିକୋଣ ବିଷୟରେ ଜାଣି ସେ ଖୁସି ପ୍ରକାଶ କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ ସେମାନଙ୍କର ଉତ୍ସାହ, ମହତ୍ୱାକାଂକ୍ଷା ଏବଂ ସକରାତ୍ମକ ମନୋଭାବ ଆମର ପ୍ରାଇଭେଟ୍ ସ୍ପେସ ଇକୋସିଷ୍ଟମର ଜୀବନ୍ତ ଭାବନାକୁ ପ୍ରତିଫଳିତ କରେ ଏବଂ ସେ ସମଗ୍ର ‘ସ୍କାଇରୁଟ୍’ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସ୍କାଇରୁଟ ଏରୋସ୍ପେସ୍ର ପୱନ ଚନ୍ଦନା ଏବଂ ନାଗା ଭରତ ଡାକାଙ୍କ ସହ ଏକ ଉତ୍ତମ ଆଲୋଚନା ହେଲା ।
ଅନ୍ୟାନ୍ୟ ଅନେକ ଆକର୍ଷଣୀୟ ବିଷୟ ସହିତ ‘ବିକ୍ରମ-୧’ର ସଫଳତା ଆମ ଆଲୋଚନାର ଏକ ପ୍ରମୁଖ ଅଂଶ ଥିଲା । ସେମାନଙ୍କର ବର୍ତ୍ତମାନ ପର୍ଯ୍ୟନ୍ତର ଯାତ୍ରା ଏବଂ ଭବିଷ୍ୟତ ପାଇଁ ଥିବା ଦୃଷ୍ଟିକୋଣ ବିଷୟରେ ଜାଣି ଖୁସି ଲାଗିଲା । ସେମାନଙ୍କର ଉତ୍ସାହ, ମହତ୍ୱାକାଂକ୍ଷା ଏବଂ ସକାରାତ୍ମକ ମନୋଭାବ ଆମର ପ୍ରାଇଭେଟ୍ ସ୍ପେସ୍ ଇକୋସିଷ୍ଟମର ଜୀବନ୍ତ ଭାବନାକୁ ପ୍ରତିଫଳିତ କରେ ।
ସମଗ୍ର ସ୍କାଇରୁଟ ଦଳକୁ ଶୁଭେଚ୍ଛା ।”
SR
A great interaction with Pawan Chandana and Naga Bharath Daka of Skyroot Aerospace.
— Narendra Modi (@narendramodi) July 27, 2026
The success of Vikram-1 naturally featured prominently in our discussion, in addition to many other interesting subjects. Happy to hear about their journey so far and their insights on what lies… https://t.co/I3aEVfa7fb