Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନମୟ; ବାରାଣସୀରେ ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନମୟ;
ବାରାଣସୀରେ ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନମୟ;
ବାରାଣସୀରେ ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନମୟ;
ବାରାଣସୀରେ ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ନିଜ ସଂସଦୀୟ ନିର୍ବାଚନ କ୍ଷେତ୍ର ବାରାଣସୀଠାରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଗହଣରେ ପ୍ରାୟ 90 ମିନିଟ ଧରି ସେମାନଙ୍କ ସହ ଭାବ ବିନିମୟ କରିଥିଲେ ।

ନରଉର ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ବିଦ୍ୟାଳୟରେ ପହଞ୍ଚିବା କ୍ଷଣି ଅତି ଉତ୍ସାହର ସହ ସ୍ୱାଗତ କରିଥିଲେ ।  ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ବିଶ୍ୱକର୍ମା ଜୟନ୍ତୀ ଅବସରରେ ସ୍ୱାଗତ କରିଥିଲେ ଏବଂ ବିଦ୍ୟା ଧ୍ୟୟନ ସହ ସେମାନେ ଜୀବନରେ ବିଭିନ୍ନ କଳା କୌଶଳ ଶିକ୍ଷା କରିବା ଆବଶ୍ୟକ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀ ଭାବେ ସେମାନେ ପ୍ରଶ୍ନ ପଚାରିବାର କଳା ଜାଣିବା ଏକାନ୍ତ ଜରୁରି । ପ୍ରଶ୍ନ ପଚାରିବା ପାଇଁ ସେମାନେ ମନରେ କୌଣସି ପ୍ରକାର ଶଙ୍କା ବା ଦ୍ୱିଧାବୋଧ ରହିବା ଉଚିତ ନୁହେଁ । ଏହା ଅଧ୍ୟୟନର ଏକ ବିଶେଷ ଅଙ୍ଗ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ରୁମ୍‌ ଟୁ ରିଡ଼ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ସେ ଏହି କୋମଳମତି ଛାତ୍ରଛାତ୍ରୀଙ୍କ ସହ ସମୟ ବିତାଇବାର ସୁଯୋଗ ପାଇଥିବାରୁ ଅତ୍ୟନ୍ତ ଆନନ୍ଦିତ ।

ପରେ ଡ଼ିଏଲଡ଼ବ୍ଲୁ ବାରାଣସୀଠାରେ ପ୍ରଧାନମନ୍ତ୍ରୀ ଗରିବ ତଥା ଅବହେଳିତ ବର୍ଗର ଶିଶୁମାନଙ୍କ ସହ ମତ ବିନିମୟ କରିଥିଲେ । ସେମାନଙ୍କୁ କାଶୀ ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ସହାୟତା ପ୍ରଦାନ କରିଆସୁଛନ୍ତି । ପାଠପଢା ସହ ସେମାନେ ଶାରୀରିକ ଶିକ୍ଷା ଓ କ୍ରୀଡ଼ା ପ୍ରତି ମନରେ ବିଶେଷ ଆଗ୍ରହ ରଖିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ ।

ପରେ ସନ୍ଧ୍ୟାରେ, ପ୍ରଧାନମନ୍ତ୍ରୀ ବାରାଣସୀ ସହରର ସଡ଼କପଥରେ ଯାତ୍ରାକରି ସହରର ବିକାଶମୂଳକ କାର୍ଯ୍ୟକ୍ରମର ଆକଳନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ଅଳ୍ପ ସମୟ ପାଇଁ ଅଟକି ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମନ୍ଦୁଆଡ଼ିହ ରେଳ ଷ୍ଟେସନକୁ ଅଚାନକ ପରିଦର୍ଶନ କରିଥିଲେ ।

 

**********