Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ପେନ୍ ଓ ଭାରତ ମଧ୍ୟରେ ଅଙ୍ଗ ପ୍ରତିରୋପଣ ସେବାରେ ସହଯୋଗ ପାଇଁ ଏମ୍ଓୟୁକୁ ମଞ୍ଜୁରି


ସ୍ପେନର ସ୍ୱାସ୍ଥ୍ୟ, ସାମାଜିକ ସେବା ଓ ସମାନତା ମନ୍ତ୍ରଣାଳୟର ନ୍ୟାସନାଲ ଟ୍ରାନ୍ସପ୍ଳାଣ୍ଟ ଅର୍ଗାନାଇଜେସନ୍ ଓ ଭାରତର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ମଧ୍ୟରେ ଅଙ୍ଗ ପ୍ରତିରୋପଣ ସେବା କ୍ଷେତ୍ରରେ ସହଯୋଗ ପାଇଁ ସ୍ୱାକ୍ଷରିତ ଏମ୍ଓୟୁକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।

ଏହି ଏମ୍ଓୟୁ ଦ୍ୱାରା ଦୁଇ ଦେଶ ମଧ୍ୟରେ ଅଙ୍ଗ ଓ ଟିସୁ ସଂଗ୍ରହ ଓ ପ୍ରତିରୋପଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଉତ୍ତମ ବୁଝାମଣା ସୃଷ୍ଟି ହୋଇପାରିବ । ଅଙ୍ଗ ଅଚଳ ହୋଇ ପୀଡ଼ିତ ଥିବା ରୋଗୀଙ୍କ ସେବାରେ ସୁଧାର ପାଇଁ ମଧ୍ୟ ଜ୍ଞାନ ସଂଗ୍ରହରେ ଏହା ସହାୟକ ହେବ । ଏହି ବୁଝାମଣା ପତ୍ର ସ୍ପେନ୍ ପ୍ରତିପକ୍ଷଙ୍କ ସହ ଆଗାମୀ ଦ୍ୱିପାକ୍ଷିକ ବୈଠକ ସମୟରେ ସ୍ୱାକ୍ଷରିତ ହେବାର ପ୍ରସ୍ତାବ ରହିଛି ।

****