Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ମାର୍ଟ ଇଣ୍ଡିଆ ହାକାଥନ- 2018ର ଉଦ୍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ; ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ କେନ୍ଦ୍ରର ଅଂଶଗ୍ରହଣକାରୀଙ୍କ ସହ କଲେ ମତବିନିମୟ; ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଇପିପିପି-ଉଦ୍ଭାବନ, ପେଟେଣ୍ଟ, ଉତ୍ପାଦନ ଏବଂ ସମୃଦ୍ଧି’ ର ମନ୍ତ୍ର ପ୍ରଦାନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫେରେନ୍ସିଂ ଜରିଆରେ ସ୍ମାର୍ଟ ଇଣ୍ଡିଆ ହାକାଥନ ଚୁଡାନ୍ତ ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇଛନ୍ତି ।

ତାଙ୍କ ଉଦ୍ବୋଧନରେ, ପ୍ରଧାନମନ୍ତ୍ରୀ ସ୍ମାର୍ଟ ଇଣ୍ଡିଆ ହାକାଥନ-2018ର ଅଂଶଗ୍ରହଣକାରୀମାନଙ୍କ ସମ୍ମୁଖରେ ଭାଗିଦାରୀଭିତ୍ତିକ ପ୍ରଶାସନର ଗୁରୁତ୍ୱ ଉପରେ ରେଖାପାତ କରିଥିଲେ ।

ସେ ଯୁବପିଢ଼ିଙ୍କ ଉପରେ ବିଶେଷ ଆଶା ପ୍ରକଟ କରିଥିଲେ ଏବଂ ସେମାନଙ୍କୁ ନୂତନ ଭାରତର ସଂକଳ୍ପ ପୂରଣ କରିବା ଦିଗରେ ଯୋଗଦାନ କରିବା ନିମନ୍ତେ ଆହ୍ୱାନ କରିଥିଲେ । “ମୁଁ କେବେ ହେଲେ ଯୁବ ପେସାଦାର, ଯୁବ ସିଇଓ, ଯୁବ ବୈଜ୍ଞାନିକ ଏବଂ ଯୁବ ପ୍ରଶାସକଙ୍କ ସହ ଆଲୋଚନା କରିବାର ସୁଯୋଗ ହାତଛଡ଼ା କରିନଥାଏ” ବୋଲି ସେ କହିଥିଲେ । ସେ ଆହୁରି ଉଲ୍ଲେଖ କରିଥିଲେ, “ଯୁବପିଢ଼ି ଦେଶକୁ ଆଗେଇ ନେବାର ମାର୍ଗ ସନ୍ଧାନ କରୁଥିବା ଦେଖି ମୁଁ ଆନନ୍ଦିତ । ସ୍ମାର୍ଟ ଭାରତର ସ୍ମାର୍ଟ ଉଦ୍ଭାବକମାନଙ୍କ ଗହଣରେ ରହି ମୁଁ ଉତ୍ସାହିତ” ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେକୌଣସି ରାଷ୍ଟ୍ରର ସବୁଠୁ ବଡ଼ ସମ୍ପତ୍ତି ହେଉଛି ଶ୍ରମଶକ୍ତି ଏବଂ ଇଚ୍ଛାଶକ୍ତି । “ପରିବର୍ତ୍ତନ ଆଣିବା ଲାଗି ଜନସାଧାରଣ ଥରେ ନିଷ୍ପତ୍ତି ନେଲେ, ସବୁକିଛି ସମ୍ଭବ ହୋଇଥାଏ । କିନ୍ତୁ ସରକାର ଏକାକୀ ପରିବର୍ତ୍ତନ ଆଣିପାରିବେ ବୋଲି ଭାବି ମସ୍ତବଡ଼ ଭୁଲ କରିଥା’ନ୍ତି ।”

ଗତଥରର ହାକାଥନ ତୁଳନାରେ ଚଳିତ ହାକାଥନରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । “ମୁଁ ଜାଣିବାକୁ ପାଇଛି ଯେ ଗତଥରର ହାକାଥନରେ ଆରମ୍ଭ କରାଯାଇଥିବା ଅଧିକାଂଶ ପ୍ରକଳ୍ପ ଶେଷ ହୋଇସାରିଛି” ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ନବପ୍ରବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିବା ସହିତ ଆଇପିପିପି – ଉଦ୍ଭାବନ, ସ୍ୱତ୍ୱ ହାସଲ/ପେଟେଣ୍ଟିଂ, ଉତ୍ପାଦନ ଏବଂ ସମୃଦ୍ଧି’ର ମନ୍ତ୍ର ପ୍ରଦାନ କରିଥିଲେ । “ଏହି ଚାରିଟି ପଦକ୍ଷେପ ଆମ ଦେଶକୁ ଦ୍ରୁତ ବିକାଶ ଦିଗରେ ନେଇଯିବ । ଏଥିପାଇଁ ଆମକୁ ଉଦ୍ଭାବନ କରିବାକୁ ହେବ, ସେହି ଉଦ୍ଭାବନର ସ୍ୱତ୍ତ୍ଵାଧିକାର ହାସଲ କରିବାକୁ ହେବ ଏବଂ ଉତ୍ପାଦନ/ବିନିର୍ମାଣ/ପ୍ରସ୍ତୁତିକୁ ସହଜ କରିବାକୁ ହେବ ଏବଂ ଉତ୍ପାଦକୁ ଦ୍ରୁତଗତିରେ ଲୋକମାନଙ୍କ ନିକଟକୁ ନେଇ ସେମାନଙ୍କୁ ସମୃଦ୍ଧ କରିବାକୁ ହେବ”, ସେ କହିଥିଲେ । ସେ ଉଲ୍ଲେଖ କରିଥିଲେ, “ଆମ ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବାର ଶକ୍ତି ଉଦ୍ଭାବନରେ ରହିଛି । ଆମର ଉଦ୍ଭାବନ କିପରି ଆମ ନାଗରିକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ ସେ ବିଷୟରେ ଆମେ ଚିନ୍ତା କରିବା ଆବଶ୍ୟକ ।”

ଗବେଷଣା ଏବଂ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ଲାଗି ସରକାର ନେଇଥିବା ବିଭିନ୍ନ ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
• ଅଟଳ ଟିଙ୍କରିଂ ଲେବଗୁଡ଼ିକ ଜରିଆରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆଧାରିତ ଶୈକ୍ଷିକ ଏବଂ ଶିକ୍ଷା ପଦ୍ଧତି ଆରମ୍ଭ କରାଯାଇଛି । ଏହାଦ୍ୱାରା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ।

• ଆଇଆଇଟି, ଆଇଆଇଏସସି ଏବଂ ନିଟ ଭଳି ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ବିଟେକ, ଏମଟେକ ଏବଂ ଏମଏସସି ପାଠ୍ୟକ୍ରମ ଲାଗି ଏକ ହଜାର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଗବେଷଣା ଛାତ୍ରବୃତ୍ତି ପ୍ରଦାନ । 5ବର୍ଷର ଅବଧି ଲାଗି ଏହି ଛାତ୍ରଛାତ୍ରୀଙ୍କୁ ମାସିକ 70-80ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

• ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଧିକ ସ୍ୱାୟତ୍ତତା ପ୍ରଦାନ କରାଯିବା ଉପରେ ଗୁରୁତ୍ୱ ।

• 20ଟି ବିଶ୍ୱସ୍ତରୀୟ ଉତ୍କର୍ଷ ଅନୁଷ୍ଠାନ ନିର୍ମାଣ କରିବା ଦିଗରେ ପଦକ୍ଷେପ ।

ତାଙ୍କର ଉଦ୍ବୋଧନରେ, ମେକ ଇନ ଇଣ୍ଡିଆ କିପରି ଏକ ବ୍ରାଣ୍ଡରେ ପରିଣତ ହୋଇଛି ଏବଂ ଏହା ସାରା ବିଶ୍ୱରେ କିଭଳି ଲୋକପ୍ରିୟତା ଅର୍ଜନ କରିଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଦାହରଣ ସହ ଉଲ୍ଲେଖ କରିଥିଲେ । ସେ କହିଥିଲେ 4 ବର୍ଷ ପୂର୍ବେ ଭାରତରେ 2ଟି ମୋବାଇଲ ତିଆରି ୟୁନିଟ ଥିଲା ଏବେ ଦେଶରେ ପାଖାପାଖି 120ଟି କାରଖାନା କାର୍ଯ୍ୟକ୍ଷମ ରହିଛି । ସେ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ 2013-14 ପଞ୍ଜିକରଣ ତଥ୍ୟ ତୁଳନାରେ ସ୍ୱତ୍ତ୍ଵାଧିକାର ପଞ୍ଜିକରଣ ଏବଂ ଟ୍ରେଡମାର୍କ ପଞ୍ଜିକରଣରେ ତ୍ରିସ୍ତରୀୟ ବୃଦ୍ଧି ଦେଖାଦେଇଛି ।

ସ୍ୱାସ୍ଥ୍ୟ-ହାକାଥନ, ଆଇନ-ହାକାଥନ, ସ୍ଥାପତ୍ୟ-ହାକାଥନ, କୃଷି-ହାକାଥନ ଏବଂ ଗ୍ରାମୀଣ-ହାକାଥନ ଆଦି ଏକାଧିକ କ୍ଷେତ୍ରର ଏଭଳି ପ୍ରକଳ୍ପ ସମ୍ଭାବନା ଉଜାଗର କରିବା ଲାଗି ପ୍ରଧାନମନ୍ତ୍ରୀ ଅଂଶଗ୍ରହଣକାରୀମାନଙ୍କୁ ଅନୁରୋଧ କରିଥିଲେ । ସେ ଗୁରୁତ୍ୱରୋପ କରି କହିଥିଲେ, “ଏସବୁ ହାକାଥନ ଲାଗି ଆମର ନବପ୍ରବର୍ତ୍ତନକାରୀ କୃଷକ, ଯନ୍ତ୍ରୀ, ସ୍ଥପତି, ଡାକ୍ତର, ଆଇନଜୀବୀ, ପ୍ରବନ୍ଧକମାନଙ୍କର ଆବଶ୍ୟକତା ରହିଛି । ଏପରି ହାକାଥନ ଉଦୀୟମାନ ପ୍ରତିଭାମାନଙ୍କୁ ମଞ୍ଚ ପ୍ରଦାନ କରିବ” । ପ୍ରଗତି ବୈଠକ ଜରିଆରେ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ପ୍ରକୃତ ସମୟରେ ଅନୁଧ୍ୟାନ କରିବାରେ ନିଜର ଅଭିଜ୍ଞତା ସମ୍ପର୍କରେ ସେ ଦର୍ଶକମାନଙ୍କୁ କହିଥିଲେ ।

ଏହି ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ସ୍ମାର୍ଟ ଇଣ୍ଡିଆ ହାକାଥନରେ ଅଂଶଗ୍ରହଣ କରିଥିବା ବିଭିନ୍ନ କେନ୍ଦ୍ରର ଅଂଶଗ୍ରହଣକାରୀଙ୍କ ସହ ମତବିନିମୟ କରିଥିଲେ ।

***