ପିଏମଇଣ୍ଡିଆ
ମୋର ପ୍ରିୟ ବନ୍ଧୁଗଣ, ଆପଣମାନେ ସକାଳୁ ବସିଛନ୍ତି, ହାଲିଆ ହୋଇ ଯାଇଥିବେ? ଏବେ ଆଉ 36 ଘଣ୍ଟା ବାହାର କରିବାର ଅଛି ତ ଥକି ଯିବେ କି? କିନ୍ତୁ ଆପଣମାନେ ଭାବିଥିବେ କି 10ଟାରେ କୋଉ ପ୍ରଧାନମନ୍ତ୍ରୀ ଆସିଥାନ୍ତି, ଆଉ ଆପଣମାନଙ୍କର ପୁଣି ମନେ ପଡିଥିବ କି ଆଜି ତ ଅପ୍ରେଲ ପହିଲା ବୋଧହୁଏ ମୋଦିଜୀ ଆମକୁ ଏପ୍ରିଲ ଫୁଲ୍ କରୁଥିବେ । ବନ୍ଧୁଗଣ ସତରେ ଆଜି ଆପଣମାନଙ୍କ ସହିତ ମିଶି ମତେ ବହୁତ ଖୁସି ଲାଗୁଛି ।
ସ୍ମାର୍ଟ ଇଣ୍ଡିଆ ହେକାଥନ ଭାରତରେ ହେଉଛି ଏ ପ୍ରକାରର ସବୁଠାରୁ ବଡ଼ ପରୀକ୍ଷଣ । ଯେଉଁ ଦେଶର ଜନସଂଖ୍ୟାର 65 ପ୍ରତିଶତ ଲୋକ ହେଉଛନ୍ତି 35 ବର୍ଷରୁ କମ ବୟସର, ଯେଉଁ ଦେଶ ଦୁନିଆର ଯୁବକଙ୍କ ଦେଶ, ଏଠାକାର ଯୁବଶକ୍ତି ଆଜି, ଏହି ସମୟରେ ନିଜ ସମାଜ, ନିଜ ଦେଶର କିଛି ପ୍ରମୁଖ ସମସ୍ୟା ସମଧାନ ବାହାର କରିବା ପାଇଁ ଏକାଠି ହୋଇଛନ୍ତି । ନିଜର ନବସୃଜନ ଦେଖାଇବା ପାଇଁ, ନିଜର କାର୍ଯ୍ୟ କୁଶଳତା ଦେଖାଇବା ପାଇଁ ଆପଣ ସମସ୍ତେ, ସମସ୍ତ ଯୁବକ, ଯେଉଁ ଉତ୍ସାହର ସହିତ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି, ତାହା ହେଉଛି ପ୍ରଶଂସାଯୋଗ୍ୟ । ଲଗାତାର 15 ଘଣ୍ଟା ଧରି କାମ କରିବା ପରେ ମଧ୍ୟ ଏବେ ବି ଆପଣଙ୍କ ଶରୀରରେ କ୍ଳାନ୍ତିର ଚିହ୍ନ ନାହିଁ । ଆପଣଙ୍କ ଚେହେରାରେ ହସ ଦେଖି ପାରୁଛି । ଯେତେବେଳେ ସେହି ଉର୍ଜ୍ଜା, ସେହି ଉଦ୍ଦେଶ୍ୟ ସହିତ କାମ କରାଯାଏ ସେତେବେଳେ ଭଲ ଫଳ ମିଳିଥାଏ ।
ବନ୍ଧୁଗଣ, ଜ୍ଞାନ କ୍ଷେତ୍ରରେ ଆମ ଦେଶର ଏକ ନିଜସ୍ୱ ପରିଚୟ ରହିଛି; ଆଜିଠାରୁ ନୁହେଁ, ହଜାର ବର୍ଷ ପୂର୍ବରୁ । କୁହାଯାଏ ଶୂନର ଆବିଷ୍କାର ଭାରତରୁ ହୋଇଥିଲା । ଆଜି ଆଇଟି ଜ୍ଞାନ କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେଉଛି । ଶୂନରୁ ମଙ୍ଗଳଯାନରେ ମଙ୍ଗଳଯାତ୍ରାର ଅଭିଯାନ ଆମକୁ ଗୌରବାନ୍ୱିତ କରିଛି । ଉପନିଷଦରୁ ଉପଗ୍ରହ ପର୍ଯ୍ୟନ୍ତ ଆମର ଯାତ୍ରା ବିସ୍ତାରିତ ହୋଇଛି । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଆଜି ଭାରତକୁ ନିଜର ଆବଶ୍ୟକତା, ନିଜ ସମସ୍ୟାର ସମାଧାନ ପାଇଁ ସୂଚନା ପ୍ରଯୁକ୍ତି ବିଦ୍ୟାର ଅଧିକ ବ୍ୟବହାର କରିବାର ଆବଶ୍ୟକତା ରହିଛି । ଏହି ପ୍ରକାରରେ ଆଜିର ସମାଜ ହେଉଛି ବୈଷୟିକ ଜ୍ଞାନ ପରିଚାଳିତ । ନବସୃଜନ, ଟେକ୍ନୋଲଜି, ଏହା ସମାଜ ଜୀବନକୁ ଗତିଶୀଳ କରାଉଛି, ଶକ୍ତିଶାଳୀ କରାଉଛି । ହେକାଥନ ପାଇଁ ମାଇଁ ଗଭ୍(MyGov) ସହାୟତାରେ ଏପରି ପାଖାପାଖି 500 ସମସ୍ୟାକୁ ଚିହ୍ନଟ କରାଯାଇଛି, ଯାହାର ସମାଧାନ ଖୋଜାଯାଉ, ଯୁବ ମନ ଦ୍ୱାରା ଖୋଜାଯାଉ, ଆଧୁନିକ ଟେକ୍ନୋଲଜି ଖୋଜାଯାଉ । ସେହି ସମସ୍ୟାର ସମାଧାନ ପାଇଁ ଆପଣମାନଙ୍କ ସାମ୍ନାରେ ରଖାଯାଇଛି । ଆପଣମାନଙ୍କ ପାଇଁ ଆହ୍ୱାନ ମଧ୍ୟ, ସୁଯୋଗ ମଧ୍ୟ । ଆଉ ମୋର ବିଶ୍ୱାସ ଯେ, ଏହି କାମ ଦ୍ୱାରା ଆପଣ ନିଜ ପରୀକ୍ଷା ପାଇଁ କିଛି ଜବ୍ ୱାର୍କ କରନ୍ତୁ, ସେଥିରୁ ଯେଉଁ ଆନନ୍ଦ ମିଳିଥାଏ, ତା’ ଠାରୁ ଅଧିକ ଆନନ୍ଦ ଆପଣମାନଙ୍କୁ ଏହି କାମରୁ ମିଳିବ । କାରଣ ଯେତେବେଳେ କାମ ସଂପୂର୍ଣ୍ଣ ହେବ, ଆଉ ଆପଣମାନଙ୍କୁ ଲାଗିବ କି କେଉଁ ଗରିବର କାର୍ଯ୍ୟରେ ଆସିବା ଭଳି କିଛି ପରିଶ୍ରମ ଆପଣ କରିଛନ୍ତି । ଆପଣ ଯେଉଁ ସମାଧାନର ପଥ ବାହାର କରୁଛନ୍ତି ତାହା ବୋଧହୁଏ ହିନ୍ଦୁସ୍ଥାନର ସରକାରଙ୍କ ରୀତିନୀତିର ଅଂଶ ହେବାକୁ ଯାଉଛି । ତ ଆପଣଙ୍କ ଜୀବନ ନିଜକୁ ନିଜେ ଧନ୍ୟ ଅନୁଭବ କରିବ ।
ଲୋକତନ୍ତ୍ରର ସଫଳତା ଜନ ସହଯୋଗ, ଭାଗିଦାରୀରେ ହିଁ ହୋଇଥାଏ । ଲୋକତନ୍ତ୍ରର ଅର୍ଥ ଏହା ନୁହେଁ ଯେ ଭୋଟ ଦେଇ ଦେଲେ, 5 ବର୍ଷର ଠିକା ଦେଇଦେଲେ, ନେଇ ଯାଆନ୍ତୁ ଭାଇ, ମୋ ସମସ୍ୟା ଦୂର କରିଦିଅ । ଆଉ 5 ବର୍ଷରେ ନ କରି ପାରିଲେ ତ କହିଦେଲେ ଚାଲ ଏବେ ଅନ୍ୟ ଠିକାଦାରକୁ ଧରିବା; ଏହା ଲୋକତନ୍ତ୍ର ନୁହେଁ, ଲୋକତନ୍ତ୍ର ଜନ ଭାଗିଦାରୀରେ ହୋଇଥାଏ । ଶହେ ପଚିଶ କୋଟି ଦେଶବାସୀ ମିଳିମିଶି ଦେଶକୁ ଆଗକୁ ନେଇଯିବାକୁ ହେବ । ସବୁକିଛି ସରକାରଙ୍କୁ ହିଁ ଜଣାଅଛି, ସମସ୍ତ ସମସ୍ୟାର ସମାଧାନ ସରକାର ହିଁ କରି ପାରିବେ, ତାଙ୍କ ପାଖରେ ସମସ୍ତ ଉପାୟ ଅଛି; ଏହା ଭ୍ରମ ଧାରଣା । ସରକାରରେ ତ ଆପଣମାନଙ୍କ ଭଳି ଲୋକ ଆସି ବସିଛନ୍ତି । ସବୁକିଛି ସମସ୍ୟାର ସମାଧାନ ଆମେ ସବୁ ମିଳିମିଶି ହିଁ କରିପାରିବା । ଯେଉଁମାନେ ସରକାରରେ ନାହାନ୍ତି ସେମାନଙ୍କ ପାଖରେ ମଧ୍ୟ ଭଲ ପ୍ରସ୍ତାବ ରହିଥାଏ, ବୁଦ୍ଧି, ପ୍ରତିଭା ଥାଏ, କାମ କରିବାର ଏକ ମନୋବଳ ଥାଏ । ଆଉ ଏଥିପାଇଁ ମୋର ସବୁବେଳେ ପ୍ରୟାସ ଜନ ଭାଗିଦାରୀରେ କିପରି ଜିନିଷକୁ ଆଗକୁ ନିଆଯାଇ ପାରିବ । ଆଉ ଆଜିର ଏହି ଅବସର, ଦେଶର ଦଶ ହଜାର ଯୁବକ ଇଂଜିନୟରିଂ ବୃତ୍ତିଧାରୀ ହୋଇଥିବେ, ଆଇଟି ବୃତ୍ତିଧାରୀ ହୋଇଥିବେ, ସେମାନେ ମିଳିମିଶି ଆମ ନିତିଦିନିଆ ଜୀବନର 500 ସମସ୍ୟାର ସମାଧାନର ବାଟ ଖୋଜୁଛନ୍ତି । ନ ଖାଇ ନ ପିଇ, ବସି ଲାଗିଛନ୍ତି; ଏହା ନିଜକୁ ନିଜେ ଏକ ନୂଆ ଶକ୍ତିର ପରିଚୟ କରାଇ ଦେବ । ଆଉ ଏଥି ପାଇଁ ସର୍ବ ପ୍ରଥମେ ତ ଏଥିରେ ଭାଗ ନେଇଥିବା, ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି, ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।
ଆଜି ଯେତେବେଳେ ଆପଣ ନିଜ ଉର୍ଜ୍ଜାକୁ ସରକାରୀ ପ୍ରକ୍ରିୟାରେ ସଂଚାଳିତ କରିବେ ତ ନିଶ୍ଚିତ ଭାବେ ବହୁତ ସକରାତ୍ମକ ପରିଣାମ ମିଳିବ । ମୁଁ ସବୁବେଳେ ମାନିଥାଏ ଯେ, ଟେକ୍ନୋଲଜି ମାଧ୍ୟମରେ, ସୂଚନା ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଆମେ ଆଜିର ସମାଜରେ ବହୁତ ବଡ଼ ପରିବର୍ତ୍ତନ ଆଣିପାରିବା । ଟେକ୍ନୋଲଜି ଆମକୁ ଏମିତି ଏମିତି ସମାଧାନ ଦେଇଥାଏ, ଯାହା ବିଷୟରେ କିଛି ବର୍ଷ ପୂର୍ବରୁ ଚିନ୍ତା ମଧ୍ୟ କରି ହେଉ ନ ଥିଲା । କିଏ ଭାବିଥିଲା କି କେବେ ରାସ୍ତାରେ ବିନା ଡ୍ରାଇଭରରେ କାର ଚାଲିବ? ଆଗାମୀ ଦିନ ମାନଙ୍କରେ କୃତ୍ରିମ ସଚେତନତାର ବହୁତ ପ୍ରସାର ଘଟିବ । ଥ୍ରୀ-ଡି ଟେକ୍ନୋଲଜିର ସହାୟତାରେ ତିନି ପାଖରୁ ଦୃଶ୍ୟମାନ ବସ୍ତୁର ପ୍ରିଣ୍ଟିଙ୍ଗ, ଆଉ ତା ଉପରେ ଆଗାମୀ ଭବିଷ୍ୟତର ନିର୍ମାଣ, ଥ୍ରୀ-ଡି ଟେକ୍ନୋଲଜି ତାହାର ଏକ ବହୁତ ବଡ ଆଧାର ସ୍ତମ୍ଭ ହେବାକୁ ଯାଉଛି ।
ବିନିର୍ମାଣ କ୍ଷେତ୍ରରେ, ଏପରିକି ଘରର ଡିଜାଇନ୍ ରେ ତାହାର ବଡ଼ ଉପଯୋଗ ହେବାକୁ ଯାଉଛି । ଏବେ ତ ସମୟ ଇଂଟରନେଟ ଅଫ୍ ଥିଙ୍ଗସ୍ । “Internet of things”ରୁ ସ୍ଥିର ହେବ । ଏମିତି ଏକ ବ୍ୟବସ୍ଥା ତିଆରି ହେବାକୁ ଯାଉଛି ଯାହା ବହୁତ କିଛି ଇଂଟରନେଟ ଅଫ୍ ଥିଙ୍ଗସ୍ ହିଁ ସ୍ଥିର ହେବ । ଆଜି ଦେଶରେ ଯେଉଁ ସହର ସ୍ମାର୍ଟ ସିଟିରେ ପରିବର୍ତ୍ତନ ହେଉଛି, ସେଠାରେ ସେହି ଟେକ୍ନୋଲଜିର ପ୍ରୟୋଗ ଭଲ ଭାବରେ କରାଯାଉଛି, ସ୍ମାର୍ଟ ପାର୍କିଂ ହେଉ, ସ୍ମାର୍ଟ ଲାଇଟିଂ ହେଉ, ବାୟୁର ମାନ ଅନୁଧ୍ୟାନ ହେଉ, ସେଥିରେ ଇଂଟରନେଟ ଅଫ୍ ଥିଙ୍ଗସ୍ ର ପ୍ରୟୋଗ କରାଯାଉଛି ।
ବନ୍ଧୁଗଣ, ଟେକ୍ନୋଲଜି ଆଜି ଜୀବନରେ ବହୁତ ବଡ଼ ପରିବର୍ତ୍ତନ କରି ଦେଉଛି । କିଛି ନୂଆ ଜିନିଷ, ନୂଆ ପରମ୍ପରା, ଜନ୍ମ ନେଉଛି; କିଛି ପୁରୁଣା ଜିନିଷ, ପୁରୁଣା ପଦ୍ଧତି ଶେଷ ହୋଇଯାଉଛି । ଆପଣ ନିଜେ ଦେଖନ୍ତୁ, ଆପଣଙ୍କ ଆଗରେ ହିଁ ଫ୍ଲପି, ଟେପ୍ ରେକର୍ଡର, ୱାକମ୍ୟାନ ଏହି ସମସ୍ତ ଜିନିଷ ଆସିଲା ଓ ଚାଲିଗଲା; ଶେଷ ହୋଇଗଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ତାହା ରହିଲା ନାହିଁ; ନୂତନ ଟେକ୍ନୋଲଜି ସ୍ଥାନ ନେଇଗଲା । ଗୋଟିଏ ସମୟ ଥିଲା ଯେତେବେଳେ ରେଡିଓ, ଆଜି ଯେଉଁ ମାଇକ୍ରୋଓଭେନ ଅଛି, ସେତେ ବଡ ଆକାରର ହେଉଥିଲା । ଆଉ ଆଜି ରେଡିଓ, ଦିଆସିଲି ଖୋଳରେ ମଧ୍ୟ ଫିଟ୍ ହୋଇଯାଉଛି । ଟେକ୍ନୋଲଜି ଦୁନିଆକୁ ଛୋଟ କରିଦେବା ସହ ସୁବିଧାର ବିସ୍ତାରକୁ ଆହୁରି ବଢାଇବାରେ ସାହାଯ୍ୟ କରୁଛି । ଆପଣମାନେ ଦେଖିଥିବେ ବିଗତ କିଛି ମାସରେ କିପରି ଆମ ଦେଶରେ ନଗଦ ବିହୀନ କାରବାରର ପ୍ରସାର ଦୃତଗତିରେ ବଢୁଛି । ଆଉ ଏ କ୍ଷେତ୍ରରେ ମଧ୍ୟ ଲଗାତର ନୂତନ ତଥା ଅଭିନବ ସମାଧାନ ଆଗକୁ ଆସୁଛି ।
ବନ୍ଧୁଗଣ, ନବସୃଜନ ହିଁ ହେଉଛି ଉନ୍ନତ ଭବିଷ୍ୟତର ଆଧାର । ଇତିହାସ ସେହି ଲୋକଙ୍କ ଦ୍ୱାରା ଲେଖାଯାଇଥାଏ, ଯେଉଁମାନେ ଚାଲିଆସୁଥିବା ପରମ୍ପରାକୁ ଆହ୍ୱାନ ଦେଇଥାନ୍ତି, ସେଥିରେ ପରିବର୍ତ୍ତନ ଆଣିଥାନ୍ତି । ସେଥିପାଇଁ ଆଉ ଏକ କଥା ହେଉଛି ଜରୁରୀ, ତାହା ହେଉଛି ଦୃଢତା, ଲଗାତାର ଯୋଡି ହୋଇ ରହିବା । ପିଲା ଦିନରୁ ଆମ ମାନଙ୍କୁ, କେତେ କଥା ଆପଣମାନେ ମଧ୍ୟ ଶୁଣିଥିବେ; କୁହାଯାଏ କି ସେହି ପିମ୍ପୁଡି ନିଜ ଖାଦ୍ୟ ନେଇଯାଉଥିଲା, ଚିନି ଦାନା, ଆଉ ନେଇ ଯାଉଥିଲା, ନେଇ ଯାଉଥିବା ବେଳେ କେତେ ଥର ଛାଡି ଦେଉଥିଲା, ନେଇ ଯାଇପାରୁ ନଥିଲା, ଉପର କାନ୍ଥକୁ ଚଢିବାକୁ ଚେଷ୍ଟା କରୁଥିଲା କିନ୍ତୁ ସବା ଶେଷରେ ନେଇସାରିବା ପରେ ହିଁ ସେ ଅଟକିଲା । ଗୋଟିଏ ପିମ୍ପୁଡି ମଧ୍ୟ ଲଗାତର ପ୍ରଚେଷ୍ଟାର ପ୍ରେରଣାର କାରଣ ହୋଇପାରିଥାଏ, ଆଉ ଏଥି ପାଇଁ ଆମକୁ ମଧ୍ୟ ଏହି କଥାକୁ ମନେ ରଖିବାକୁ ହେବ ଯେ, ନବସୃଜନର ରାସ୍ତାରେ ବହୁବାର ଆପଣଙ୍କୁ ବିଫଳତା ମିଳିପାରେ । କିନ୍ତୁ ଆପଣଙ୍କୁ ହାର ମାନିବାର ନାହିଁ, ଏବଂ ଏଥିପାଇଁ ଯେଉଁମାନେ ଜିତିବାର ସଂକଳ୍ପ ନେଇ ଚାଲନ୍ତି ସେ ଲଢିବା ମଧ୍ୟ ଜାଣନ୍ତି ଆଉ ଯିଏ ଲଢିବା ଜାଣେ ସେ ଜିତି କରି ପାଇବା ପର୍ଯ୍ୟନ୍ତ କ୍ଷମତା ମଧ୍ୟ ରଖିଥାଏ । ଆପଣ ସଫଳ ହେବେ, ସେଦିନ ଏହି ଦୁନିଆର ଲୋକମାନେ କହିବେ ଯେ ଆପଣଙ୍କର ରାସ୍ତା ଠିକ୍ ଥିଲା, ଆପଣଙ୍କର ପ୍ରଣାଳୀ ଠିକ୍ ଥିଲା । କିନ୍ତୁ ଏହି ସମୟରେ ଗୋଟିଏ କଥା ପ୍ରତି ନିଶ୍ଚିତ ଧ୍ୟାନ ରଖିବେ ଯେ ଆପଣଙ୍କ ନବସୃଜନର ଶେଷ ବିନ୍ଦୁ ହେଉଛି ଗୁଣବତ୍ତା ।
ଗୁଣବତା ସହିତ କୌଣସି ପ୍ରକାରର ବୁଝାମଣା କରିବା ଉଚିତ ନୁହେଁ, କରାଯାଇ ନ ପାରେ । ଗୁଣବତ୍ତା ଏଭଳି ଜିନିଷ ଅଟେ ଯାହାକୁ ଲୋକମାନେ ମନେ ରଖନ୍ତି । ଆପଣଙ୍କ ନବ ସୃଜନରେ, ଆପଣଙ୍କ ଉତ୍ପାଦରେ, ଲୋକମାନଙ୍କର ଜୀବନ, ଜୀବନର ଗୁଣବତ୍ତାରେ ଯେଉଁ ପରିବର୍ତ୍ତନ ଆସେ ତାହା ମହତ୍ୱପୂର୍ଣ୍ଣ ଅଟେ । ବନ୍ଧୁଗଣ, ଆପଣମାନେ ସମସ୍ତେ ଯେତେ ସୃଜନଶୀଳ ଅଟନ୍ତି, ଯେତେ ଉର୍ଜ୍ଜାବାନ ଅଟନ୍ତି; ଦେଶର, ସମାଜର, ସମସ୍ୟାଗୁଡିକୁ ସମାଧାନ କରିବାରେ ଆପଣଙ୍କର ଯେଉଁ ଅଭିବ୍ୟକ୍ତି ରହିଛି ତାହା ନିଉ ଇଣ୍ଡିଆକୁ ଆହୁରି ମଜବୁତ କରିବ । ଯେଭଳି କୌଶଳ ପୂର୍ବାପେକ୍ଷା କେତେଗୁଣ ଦ୍ରୁତଗତିରେ ବଦଳୁଛି । ସେହିଭଳି ଆଜିର ପିଢି ଆମ ଅପେକ୍ଷା କେତେଗୁଣ ଦ୍ରୁତଗତିରେ ଚିନ୍ତା କରି ପାରୁଛି, କାମ କରିପାରୁଛି । କେତେ ଲୋକ କହୁଛନ୍ତି ଯେ ଆଜିର ଯୁବକ ବହୁତ ପ୍ରଶ୍ନ ପଚାରୁଛନ୍ତି, ଏହା କୌଣସି ଖରାପ କଥା ନୁହେଁ, ଏହାତ ଭଲ କଥା । ଆଜିର ଯୁବକ, କୌଣସି ଜିନିଷ ନେଇ ଚାଲୁଛି ଏବଂ ପ୍ରତ୍ୟେକଟି କଥାକୁ ଆରମ୍ଭରୁ ବୁଝିବାକୁ ଚାହୁଁଛି, ନିଜ ଦୃଷ୍ଟିକୋଣରେ ଦେଖିବାକୁ ଚାହୁଁଛି । କିଛି ଲୋକ ଏହା ମଧ୍ୟ କହୁଛନ୍ତି ଯେ ଆଜିର ଯୁବକ ପାଖରେ ଧୈର୍ଯ୍ୟ ନାହିଁ । ମୁଁ କହୁଛି ଯେ, ଏହି କଥା ତ, ଆଜିକାର ପିଢୀର ଯୁବକର ଏବଂ ତା ମଧ୍ୟରେ ନବସୃଜନ ପାଇଁ ପ୍ରେରଣାର କାରଣ ହୋଇପାରିଛି । ଜୀବନରେ ଧୈର୍ଯ୍ୟ ରହିବା ଆବଶ୍ୟକ, ଅଧୈର୍ଯ୍ୟ ଜୀବନ ଆଗକୁ ବଢିପାରେ ନାହିଁ, କିନ୍ତୁ ଏଭଳି ମଧ୍ୟ ଧୈର୍ଯ୍ୟ ନ ହେଉ ଯାହା ନୂଆ ଭାବିବା ପାଇଁ ପ୍ରେରିତ ନ କରୁ; ସ୍ଥାଣୁତା ନ ଆସୁ । ଆଉ ଏହି କାରଣରୁ ସେ ଅଧିକ ଦୃତ ଗତିରେ କାମ କରୁଛନ୍ତି, ଆଉ ମୁଁ ଦେଖିଛି ଏ ଭଳି ଯୁବକମାନେ ପରିଣାମ ମଧ୍ୟ ଆଣିଥାନ୍ତି । କିଛି ଲୋକ ଏହା ମଧ୍ୟ କହୁଛନ୍ତି ଆଜିର ଯୁବକ ନୀରସ କାର୍ଯ୍ୟ ଚାହେଁ ନାହିଁ, ତାକୁ ଏହା ପସନ୍ଦ ନୁହେଁ, ସେ ପରିବର୍ତ୍ତନ ଚାହେଁ । ମୁଁ ମାନୁଛି ଯେ, ତା’ର ଏହି ଚିନ୍ତାଧାରା ଯାହା ସ୍ୱୟଂକ୍ରିୟ ଭାବେ ନୂଆ ନୂଆ ଚିନ୍ତାଧାରା ଆଣୁଛି । ଯଦି ସେ ମଧ୍ୟ ପୁରୁଣା ଢାଞ୍ଚାରେ ବଞ୍ଚିବାକୁ ଚାହିଁ ଥାଆନ୍ତା ତା ହେଲେ ନୂଆ କେଉଁଠୁ ମିଳି ଥାଆନ୍ତା? ଯିଏ ପୁରୁଣାକୁ ଭାଙ୍ଗି ବାହାରିବାକୁ ଚାହୁଁଛି ସେ ହିଁ ତ ନୂଆ ଦେଇଥାଏ । କିଛି ଲୋକ ଏହା ମଧ୍ୟ କହୁଛନ୍ତି ଯେ ଆଜିର ଯୁବକ ଏକ ସମୟରେ କେତେଗୁଡିଏ କାମ ଏକା ସହିତ କରିବାକୁ ଚାହୁଁଛି । କିଛି ଲୋକଙ୍କୁ ଏହା ଲାଗୁଛି ଯେ, ସେ ଏମିତି ହିଁ ନିଜର ବେକାର ସମୟ ନଷ୍ଟ କରୁଛି । କିନ୍ତୁ ମୁଁ କେବେ କେବେ ଯେଉଁ ଯୁବକମାନଙ୍କ ପାଖରେ ଏଭଳି ବିଦ୍ୟା ଥାଏ, ଗୋଟିଏ, ସାତୋଟି, ପାଂଚୋଟି, ଦଶଟି ଜିନିଷ ମନକୁ ମନ ଏକ ସମୟରେ କରି ନିଅନ୍ତି; ମୁଁ ତାକୁ ଖରାପ ଭାବେ ନାହିଁ । ଏବେ ବହୁ କାର୍ଯ୍ୟ ପାଇଁ ନିଜକୁ ନିଜେ ପ୍ରସ୍ତୁତ କରିବା ଦରକାର । ପ୍ରତ୍ୟେକଙ୍କର ଚେଷ୍ଟା, ଆଉ ଯିଏ ଚେଷ୍ଟା କରେ ତାକୁ ପ୍ରେତ୍ସାହନ ଦେବା ଦରକାର । କିଛି ଲୋକଙ୍କୁ ଯୁବକଙ୍କର ଉଚ୍ଚାଭିଳାଷରେ ସମସ୍ୟା ଥାଏ । ସେ କହେ ଆଜିର ଯୁବକ ଦ୍ରୁତ ଗତିରେ ଆଗକୁ ବଢିବାକୁ ଚାହେଁ । ବନ୍ଧୁଗଣ, ମୁଁ ଆଗକୁ ବଢିବା ସପକ୍ଷରେ । କିନ୍ତୁ କିଛି ଲୋକ କମ୍ ସମୟରେ ଧନ ଏକାଠି କରିବା ପାଇଁ ଆଗକୁ ଦୌଡନ୍ତି, ସେମାନେ କ୍ୱଚିତ୍ ଜୀବନରେ ସଫଳ ହୁଅନ୍ତି । କିଛି କରି ଦେଖାଇବା ପାଇଁ ଯେଉଁମାନେ ଆଗକୁ ଦୌଡନ୍ତି, ଦ୍ରୁତ ଗତିରେ ଦୌଡନ୍ତି, ସମୟ ପୂର୍ବରୁ କରି ନିଅନ୍ତି, ସେମାନେ ନିଜକୁ ମଧ୍ୟ କିଛି ଦିଅନ୍ତି, ଦୁନିଆକୁ ମଧ୍ୟ କିଛି ଦିଅନ୍ତି । ଆଉ ଏହି ନିଉ ଇଣ୍ଡିଆର କଥା ମୁଁ ଯେବେ କହିଥାଏ, ତ ଏହି ଉତ୍ସାହକୁ ନେଇ କରୁଅଛି ।
ମୋ ଭାରତର ଯୁବକ ସମସ୍ୟା ଗୁଡିକର ସମାଧାନ ଶୀଘ୍ର ଖୋଜିବାକୁ ଚାହୁଁଛି, ସେ ଶୀଘ୍ର ଉନ୍ନତି ଚାହୁଁଛି, ଆଉ ମୁଁ ଏହାକୁ ଭଲ ବୋଲି ମାନୁଛି । ଆଜିର ଯୁବକ କାହା ପାଖରେ ଚାକିର କରିବା ଅପେକ୍ଷା ନିଜେ ଏଭଳି ହେବାକୁ ଚାହୁଁଛି ଯିଏ ଅନ୍ୟକୁ ରୋଜଗାର ଦେଇ ପାରିବ । ନିଶ୍ଚିତ ଭାବରେ ଏଥିରେ ମୂଳଧନର ଆବଶ୍ୟକତା ରହିଛି କିନ୍ତୁ ତା’ ଠାରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ଯେ ଜୀବନର ଉଦ୍ଦେଶ୍ୟ, ମିଶନର ଭାବନା, ଯାହା ଆମ ଯୁବକଙ୍କଠାରେ ଅଭାବ ନାହିଁ । ସେ ନିଜର ଚିନ୍ତାଧାରାକୁ ଅଭିନବ ସମାଧାନ ଗଡିକୁ ଏଭଳି ଭାବରେ ପ୍ରତିଫଳିତ କରିବାକୁ ଚାହେଁ କି ଜିନିଷଗୁଡିକ ଏଭଳି ଅଧିକ କ୍ରିୟାଶୀଳ ଓ ମିତବ୍ୟୟୀ ହେବ । ଆପଣଙ୍କ ଭଳି ଲକ୍ଷ ଲକ୍ଷ କୋଟି କୋଟି ଯୁବକମାନଙ୍କର ଏହି ଅଦ୍ଭୁତ କ୍ଷମତାକୁ ହିଁ ଧ୍ୟାନରେ ରଖି ସରକାର ଷ୍ଟାର୍ଟ ଅପ ଇଣ୍ଡିଆର ଅଭିଯାନ ଚଲାଉଛନ୍ତି । ମୁଦ୍ରା ଯୋଜନା ମାଧ୍ୟମରେ ଆପଣଙ୍କ ଭଳି କୋଟି କୋଟି ଯୁବକଙ୍କୁ ବ୍ୟାଙ୍କ ଗ୍ୟାରେଂଟିର ଚିନ୍ତାରୁ ମୁକ୍ତି କରି କୋଟି କୋଟି ଟଂକା ଋଣ ଦିଆଯାଉଛି ।
ବନ୍ଧୁଗଣ, ସ୍ୱପ୍ନ ଦେଖିବାର କ୍ଷମତା ସମସ୍ତଙ୍କର ଥାଏ । ଆପଣ ଏତେ ଲୋକ ଏଠି ବସିଛନ୍ତି, ପ୍ରତ୍ୟେକ ଦିନ କୌଣସି ନୂଆ ସ୍ୱପ୍ନ ଦେଖୁଥିବା ଲୋକ ଥିବେ । ସ୍ୱପ୍ନ ଦେଖିବାର କ୍ଷମତା ସମସ୍ତଙ୍କର ଥାଏ । ସ୍ୱପ୍ନ ଗୁଡିକୁ ସଂକଳ୍ପରେ ବଦଳାଇବାର କ୍ଷମତା ଥିବା ଦରକାର । ଆଉ ସଂକଳ୍ପକୁ ସିଦ୍ଧ କରିବା ପାଇଁ ସମସ୍ତ କ୍ଷମତା ଗୁଡିକୁ ଲଗାଇଦେବା ଦରକାର । କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯାହଙ୍କର ସ୍ୱପ୍ନ, ସଂକଳ୍ପ ଏବଂ ସିଦ୍ଧ ଅନେକ ଲୋକମାନଙ୍କ ପାଇଁ ପ୍ରେରଣାର କାରଣ ହୋଇଥାଏ । ଆପଣ ଆଇଟି ଦୁନିଆରେ ହିଁ ଦେଖିଥିବେ ଯେ କେତେ ବଡ଼ ବଡ଼ର ଶୁଭାରମ୍ଭ କୌଣସି ଏକ ଛୋଟ କୋଠରୀରେ, କୌଣସି ଗ୍ୟାରେଜରେ, ବହୁତ ଛୋଟ ସ୍ତରରୁ ହୋଇଥାଏ । ଲୋକମାନେ ପ୍ରାରମ୍ଭରେ ସେଗୁଡିକୁ ଅଗ୍ରାହ୍ୟ କରିଦେଇଥିଲେ, କିନ୍ତୁ ଏଭଳି ଲୋକ ନିଜର ସ୍ୱପ୍ନକୁ, ନିଜର ସଂକଳ୍ପକୁ ସଂପୂର୍ଣ୍ଣ ଶକ୍ତିକୁ ଏକଜୁଟ କରି ସିଦ୍ଧ କରିବାରେ ଲାଗି ରହିଲେ ସଫଳ ମଧ୍ୟ ହେଲେ । କେବେ ଯେଉଁ ଚିନ୍ତାଧାରା ଗୁଡିକୁ ବହୁତ ଛୋଟ ଭାବୁଥିଲୁ ତାହା ଆଜି କୋଟି କୋଟି ଡଲାରର କଂପାନୀ ଚଳାଉଛନ୍ତି । ଏଥିପାଇଁ ଆପଣ ସମସ୍ତଙ୍କୁ ମୋର ଉପଦେଶ ହେଉଛି ଯେ ଆପଣଙ୍କ ସାମ୍ନାରେ ଲମ୍ବା ସମୟ ଅଛି, ଆପଣଙ୍କୁ ବହୁତ କିଛି କରିବାକୁ ଅଛି । ଆପଣଙ୍କ ଯାତ୍ରାରେ କୌଣସି ଚିନ୍ତାଧାରାକୁ ଏମିତି ହିଁ ଶେଷ ହେବାକୁ ଦିଅନ୍ତୁ ନାହିଁ । ହୋଇପାରେ ଆପଣଙ୍କର ଏଭଳି କୌଣସି ଚିନ୍ତାଧାରା କୋଟି କୋଟି ଡଲାରର କଂପାନୀରେ ବଦଳି ଯିବ ଏବଂ କୋଟି କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନର କାରଣ ମଧ୍ୟ ହୋଇଯିବ ।
ବନ୍ଧୁଗଣ, ଆପଣମାନଙ୍କୁ ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ଜ୍ଞାନ ଏବଂ କୌଶଳ ମଧ୍ୟରେ ଥିବା ତଫାତକୁ ବୁଝିବାକୁ ହେବ । ଦୁଇଟି ଯାକ ମଧ୍ୟରେ ବହୁତ ବଡ ପ୍ରଭେଦ ରହିଛି । ଜ୍ଞାନ ହେଉଛି କୌଣସି ପରିକଳ୍ପନାକୁ ବୁଝିବା, ମୂଳ ଜିନିଷ ଗୁଡିକୁ ବୁଝିବାକୁ ହେବ; ଯେମିତି ଏହା ଜାଣିବାକୁ ହେବ ଯେ ବୈଦ୍ୟୁତିକ ପରିପଥ କିଭଳି କାମ କରିଥାଏ, କିନ୍ତୁ କୌଶଳ ହେଉଛି ଏହି ପରିକଳ୍ପନାକୁ କିଭଳି ପ୍ରୟୋଗ କରିବା । ବହୁତ ଲୋକ ଥିବେ ଯେଉଁମାନେ ଇଲେକଟ୍ରୋନିକ୍ କିମ୍ବା ଇଲେକ୍ଟ୍ରିକାଲ ଇଂଜିନୟରିଂ ପଢିଥିବେ, କିନ୍ତୁ ଘରେ ଯଦି ଫିଉଜ ଉଡି ଯାଇଥାଏ ତ ତାକୁ ଠିକ୍ କରିବା ପାଇଁ ବାହାରୁ କାହାକୁ ଡାକିଥାନ୍ତି । ଜ୍ଞାନକୁ ତୀକ୍ଷ୍ଣ କରି ତାକୁ ପ୍ରୟୋଗ କରିବା ହିଁ କୌଶଳ । ଏଥିପାଇଁ ଆଜି ଯେଭଳି ଦ୍ରୁତ ଗତିରେ ସୂଚନା ବଢୁଛି, ସେତିକି ଦ୍ରୁତ ଗତିରେ କୌଶଳ ମଧ୍ୟ ବଢିବା ଆବଶ୍ୟକ । ଆଉ ଏଥି ପାଇଁ ମୁଁ କହୁଛି କୌଶଳ ନିଯୁକ୍ତି ଅନୁକୂଳନ ବା ଇଂଟରନେଟ ଦୁନିଆରେ ଅନ୍ୱେଷଣ କରିଚାଲିଛି ଏବଂ ଏଥିପାଇଁ ସେଥିରେ Search Engine Optimization ର ବଡ଼ ଭୂମିକା ରହିଥାଏ ।
ଆପଣଙ୍କ ଆମ ଦୁନିଆ ଜନ କଲ୍ୟାଣ ଏବଂ ଜନ ଭାଗିଦାରୀର କେନ୍ଦ୍ରରେ ଘୁରିଥାଏ । ତେଣୁ ସେଥିରେ କୌଶଳ ନିଯୁକ୍ତି ଅନୁକୂଳନର ବଡ଼ ଭୂମିକା ରହିଥାଏ । ଆଉ ଦୁନିଆ ଏଭଳି ଲୋକଙ୍କୁ ଚାହେଁ ଯେଉଁମାନେ ଜ୍ଞାନକୁ ଉପଯୋଗ କରିବା ଜାଣନ୍ତି, ଯେଉଁମାନେ ନିଜର କୌଶଳ ମାଧ୍ୟମରେ ଲୋକମାନଙ୍କ ସହିତ, ଗ୍ରାହକଙ୍କ ସହିତ ଯୋଡି ହୋଇପାରିବେ । ଯେବେ ଆପଣମାନେ କୌଶଳ ନିଯୁକ୍ତି ଅନୁକୂଳନ ଉପରେ ଧ୍ୟାନ ଦେବା ଆରମ୍ଭ କରିବେ, ଦେଶର ଜନସଂଖ୍ୟାଗତ ବିଭାଜନ ମଧ୍ୟ ଉନ୍ନତିର ବିଭାଜନରେ ବଦଳିଯିବ । ନିଉ ଇଣ୍ଡିଆ ପାଇଁ ରାସ୍ତା ଅଧିକ ମଜବୁତ କରିବ ।
ବନ୍ଧୁଗଣ, ଆପଣମାନଙ୍କୁ ଯେଉଁ କାର୍ଯ୍ୟ ଦିଆଗଲା, ଆଗାମୀ କିଛି ଘଣ୍ଟାରେ ଆପଣ ତାହାର କିଛି ନା କିଛି ସମାଧାନ ପାଇଯିବେ । କିନ୍ତୁ ଆମକୁ କେବଳ ଏତିକିରେ ହିଁ ରହିଯିବାର ନାହିଁ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ 29ଟି ମନ୍ତ୍ରୀମାନେ ଭାଗ ନେଇଛନ୍ତି । ଆଉ ସେହି ସମସ୍ତଙ୍କର ଏହି ଦାୟିତ୍ୱ ଅଛି ଯେ ଏହି ହାକାଥନରୁ ଯେଉଁ ସମାଧାନ ବାହାରିବ ତାକୁ ଶେଷ ସ୍ତର ପର୍ଯ୍ୟନ୍ତ ତାର୍କିକ ଅନ୍ତ ପର୍ଯ୍ୟନ୍ତ ପହଂଚାଯିବ । କିଛି ସୁଧାରିବାର ଆଶା ଥିବ ତ ସେଥିରେ ସୁଧାର ଆଣି ତାହାକୁ ବ୍ୟବସ୍ଥାରେ ଲାଗୁ କରାଯିବ । ଆଜିର ପ୍ରୟାସରେ ଆପଣ ସଫଳ ହୁଅନ୍ତୁ, କିଛି ନୂଆ ସମାଧାନ ଦିଅନ୍ତୁ, ଏଥିପାଇଁ ସମସସ୍ତଙ୍କୁ ମୋର ବହୁତ-ବହୁତ ଶୁଭ କାମନା ।
India is a youthful nation. The youth of India has come together with enthusiasm for this programme: PM @narendramodi #sih2017
— PMO India (@PMOIndia) April 1, 2017
The youth of India is blessed with phenomenal energy and this energy will bring very good results for the nation: PM @narendramodi
— PMO India (@PMOIndia) April 1, 2017
There is a need to use technology more and innovate more. We live in a technology driven era: PM @narendramodi #sih2017
— PMO India (@PMOIndia) April 1, 2017
A series of issues have been placed before our youth to work on. The issues are challenging but this is also an opportunity: PM at #sih2017
— PMO India (@PMOIndia) April 1, 2017
The true essence of democracy is 'Jan Bhagidari' : PM @narendramodi at the #sih2017
— PMO India (@PMOIndia) April 1, 2017
Together we will solve all the issues that are affecting the nation. This will be done through 'Jan Bhagidari' : PM @narendramodi #sih2017
— PMO India (@PMOIndia) April 1, 2017
I am confident the outcomes of what my young friends are doing will lead to very positive results: PM @narendramodi #sih2017
— PMO India (@PMOIndia) April 1, 2017
Artificial intelligence, 3D technology...see how the world is undergoing changes. This is an era of 'Internet of Things' : PM at #sih2017
— PMO India (@PMOIndia) April 1, 2017
Technology and innovation are powering so many changes. Things like floppies, tape recorders and walkmen are history: PM at #sih2017
— PMO India (@PMOIndia) April 1, 2017
Technology has made things so much simpler: PM @narendramodi at #sih2017
— PMO India (@PMOIndia) April 1, 2017
When you are innovating you may face setbacks but do not let those setbacks lower your morale or dampen your spirits: PM at #sih2017
— PMO India (@PMOIndia) April 1, 2017
When you are innovating remember that quality is key. Good quality products will bring changes in the lives of many people: PM at #sih2017
— PMO India (@PMOIndia) April 1, 2017
People say today's youngsters ask so many questions and I see that as a very good thing: PM @narendramodi at #sih2017
— PMO India (@PMOIndia) April 1, 2017
Youth of India wants to find solutions to the nation's problems. They want results that are quick and credible: PM @narendramodi #sih2017
— PMO India (@PMOIndia) April 1, 2017
Today, the youngsters of India want to be job creators: PM @narendramodi at #sih2017
— PMO India (@PMOIndia) April 1, 2017
Application and sharpening of knowledge translates into skills. Both skills and knowledge are important: PM @narendramodi #sih2017
— PMO India (@PMOIndia) April 1, 2017