Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ଵଚ୍ଛତା କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଵଚ୍ଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସ୍ଵଚ୍ଛତା କାର୍ଯ୍ୟକ୍ରମ ସମ୍ପର୍କରେ ଫଟୋ ଚିତ୍ର ଏବଂ ଭିଡିଓ ମାନ ପଠାଇବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ଵାନ କରିଛନ୍ତି ।

“ଆଗକୁ ଅକ୍ଟୋବର 2 ତାରିଖ ଆସୁଥିବାରୁ ମୁଁ ଜନସାଧାରଣଙ୍କ ମଧ୍ୟରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ପାଇଁ ବିଶେଷ ଆଗ୍ରହ ଦେଖୁଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ଲୋକଙ୍କୁ ଅଭିନନ୍ଦନ ।

ଆପଣମାନେ ନିଜ ନିଜ ଅଞ୍ଚଳର ସ୍ଵଚ୍ଛତା ଅଭିଯାନ ସମ୍ପର୍କରେ ରଖିଥିବା ଫଟୋ ଏବଂ ଭିଡିଓ ମାନ ଆପରେ ପଠାନ୍ତୁ । ଆମେ ସେସବୁକୁ ସାମାଜିକ ଗଣମାଧ୍ୟମରେ ପରିବେଷଣ କରିବୁ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।