Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ଵର୍ଗତ କେଦାରନାଥ ସାହାଣୀଙ୍କ ଜୀବନୀ ପୁସ୍ତକକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ସ୍ଵର୍ଗତ କେଦାରନାଥ ସାହାଣୀଙ୍କ ଜୀବନୀ ପୁସ୍ତକକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱର୍ଗତ କେଦାରନାଥ ସାହାଣୀଙ୍କ ଜୀବନୀ ଉପରେ ଆଧାରିତ ଏକ ପୁସ୍ତକ ଆଜି ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ସାହାଣୀଙ୍କ ସମ୍ବନ୍ଧରେ ଅନେକ ଉପାଖ୍ୟାନର ସ୍ମୃତିଚାରଣ କରିବା ସହ ସମାଜ ଓ ସାଧାରଣ ଜୀବନରୁ ନୈତିକ ମୂଲ୍ୟବୋଧ ହ୍ରାସ ପାଉଥିବା ନେଇ ଚିନ୍ତା ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଥିଲେ ଯେ ଦୁର୍ନୀତି ଓ କଳାଧନକୁ ସମାଜର ଅଂଶବିଶେଷ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । ସେ ମଧ୍ୟ କହିଥିଲେ ଯେ ଆମକୁ ଦେଶର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବାକୁ ପଡିବ ଓ ଦୁର୍ନୀତିକୁ ନେଇ କୌଣସି ମୁଝାମଣା କରାଯିବା ଉଚିତ ନୁହେଁ ।