ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏସଏଟି, ମୁମ୍ବାଇରେ ବୈଷୟିକ ସଦସ୍ୟ ପଦ ସୃଷ୍ଟି କରିବା ନେଇ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ପଦ ଭାରତ ସରକାରଙ୍କ ସଚିବ ସ୍ତରର ହେବ । ପଦ ପାଇଁ ବେତନ 2,25,000 ଟଙ୍କା (ନିର୍ଦ୍ଧାରିତ) କିମ୍ବା ସପ୍ତମ ବେତନ ଆୟୋଗର ପେ-ମ୍ୟାଟ୍ରିକ୍ସ ସ୍ତର 17 ଅନୁଯାୟୀ ହେବ ।
ଲାଭ:
ବୈଷୟିକ ସଦସ୍ୟ ପଦ ସୃଷ୍ଟି ହେବା ଦ୍ୱାରା ସ୍ୟାଟରେ ଏକ ଅତିରିକ୍ତ ଖଣ୍ଡପୀଠ ଗଠନ ହୋଇପାରିବ । ଏହାଦ୍ୱାରା ଭାରତୀୟ ପ୍ରତିଭୂତି ନିୟାମକ ବୋର୍ଡ (ସେବି) ଭାରତୀୟ ବୀମା ନିୟାମକ ବିକାଶ ପ୍ରାଧିକରଣ (ଇରଡା) ତଥା ପେନସନ ନିଧି ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ପକ୍ଷରୁ ସ୍ୟାଟକୁ ଅଧିକ ସଂଖ୍ୟାରେ ଆସୁଥିବା ଅପିଲର ତ୍ୱରିତ ସମାଧାନ ସମ୍ଭବ ହୋଇପାରିବ । ଏହାର ଲାଭ ପେନସନଭୋଗୀ, ନିବେଶକ ଏବଂ ଜନସାଧାରଣଙ୍କୁ ମିଳିବ ।
ଦେଶରେ ପ୍ରତିଭୂତି ବଜାର ଏବଂ ବୀମା କ୍ଷେତ୍ରର ଦ୍ରୂତ ବିକାଶ ହେଉଛି । ପ୍ରତିଭୂତି ବଜାରରେ ବହୁ ସଂଖ୍ୟାରେ କ୍ରୟ ଏବଂ ବିକ୍ରୟ ଟ୍ରେଡିଂ ହେବା ତଥା ବୀମା କ୍ଷେତ୍ରରେ ନିବେଶକମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ଦ୍ୱାରା ଏଥିସହିତ ସମ୍ବନ୍ଧିତ ଅଭିଯୋଗ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏପରି କ୍ଷେତ୍ରରେ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଏକ ସକ୍ଷମ ପ୍ରଣାଳୀର ଆବଶ୍ୟକତା ରହିଛି । ଏପରି ହେବା ଫଳରେ ପେନସନ, ବୀମା ଏବଂ ପ୍ରତିଭୂତି ବଜାର ସହିତ ଜଡିତ ଜନସାଧାରଣଙ୍କର ଅଭିଯୋଗର ତୁରନ୍ତ ସମାଧାନ ହୋଇପାରିବ ।
*****