Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

“ସ୍ୱଚ୍ଛତା ହିଁ ସେବା” ଅଭିଯାନରେ ଅଂଶୀଦାର ହେବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ହିଁ ସେବା ଅଭିଯାନର ଅଂଶବିଶେଷ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅକ୍ଟୋବର 2 ରେ ଗାନ୍ଧୀଜୀଙ୍କ 150ତମ ଜୟନ୍ତୀର ଆରମ୍ଭ ହେବ  । ଏହି ଦିନ ସ୍ୱଚ୍ଛ ଭାରତ ଅଭିଯାନକୁ ମଧ୍ୟ ଚାରି ବର୍ଷ ପୂରଣ ହେବ  । ଏହି ଅଭିଯାନ ଏକ ଐତିହାସିକ ଜନ ଆନ୍ଦୋଳନ ଯାହାର ଉଦ୍ଦେଶ୍ୟ ହେଉଛି ବାପୁଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ସାକାର କରିବା  ।

ସ୍ୱଚ୍ଛ ଭାରତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ମୋର ପ୍ରଣାମ  । 

ସ୍ୱଚ୍ଛତା ହିଁ ସେବା ଅଭିଯାନ15 ସେପ୍ଟେମ୍ବରରେ ଆରମ୍ଭ କରାଯାଛି ଯାହା ବାପୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ।

15 ସେପ୍ଟେମ୍ବର ପ୍ରାତଃ 9.30ରେ ଆମେ ସମସ୍ତେ ଏକତ୍ରିତ ହୋଇ ସ୍ୱଚ୍ଛତା ହିଁ ସେବା ଅଭିଯାନର ଶୁଭାରମ୍ଭ କରିବା  । ସ୍ୱଚ୍ଛ ଭାରତ ଅଭିଯାନକୁ ସୁଦୃଢ କରିବା ପାଇଁ ଯେଉଁମାନେ ଅଧିକ ପରିଶ୍ରମ କରିଛନ୍ତି, ମୁଁ ତାଙ୍କ ସହିତ ସାକ୍ଷାତ କରିବା ପାଇଁ ବ୍ୟଗ୍ର  । ଏହା ପରେ ସ୍ୱଚ୍ଛତା ଗତିବିଧିଗୁଡିକ ଆରମ୍ଭ କରାଯିବ  ।