Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

“ସ୍ୱଚ୍ଛତା ହିଁ ସେବା” ଅଭିଯାନରେ ସାମିଲ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାଧୁବାଦ


“ସ୍ୱଚ୍ଛତା ହିଁ ସେବା” ଅଭିଯାନରେ ଯୋଗଦାନ ଦେଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡ଼ିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଦେଶବ୍ୟାପୀ ପରିମଳ ଅଭିଯାନ “ସ୍ୱଚ୍ଛତା ହିଁ ସେବା” 15 ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା ଏବଂ ଏହା ଆଜି, ଅକ୍ଟୋବର 2 ତାରିଖ, ଗାନ୍ଧୀ ଜୟନ୍ତୀ ଅବସରରେ ଉଦ୍ଯାପିତ ହୋଇଛି, ଏହାକୁ ମଧ୍ୟ ସ୍ୱଚ୍ଛ ଭାରତ ଦିବସ ଭାବେ ପାଳନ କରାଯାଇଛି ।

ପ୍ରଧାନମନ୍ତ୍ରୀ ଏକାଧିକ ଟ୍ୱିଟ୍ ଜରିଆରେ ଶ୍ରୀ ଅନୁପମ ଖେର, ଶ୍ରୀ ମୋହନଲାଲ, ଶ୍ରୀମତି ଚନ୍ଦା କୋଚ୍ଚାର, ଇଣ୍ଡିଆ ଟୁଡେ ଗ୍ରୁପ୍, ଇଣ୍ଡିଆ ଟିଭି ନିୟୁଜ, ସଦଗୁରୁ ଜାଗୀ ବାସୁଦେବ, ଭାରତୀୟ କ୍ରିକେଟ୍ ଦଳ, ଶ୍ରୀ ରାଜୀବ ଚନ୍ଦ୍ରଶେଖର, ଡେଟଲ ଇଣ୍ଡିଆ ଏବଂ ଏନଡିଟିଭି ପ୍ରମୁଖଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ଯୋଗଦାନ ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି ।

“ପ୍ରଶଂସନୀୟ ପ୍ରୟାସ @ଅନୁପମ ଖେର ମହୋଦୟ ।

ବିଶିଷ୍ଟ ଅଭିନେତା @ମୋହନଲାଲ୍ ଙ୍କ ଦ୍ୱାରା ଚମତ୍କାର ପ୍ରୟାସ ।

ସ୍ୱଚ୍ଛ ଭାରତ ପାଇଁ @CKଙ୍କର ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା, ଯିଏ @ଆଇସିଆଇସିଆଇ ବ୍ୟାଙ୍କ ପରିବାର ସହିତ ମିଶି ସ୍ୱଚ୍ଛ ଭାରତ ଅଭିଯାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ।

ସ୍ୱଚ୍ଛତା ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ଲାଗି ମୁଁ @ଇଣ୍ଡିଆ ଟୁଡେ ପରିବାରକୁ ପ୍ରଶଂସା କରୁଛି ।

ସମସ୍ତ @ସଫେଇଗିରି ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ।

@ଇଣ୍ଡିଆ ଟିଭି ନିୟୁଜ୍ ଦ୍ୱାରା ଚମତ୍କାର ପଦକ୍ଷେପ । ଏହା ଦେଶବ୍ୟାପୀ ସ୍ୱଚ୍ଛତା ବାର୍ତ୍ତାକୁ ଆହୁରି ପ୍ରସାର କରିବ ।

ଆମ ନଦୀଗୁଡ଼ିକୁ ସ୍ୱଚ୍ଛ/ନିର୍ମଳ ରଖିବା ଲାଗି ସଚେତନତା ସୃଷ୍ଟି କରିବା ନିମନ୍ତେ ଉଲ୍ଲେଖନୀୟ ପ୍ରୟାସ କରିଥିବା @ସଦଗୁରୁ ଜାଗୀ ବାସୁଦେବ ଏବଂ ତାଙ୍କ ଈଶା ଫାଉଣ୍ଡେସନ୍ ଟିମ୍ କୁ ମୁଁ ଅଭିନନ୍ଦନ ଜଣାଉଛି ।

ଭାରତକୁ ସ୍ୱଚ୍ଛ କରିବା ଲାଗି ଭାରତୀୟ କ୍ରିକେଟ ଦଳର ବାର୍ତ୍ତାକୁ ମୁଁ ପ୍ରଶଂସା କରୁଛି ।

ଉତ୍ତମ ପଦକ୍ଷେପ @ରାଜୀବ ଚନ୍ଦ୍ରଶେଖର ମହୋଦୟ ।

ଏପରି ଏକ ପଦକ୍ଷେପ ପାଇଁ ମୁଁ @ଡେଟଲ୍ ଇଣ୍ଡିଆ ଏବଂ @ଏନଡିଟିଭିର ପ୍ରୟାସକୁ ମଧ୍ୟ ପ୍ରଶଂସା କରୁଛି ।

https://twitter.com/swachhindia – ଏହି ଟାଇମ୍-ଲାଇନରେ ସ୍ୱଚ୍ଛତା ଉପରେ ଅନେକ ପ୍ରେରଣାଦାୟୀ ପ୍ରୟାସର ସୂଚନା ରହିଛି”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ।

*****