ପିଏମଇଣ୍ଡିଆ
ନୂଆଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ପରିସ୍ରା କରିବା ପାଇଁ ଦୁଇ ଜଣଙ୍କୁ ବାରଣ କରିବା ପରେ ମାଡ଼ ଖାଇ ମୃତ୍ୟୁବରଣ କରିଥିବା ଇ-ରିକ୍ସା ଡ୍ରାଇଭର ରବିନ୍ଦ୍ର କୁମାରଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ରିଲିଫ ପାଣ୍ଠିରୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଘଟଣାଟିକୁ ନିନ୍ଦା କରିବା ସହ ଏପରି ଅମାନବୀୟ କାର୍ଯ୍ୟ କରିଥିବା ଅପରାଧୀଙ୍କୁ ଗିରଫ କରି ଦଣ୍ଡ ବିଧାନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ କେନ୍ଦ୍ର ନଗର ଉନ୍ନୟନ, ଗୃହ ନିର୍ମାଣ, ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏମ. ଭେଙ୍କୟା ନାଇଡୁ ନୂଆଦିଲ୍ଲୀର ଜିଟିବି ନଗରରେ ରହୁଥିବା ଏହି ରିକ୍ସା ଚାଳକଙ୍କ ପରିବାରକୁ ଭେଟିଥିଲେ । ସେ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ତାଙ୍କ ଦରମାରୁ 50 ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ଶ୍ରୀ ନାଇଡୁ କହିଥିଲେ ଯେ ଅପରାଧିଙ୍କୁ ନିଶ୍ଚିତ ଭାବେ ଦଣ୍ଡ ପ୍ରଦାନ କରାଯିବ ।
**********