ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱତନ୍ତ୍ର ଆର୍ଥିକ ଜୋନ ଆଇନ, 2005ରେ ସଂଶୋଧନ ସକାଶେ ଜାରି ଅଧ୍ୟାଦେଶକୁ ସ୍ୱୀକୃତି ମିଳିଛି । ସ୍ୱତନ୍ତ୍ର ଆର୍ଥିକ ଜୋନ୍ ଆଇନ 2005 (2005ର 28)ର ଧାରା 2ର ଉପଧାରା (v)ରେ “ବ୍ୟକ୍ତି”ର ଯେଉଁ ସଂଜ୍ଞା ନିରୂପଣ କରାଯାଇଛି ସେଥିରେ ସଂଶୋଧନ କରାଯିବ ଏବଂ ଏଥିରେ ନ୍ୟାସକୁ ସାମିଲ କରାଯିବ ଯଦ୍ୱାରା ଏକ ନ୍ୟାସ (ଟ୍ରଷ୍ଟ) ଦ୍ୱାରା ସ୍ୱତନ୍ତ୍ର ଆର୍ଥିକ ଜୋନରେ ଏକ ୟୁନିଟ ପ୍ରତିଷ୍ଠା କରାଯିବା ସମ୍ଭବପର ହୋଇପାରିବ । ଏହା କେନ୍ଦ୍ର ସରକାରଙ୍କୁ କେତେକ ନମନୀୟତା ପ୍ରଦାନ କରିବ ଯାହାକି ଜଣେ ବ୍ୟକ୍ତି, କୌଣସି ସଂସ୍ଥା ସମ୍ପର୍କରେ କେନ୍ଦ୍ର ସରକାର ସମୟାନୁସାରେ ବିଜ୍ଞପ୍ତି ଜାରି କରିପାରିବା ସହଜସାଧ୍ୟ ହେବ ।
ପ୍ରଭାବ: ସ୍ୱତନ୍ତ୍ର ଆର୍ଥିକ ଜୋନ୍ ଆଇନ, 2005ରେ ବର୍ତ୍ତମାନ ଥିବା ବ୍ୟବସ୍ଥା ଅନୁସାରେ ଏସଇଜେଡ଼ କ୍ଷେତ୍ରରେ “ଟ୍ରଷ୍ଟ”ମାନେ ୟୁନିଟ ପ୍ରତିଷ୍ଠା କରିବାକୁ ଅନୁମତି ଦେବାର ଅବସର ନାହିଁ । ସଂପୃକ୍ତ ଆଇନରେ ସଂଶୋଧନ କରାଯିବା ପରେ ଟ୍ରଷ୍ଟମାନେ ଏସଇଜେଡ଼ରେ ୟୁନିଟ ପ୍ରତିଷ୍ଠା କରିବା ଲାଗି ଆବେଦନ କଲେ ସେ ସମ୍ପର୍କରେ ସରକାର ବିଚାର କରିପାରିବେ । ଏହା ମଧ୍ୟ କେନ୍ଦ୍ର ସରକାରଙ୍କୁ ଜଣେ ବ୍ୟକ୍ତିଙ୍କ ସଂଜ୍ଞା ନିରୂପଣ କରିବାକୁ ନମନୀୟତା ପ୍ରଦାନ କରିବ ଯାହାକି ଯେକୌଣସି ବ୍ୟକ୍ତିଙ୍କ ସମ୍ପର୍କରେ କେନ୍ଦ୍ର ସରକାର ସମୟାନ୍ତରେ ବିଜ୍ଞପ୍ତି ଜାରି କରିପାରନ୍ତି । ସ୍ୱତନ୍ତ୍ର ଆର୍ଥିକ ଜୋନରେ ପୁଞ୍ଜିନିବେଶ ସକାଶେ ଏହା ସୁଯୋଗ ପ୍ରଦାନ କରିବ ।
***