ପିଏମଇଣ୍ଡିଆ
ସୁଷମାଜୀ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ; ତାଙ୍କର ମହାନତାକୁ କାର୍ଯ୍ୟକର୍ତ୍ତାମାନେ ଅତି ନିକଟରୁ ଦେଖିପାରିଥିଲେ : ପ୍ରଧାନମନ୍ତ୍ରୀ
• ସୁଷମାଜୀଙ୍କ ଭାଷଣ ଉଭୟ ପ୍ରଭାବୀ ଓ ପ୍ରେରଣାଦାୟୀ ଥିଲା : ପ୍ରଧାନମନ୍ତ୍ରୀ ମୋଦୀ
• ଯେକୌଣସି ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ ମଧ୍ୟ ସୁଷମାଜୀ କାର୍ଯ୍ୟସଂସ୍କୃତିରେ ପରିବର୍ତ୍ତନ ଆଣିଥିଲେ : ପ୍ରଧାନମନ୍ତ୍ରୀ
• ସୁଷମାଜୀ ଗୋଟିଏ ପାଦ ଆଗକୁ ଯାଇ ପ୍ରୋଟୋକଲ ସହ ଯୋଡ଼ି ହୋଇ ରହିଥିବା ବୈଦେଶିକ ମନ୍ତ୍ରଣାଳୟକୁ ନାଗରିକଙ୍କ ସହ ଯୋଡ଼ିଥିଲେ : ପ୍ରଧାନମନ୍ତ୍ରୀ
• ସୁଷମାଜୀ ମନ କଥା କହିବାରେ କେବେ ପଛଘୁଂଚା ଦେଉନଥିଲେ; ସେ ଦୃଢ଼ତାର ସହ ନିଜର ମତ ରଖୁଥିଲେ : ପ୍ରଧାନମନ୍ତ୍ରୀ
• ପ୍ରଧାନମନ୍ତ୍ରୀଙ୍କୁ କ’ଣ କରିବାକୁ ହେବ ତାହା ମଧ୍ୟ ସୁଷମାଜୀ କହିପାରୁଥିଲେ : ଶ୍ରୀ ମୋଦୀ
ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ଦେଶର ସବୁଠୁ ସମ୍ମାନସ୍ପଦ ନେତ୍ରୀ ସ୍ୱର୍ଗୀୟା ଶ୍ରୀମତୀ ସୁଷମା ସ୍ୱରାଜ ଜୀଙ୍କ ସ୍ମୃତିରେ ଆୟୋଜିତ ପ୍ରାର୍ଥନା ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି । ସେ ସୁଷମା ସ୍ୱରାଜ ଜୀଙ୍କୁ ତତ୍ପରତାପୂର୍ବକ ଦେଶ ସେବା କରିଥିବା ନେତ୍ରୀ ଭାବେ ବର୍ଣ୍ଣନା କରି ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
କାର୍ଯ୍ୟକର୍ତ୍ତାମାନେ ସୁଷମାଜୀଙ୍କ ସହ ନିବିଡ଼ ଭାବେ ବାର୍ତ୍ତାଳାପ କରିବାର ସୌଭାଗ୍ୟ ଲାଭ କରିଛନ୍ତି
ତାଙ୍କର ଯୋଗଦାନ ବିଷୟରେ ସ୍ମରଣ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାମାନେ ଭାଗ୍ୟବାନ ଯେ ସେମାନେ ସୁଷମାଜୀଙ୍କ ସହିତ ନିବିଡ଼ ଭାବେ ଆଲୋଚନା କରିବାର ସୁଯୋଗ ପାଇଛନ୍ତି । ସେ ଆହୁରି ଉଲ୍ଲେଖ କରିଥିଲେ ଯେ “ସୁଷମା ଜୀ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ ଏବଂ ସେ କେତେ ମହାନ ଥିଲେ ଆମେ ତାଙ୍କର ବହୁ ନିକଟରେ ଥାଇ ଅନୁଭବ କରିପାରିଛୁ ।”
ଆହ୍ୱାନ ଗ୍ରହଣ କରିବା ଲାଗି ସୁଷମାଜୀ କେବେ ହେଲେ ପଛଘୁଂଚା ଦେଉନଥିଲେ
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସୁଷମା ଜୀ କେବେହେଲେ ଆହ୍ୱାନ ଗ୍ରହଣ କରିବାକୁ ପଛଘୁଂଚା ଦେଉନଥିଲେ । 1999ରେ ବେଲାରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ଲାଗି ତାଙ୍କର ନିଷ୍ପତ୍ତି ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ମୋର ମନେ ପଡ଼ୁଛି ଭେଙ୍କେୟା ନାଇଡ଼ୁ ଜୀ ଏବଂ ମୁଁ ସୁଷମାଜୀଙ୍କ ନିକଟକୁ ଯାଇଥିଲୁ ଏବଂ ତାଙ୍କୁ କର୍ଣ୍ଣାଟକ ଯାଇ ନିର୍ବାଚନ ଲଢ଼ିବା ପାଇଁ କହିଥିଲୁ । ତାଙ୍କ ଠାରୁ ଉତ୍ତର ନିଶ୍ଚିତ ଥିଲା, କିନ୍ତୁ ସେ ଜଣେ ଏପରି ବ୍ୟକ୍ତିତ୍ୱ ଥିଲେ ଯିଏ ସବୁବେଳେ ଆହ୍ୱାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥିଲେ ।”
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୁଷମାଜୀ ଜଣେ ଶକ୍ତିଶାଳୀ ବକ୍ତା ଥିଲେ ଏବଂ ତାଙ୍କର ଭାଷଣ ଉଭୟ ପ୍ରଭାବୀ ତଥା ପ୍ରେରଣାଦାୟୀ ଥିଲା ।
ସୁଷମାଜୀ ପ୍ରୋଟୋକଲ ଠାରୁ ଊଦ୍ଧ୍ୱର୍କୁ ଯାଇ ବୈଦେଶିକ ମନ୍ତ୍ରଣାଳୟକୁ ଲୋକଙ୍କ ନିକଟତର କରାଇପାରିଥିଲେ
ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଥିଲେ ଯେ ସୁଷମାଜୀ ଯେଉଁ ମନ୍ତ୍ରଣାଳୟର ଦାୟିତ୍ୱ ନେଉଥିଲେ ସେଠାରେ କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଆଣୁଥିଲେ । ପ୍ରୋଟୋକଲ ସହ ଯୋଡ଼ି ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ସମୟରେ ସୁଷମାଜୀ ଗୋଟିଏ ପାଦ ଆଗକୁ ଯାଇ ଲୋକମାନଙ୍କ ସମସ୍ୟା ସମାଧାନ କରିଥିଲେ ଏବଂ ମନ୍ତ୍ରଣାଳୟକୁ ଜନଉପଯୋଗୀ କରିଥିଲେ ।
ଶ୍ରୀମତୀ ସୁଷମା ସ୍ୱରାଜ ବିଦେଶ ମନ୍ତ୍ରୀ ଥିବା ସମୟରେ ଅଧିକ ସଂଖ୍ୟାରେ ପାସପୋର୍ଟ କାର୍ଯ୍ୟାଳୟ ଖୋଲିଥିଲା
ପ୍ରଧାନମନ୍ତ୍ରୀ ମୋଦୀ ସ୍ମରଣ କରିଥିଲେ ଯେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଶ୍ରୀମତୀ ସୁଷମା ସ୍ୱରାଜଙ୍କ କାର୍ଯ୍ୟକାଳରେ ଅଧିକ ସଂଖ୍ୟାରେ ପାସପୋର୍ଟ କାର୍ଯ୍ୟାଳୟ ଖୋଲାଯାଇଥିଲା ।
ହରିୟାଣା ପ୍ରଭାବ
ଶ୍ରୀମତୀ ସୁଷମା ସ୍ୱରାଜଙ୍କ ଏକ ଅନାଲୋଚିତ ଦିଗ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ହରିୟାଣୀ କଥନ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଆମେ ଲୋକମାନଙ୍କୁ ରାଜନୈତିକ ଦୃଷ୍ଟିରୁ ଯୁକ୍ତିଯୁକ୍ତ କଥା କହିଥାଉ, କିନ୍ତୁ ସୁଷମା ଜୀ ଭିନ୍ନ ଥିଲେ । ସେ ନିଜ ମନ କଥା କହିବା ଲାଗି ପଛଘୁଂଚା ଦେଉନଥିଲେ ଏବଂ ଦୃଢ଼ତାର ସହ ନିଜର ମତ ରଖୁଥିଲେ । ଏହା ତାଙ୍କର ବିଶେଷତ୍ୱ ଥିଲା ।
ଶ୍ରୀମତୀ ସୁଷମା ସ୍ୱରାଜଙ୍କ ସ୍ଥାନ ଏପରି ଥିଲା ଯେ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ବହୁମୂଲ୍ୟ ପରାମର୍ଶ ଦେଇପାରୁଥିଲେ
ପ୍ରଧାନମନ୍ତ୍ରୀ ମୋଦୀ ମିଳିତ ଜାତିସଂଘରେ ନିଜର ପ୍ରଥମ ଭାଷଣ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ସୁଷମା ଜୀ ତାଙ୍କୁ ଏ ସମ୍ପର୍କରେ ପରାମର୍ଶ ଦେଇଥିଲେ । ସୁଷମା ସ୍ୱରାଜ ମାତ୍ର ଗୋଟିଏ ରାତିରେ ତାଙ୍କ ଭାଷଣ ପ୍ରସ୍ତୁତ କରିବାରେ ସହାୟତା କରିଥିଲେ ।
ଶ୍ରୀମତୀ ସୁଷମା ସ୍ୱରାଜଙ୍କ ଛାପ ତାଙ୍କ କନ୍ୟା ବାଁସୁରୀଙ୍କ ଠାରେ ରହିଛି : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କୁ ସୁଷମା ସ୍ୱରାଜଙ୍କ ବ୍ୟକ୍ତିତ୍ୱ ଛାପ ତାଙ୍କ କନ୍ୟା ବାଁସୁରୀଙ୍କ ଠାରେ ଦେଖାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସୁଶ୍ରୀ ବାଁସୁରୀଙ୍କୁ ତାଙ୍କ ପ୍ରୟାସ ଲାଗି ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ସ୍ୱର୍ଗୀୟା ଶ୍ରୀମତୀ ସୁଷମା ସ୍ୱରାଜଙ୍କ ପତି ଶ୍ରୀ ସ୍ୱରାଜ କୌଶଲ ଏବଂ ତାଙ୍କ କନ୍ୟା ସୁଶ୍ରୀ ବାଁସୁରୀଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଥିଲେ ।
ଏହି ପ୍ରାର୍ଥନା ସଭାରେ ଭାଗ ନେଇଥିବା ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଶ୍ରୀ ଅୱଧ୍ୟେଶାନନ୍ଦ ଗିରି ମହାରାଜ, ପୂର୍ବତନ ମନ୍ତ୍ରୀ ଦିନେଶ ତ୍ରିବେଦୀ, ସାଂସଦ ପିନାକୀ ମିଶ୍ର, କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ୱାନ, ସାଂସଦ ସତୀଶ ଚନ୍ଦ୍ର ମିଶ୍ର, ସାଂସଦ ରାଜୀବ ରଞ୍ଜନ, ସାଂସଦ ତ୍ରିଚୀ ଶିବା, ସାଂସଦ ଏ ନବନୀତକୃଷ୍ଣନ, ସାଂସଦ ନମ୍ମା ନାଗେଶ୍ୱର ରାଓ, ପୂର୍ବତନ ସାଂସଦ ଶରଦ ଯାଦବ, କେନ୍ଦ୍ର ମନ୍ତ୍ରୀ ଅରବିନ୍ଦ ସାୱନ୍ତ, ସାଂସଦ ପ୍ରେମଚନ୍ଦ୍ର ଗୁପ୍ତା, ସାଂସଦ ସୁଖବୀର ସିଂ ବାଦଲ, ସାଂସଦ ଅନୁପ୍ରିୟା ପଟେଲ, ସାଂସଦ ଆନନ୍ଦ ଶର୍ମା, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଡ. କୃଷ୍ଣ ଗୋପାଳ ଏବଂ ଶ୍ରୀ ଜେପି ନଡ୍ଡା ପ୍ରମୁଖ ସାମିଲ ହୋଇଥିଲେ ।
**********
Tribute to Sushma Swaraj Ji, an excellent leader who diligently served India. https://t.co/LiaF5amXsF
— Narendra Modi (@narendramodi) August 13, 2019
Today, various people have shared their thoughts about Sushma Ji. She was a multifaceted personality and we, Karyakartas of the BJP have seen very closely what a great personality she was: PM @narendramodi pic.twitter.com/0lJY83Ehkl
— PMO India (@PMOIndia) August 13, 2019
I remember Venkaiah Naidu Ji and me going to Sushma Ji, and asking her to go to Karnataka to fight elections. The outcome was certain but she was someone who was always ready to take up challenges: PM @narendramodi
— PMO India (@PMOIndia) August 13, 2019
The speeches of Sushma Ji were both Prabhavi and Prerak. She remains an inspiration for several people: PM @narendramodi
— PMO India (@PMOIndia) August 13, 2019
Krishna Bhakti was integral to Sushma Ji. She would always abide by the ideals and teachings of Bhagwan Shri Krishna: PM @narendramodi
— PMO India (@PMOIndia) August 13, 2019
In any ministerial duty she held, Sushma Ji brought about a marked change in the work culture there.
— PMO India (@PMOIndia) August 13, 2019
One would conventionally associate the MEA with protocol but Sushma Ji went a step ahead and answered the people’s call, making the Ministry people friendly: PM @narendramodi
The number of passport offices rose significantly during the tenure of Sushma Ji. This shows how much she cared about the people: PM @narendramodi
— PMO India (@PMOIndia) August 13, 2019
We are used to people saying politically correct things but Sushma Ji was different. She did not hesitate to speak her mind and she spoke with firmness. This was special about her: PM @narendramodi
— PMO India (@PMOIndia) August 13, 2019