Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱାଧୀନତା ପରେ ଦେଶର ପ୍ରଥମ ସମନ୍ୱିତ ବେସାମରିକ ବିମାନ ଚଳାଚଳ ନୀତିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


ଦେଶରେ ପ୍ରଥମ ଥର ପାଇଁ ଏକ ବେସାମରିକ ବିମାନ ଚଳାଚଳ ନୀତି ପ୍ରସ୍ତୁତ କରାଯାଇଛି । ସ୍ୱାଧୀନତା ପରେ ପ୍ରଥମ କରି ପ୍ରସ୍ତୁତ ଏହି ସମନ୍ୱିତ ବିମାନ ଚଳାଚଳ ନୀତିକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।

ନୂତନ ବିମାନ ଚଳାଚଳ ନୀତିରେ କେତେକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଯାହାକି ନିମ୍ନରେ ପ୍ରଦତ୍ତ କରାଗଲା –

1. 2022 ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ବେସାମରିକ ବିମାନ ଚଳାଚଳ ବଜାରରେ ପରିଣତ କରିବା । ଏବେ ବିଶ୍ୱରେ ଭାରତର ସ୍ଥାନ ନବମ ।

2. ଘରୋଇ ବିମାନ ଟିକଟ ବିକ୍ରି କ୍ଷେତ୍ରରେ ଅଭିବୃଦ୍ଧି 2022 ସୁଦ୍ଧା 30 କୋଟିରେ ପହଞ୍ଚାଇବା । 2015ରେ ଘରୋଇ ଟିକଟ ବିକ୍ରି 8 କୋଟି ରହିଥିଲା ।

3. ବ୍ୟବସାୟିକ ଭିତ୍ତିରେ ବିମାନ ଉଡାଣ କରୁଥିବା ବନ୍ଦରରୁ ବିମାନ ଚଳାଚଳ ହାର ଚଳିତ 2016 ରେ 77 ଥିବା ବେଳେ ତାକୁ 2019 ସୁଦ୍ଧା 127 ରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।

4. ଅବ୍ୟବହୃତ ବିମାନ ବନ୍ଦର ଗୁଡିକୁ କାର୍ଯ୍ୟକ୍ଷମ କରି ଆଞ୍ଚଳିକ ସ୍ତରରେ ବିମାନ ସେବା ଆରମ୍ଭ କରିବା ଏବଂ ପ୍ରତ୍ୟେକ ଭାରତୀୟ ଯେପରି ଘଣ୍ଟାକୁ 2500 ଟଙ୍କା ଦରରେ ବିମାନ ସେବା ପାଇପାରିବେ ସେ ଦିଗରେ ପଦକ୍ଷେପ ନେବା ।

5. ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ କରିବା ଲାଗି ଏବେ ଅତିକମ୍ ରେ 5 ବର୍ଷ ଘରୋଇ ବିମାନ ଚଳାଚଳ ସେବାର ଅଭିଜ୍ଞତା ଜରୁରୀ ଥିବା ଆବଶ୍ୟକତାକୁ ନୂତନ ନୀତିରେ ହଟାଇ ଦିଆଯାଇଛି ।

6. କୋହଳ ଓ ଉଦାରବାଦୀ ମୁକ୍ତାକାଶ ଏବଂ କୋଡ୍ ସେର ( Code Share) ରାଜିନାମାର ଲକ୍ଷ୍ୟ ।

7. ଦକ୍ଷିଣ ଏସିଆରେ ବିମାନ ଚଳାଚଳ ହବ୍ ସୃଷ୍ଟି କରିବା ଲାଗି ଏମ୍ଆରଓ ସେକ୍ଟରକୁ ପ୍ରୋତ୍ସାହନ ପ୍ରଦାନ ।

8. 2025 ସୁଦ୍ଧା ବେସାମରିକ ବିମାନ ଚଳାଚଳ କ୍ଷେତ୍ର ପାଇଁ ଆବଶ୍ୟକ ହେଉଥିବା 3.3 ଲକ୍ଷ ଦକ୍ଷ ଓ କୁଶଳୀ କର୍ମଚାରୀଙ୍କ ଉପଲବ୍ଧତାକୁ ସୁନିଶ୍ଚିତ କରିବା ।

9. ଗ୍ରୀନ୍ ଫିଲ୍ଡ ବିମାନ ବନ୍ଦର ଓ ହେଲିକେପ୍ଟର ଉଡାଣ ସ୍ଥଳୀ ବିକଶିତ କରିବା ।

10. ବିମାନ ଚଳାଚଳ କ୍ଷେତ୍ରରେ ଇ-ପ୍ରଶାସନ, ସରଳୀକୃତ ପଦ୍ଧତି ଓ ନିୟନ୍ତ୍ରଣମୁକ୍ତ କାରବାର ଜରିଆରେ ସହଜ ବ୍ୟବସାୟ ପଦ୍ଧତିକୁ ସୁନିଶ୍ଚିତ କରିବା ।

11. ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଆପଣେଇବା

ନୂତନ ନୀତିରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭଡା ବା ଠିକା କର୍ମଚାରୀ ନିଯୁକ୍ତିକୁ ଅନୁମତି ଦିଆଯାଇ ନାହିଁ । ଗ୍ରାଉଣ୍ଡ ହେଣ୍ଡଲିଙ୍ଗ ନୀତି କ୍ଷେତ୍ରରେ ପ୍ରତିଯୋଗିତାକୁ ନୂତନ ନୀତିରେ ପ୍ରୋତ୍ସାହିତ କରାଯାଇଛି ।