Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାନ ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ୟାମଜୀ କୃଷ୍ଣ ବର୍ମା ମା ଭାରତୀର ପରାଧୀନତାର ବନ୍ଧନକୁ ଭାଙ୍ଗିବା ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ।

ସେ କହିଥିଲେ ଯେ ମାତୃଭୂମିର ଗୌରବ ରକ୍ଷା କରିବାରେ ତାଙ୍କର ବୀରତ୍ୱ ଏବଂ ସମର୍ପଣକୁ ଦେଶ କେବେ ବି ଭୁଲି ପାରିବ ନାହିଁ।

ଶ୍ରୀ ମୋଦୀ ଏକ୍ସ ଉପରେ ଲେଖିଛନ୍ତି;

“ମହାନ ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। ମା ଭାରତୀଙ୍କ ପରାଧୀନତାର ବନ୍ଧନକୁ ଭାଙ୍ଗିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ମାତୃଭୂମିର ଆତ୍ମସମ୍ମାନ ରକ୍ଷା ପାଇଁ ସେ ପ୍ରଦର୍ଶନ କରିଥିବା ବୀରତ୍ୱ ଏବଂ ସାହସକୁ ଏକ କୃତଜ୍ଞ ରାଷ୍ଟ୍ର କଦାପି ଭୁଲି ପାରିବ ନାହିଁ ।’’

HS