ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟସେବା ଏବଂ ମେଡିସିନ କ୍ଷେତ୍ରରେ ସହଯୋଗ ଲାଗି ସ୍ୱାକ୍ଷରିତ ବୁଝାମଣାପତ୍ର (ଏମ୍ଓୟୁ)କୁ ଅନୁମୋଦନ ମିଳିଛି । ଏହି ବୁଝାମଣା(ଏମ୍ଓୟୁ) 16 ମଇ, 2017ରେ ସ୍ୱାକ୍ଷରିତ ହୋଇଥିଲା ।
ନିମ୍ନୋକ୍ତ କ୍ଷେତ୍ରରେ ସହଯୋଗ କରିବା ଏହି ବୁଝାମଣାର ଉଦ୍ଦେଶ୍ୟ-:
(କ) ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା ବୃଦ୍ଧି;
(ଖ) ସଂକ୍ରାମକ ରୋଗର ନିୟନ୍ତ୍ରଣ ଏବଂ ନିରାକରଣ;
(ଗ) ଫିଜିଓଥେରାପି ଏବଂ ଶାରୀରିକ ଥଇଥାନ;
(ଘ) ଔଷଧ, ଫାର୍ମାସ୍ୟୁଟିକାଲ୍ ଓ ମେଡ଼ିକାଲ ସରଞ୍ଜାମ; ଏବଂ
(ଙ) ଯେକୌଣସି ଆପୋଷ ସ୍ୱାର୍ଥ କ୍ଷେତ୍ର ।
ବିସ୍ତୃତ ସହଯୋଗ ଜାରି ରଖିବା ଏବଂ ଏମ୍ଓୟୁରେ ଥିବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ ।
**********