ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ହୋଇଥିବା ବୁଝାମଣା (ଏମଓୟୁ) କୁ ଅନୁମୋଦନ ମିଳିଛି ।
ଏହି ଏମଓୟୁ ନିମ୍ନଲିଖିତ କ୍ଷେତ୍ରରେ ସହଯୋଗ ପାଇଁ ପରିବ୍ୟାପ୍ତ:-
କ. ଗବେଷଣା ଏବଂ ବିକାଶ, ସକ୍ରିୟତାର ସହିତ ଫାର୍ମାସ୍ୟୁଟିକାଲ ଉପାଦାନ (ଏପିଆଇ) ଏବଂ ଆଇଟି ଆଧାରିତ ମେଡିକାଲ ଯନ୍ତ୍ରପାତି;
ଖ. ମାନବ ସମ୍ବଳ ବିକାଶ;
ଗ. ସ୍ୱାସ୍ଥ୍ୟ ସେବା; ଏବଂ
ଘ. ପାରସ୍ପରିକ ବୁଝାମଣା ଆଧାରରେ ଅନ୍ୟାନ୍ୟ କ୍ଷେତ୍ର ।
ବୁଝାମଣା ପତ୍ର(ଏମଓୟୁ )ର କାର୍ଯ୍ୟାନ୍ୱୟନ ଏବଂ ବିସ୍ତୃତ ସହଯୋଗ ସମ୍ବନ୍ଧରେ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ ।
**********