ପିଏମଇଣ୍ଡିଆ
ସ୍ୱାସ୍ଥ୍ୟସେବା ତଥା ଔଷଧ କ୍ଷେତ୍ରରେ ଭାରତ ଓ ସେନେଗାଲ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଂଜୁରି ପ୍ରଦାନ କରିଛନ୍ତି । ଏହି ବୁଝାମଣା ପତ୍ରରେ ମୁଖ୍ୟତଃ ନିମ୍ନଲିଖିତ କ୍ଷେତ୍ରରେ ସହଯୋଗର ବ୍ୟବସ୍ଥା ରହିଛି । ସେଗୁଡ଼ିକ ହେଲା:
1. ରୋଗ ପ୍ରତି ସମନ୍ୱିତ ସତର୍କଦୃଷ୍ଟି
2. ମେଡ଼ିକାଲ ଗବେଷଣା
3. ଜରୁରୀ ରିଲିଫ ଯୋଗାଣ,
4. ହସପିଟାଲ ପରିଚାଳନା,
5. ଔଷଧ ଓ ଅନ୍ୟ ଫାର୍ମାସିଉଟିକାଲ ଉତ୍ପାଦ/ ହସପିଟାଲ ପରିଚାଳନା
6. ପାରମ୍ପରିକ ଔଷଧ
7. ଏଡ଼ସ ନିୟନ୍ତ୍ରଣ, ଏବଂ
8. ପାରସ୍ପରିକ ସ୍ୱାର୍ଥ ଜଡ଼ିତ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ସ୍ଥାପନ ।
ଏହି ସହଯୋଗ ସଂପର୍କରେ ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ସକାଶେ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ ଏବଂ ସେହି ଗୋଷ୍ଠୀ ବୁଝାମଣା ପତ୍ରର ପ୍ରବର୍ତ୍ତନ ନିମନ୍ତେ ସାମଗ୍ରିକ ଭାବେ ତଦାରଖ କରିବ ।