Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ପ୍ରୋତ୍ସାହନ:


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନିମ୍ନୋକ୍ତ ପ୍ରସ୍ତାବଗୁଡିକୁ ମଞ୍ଜୁରି ଦେଇଛନ୍ତି :

(1) ଜାମ୍ମୁର ସାମ୍ବା ବିଜୟ ନଗର ଠାରେ 1661 କୋଟି ଟଙ୍କା, (2) କାଶ୍ମୀରର ପୁଲୱାମା ଅବନ୍ତୀପୁରାରେ 1828 କୋଟି  ଟଙ୍କା ଏବଂ ଗୁଜରାଟର ରାଜକୋଟ ଠାରେ 1195 କୋଟି ଟଙ୍କା ବ୍ୟୟ କରାଯାଇ ତିନୋଟି ନୂଆ ଏମ୍ସ ପ୍ରତିଷ୍ଠା କରାଯିବ । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏୱାଇ) ଅଧୀନରେ ଏହି ଏମ୍ସଗୁଡ଼ିକ ନିର୍ମାଣ କରାଯିବ ।

ତିନୋଟି ଏମ୍ସ ମଧ୍ୟରୁ ପ୍ରତ୍ୟେକ ପାଇଁ ଏକ ନିର୍ଦ୍ଦେଶକ ପଦବୀ ମୂଳ ଦରମା 2,25,00/-(ଧାର୍ଯ୍ୟ) ଯୁକ୍ତ ଏନପିଏ (ତେବେ ଦରମା+ଏନପିଏ 2,37,500ରୁ ଅଧିକ ହେବ ନାହିଁ) ସୃଷ୍ଟି କରାଯିବ ।

ସମୟ ଅବଧି :

 

1.

ଜାମ୍ମୁ, ସାମ୍ବାର ବିଜୟନଗର

48 ମାସ – ବ୍ୟାପକ ଭାବେ ଏଥିରେ ପ୍ରାକ୍ ନିର୍ମାଣ ପର୍ଯ୍ୟାୟ 12 ମାସ, 30 ମାସର ଏକ ନିର୍ମାଣ ପର୍ଯ୍ୟାୟ ଏବଂ 6 ମାସର ସ୍ଥିରତା/କାର୍ଯ୍ୟକ୍ଷମ ପର୍ଯ୍ୟାୟ

2.

କାଶ୍ମୀର ପୁଲୱାମା ଅବନ୍ତୀପୁରା

72 ମାସ – ବ୍ୟାପକ ଭାବେ ଏଥିରେ ପ୍ରାକ୍ ନିର୍ମାଣ ପର୍ଯ୍ୟାୟ 12 ମାସ, 54 ମାସର ଏକ ନିର୍ମାଣ ପର୍ଯ୍ୟାୟ ଏବଂ 6 ମାସର ସ୍ଥିରତା/କାର୍ଯ୍ୟକ୍ଷମ ପର୍ଯ୍ୟାୟ

3.

ଗୁଜରାଟର ରାଜକୋଟ

45 ମାସ – ବ୍ୟାପକ ଭାବେ ଏଥିରେ ପ୍ରାକ୍ ନିର୍ମାଣ ପର୍ଯ୍ୟାୟ 10 ମାସ, 32 ମାସର ଏକ ନିର୍ମାଣ ପର୍ଯ୍ୟାୟ ଏବଂ 3 ମାସର ସ୍ଥିରତା/କାର୍ଯ୍ୟକ୍ଷମ ପର୍ଯ୍ୟାୟ

କ୍ରମିକ ସଂଖ୍ୟା ନୂଆ ଏମ୍ସ ନିର୍ମାଣ ଅବଧି ସହ ପୂର୍ଣ୍ଣ ବିବରଣୀ

 

ବିବରଣୀ :

(କ) ନୂଆ ଏମ୍ସର ପ୍ରତିଷ୍ଠାରେ ଡାକ୍ତରଖାନା, ଡାକ୍ତରୀ ଏବଂ ନର୍ସିଂ ପାଠ୍ୟକ୍ରମ ଲାଗି ଶିକ୍ଷଣ ବ୍ଲକ, ଆବାସିକ ପରିସର ଏବଂ ଏମ୍ସ ନୂଆଦିଲ୍ଲୀ ଏବଂ ପିଏମଏସଏସୱାଇର ପର୍ଯ୍ୟାୟ-1 ଅନ୍ତର୍ଗତ ଆରମ୍ଭ କରାଯାଇଥିବା 6ଟି ନୂଆ ଏମ୍ସ ଢାଂଚାରେ ସୁବିଧା/ସେବାର ସୃଷ୍ଟି ସାମିଲ ରହିଛି । ଉଦ୍ଦେଶ୍ୟ ହେଉଛି- ଗୁଣବତ୍ତା ସମ୍ପନ୍ନ ଉଚ୍ଚ ଶ୍ରେଣୀର ଡାକ୍ତରୀ ସେବା, ଡାକ୍ତରୀ ଶିକ୍ଷା, ନର୍ସିଂ ଶିକ୍ଷା ଏବଂ ଆଂଚଳିକ ଗବେଷଣା ପ୍ରତିଷ୍ଠାନ ରୂପରେ ନୂଆ ଏମ୍ସର ପ୍ରତିଷ୍ଠା କରିବା ।

(ଖ) – 1. ପ୍ରତ୍ୟେକ ନୂଆ ଏମ୍ସରେ 100 ସ୍ନାତକ (ଏମବିବିଏସ) ସିଟ ଏବଂ 60ଟି ବିଏସସି (ନର୍ସିଂ) ସିଟ ବ୍ୟବସ୍ଥା ରହିବ ।

2. ପ୍ରତ୍ୟେକ ଏମ୍ସରେ 15-20 ସୁପର ସ୍ପେଶାଲିଟି ବିଭାଗ ରହିବ ।

3. ପ୍ରତ୍ୟେକ ଏମ୍ସରେ 750 ଶଯ୍ୟା ରହିବ ଏବଂ ଏଥିରେ ଜରୁରିକାଳୀନ/ଟ୍ରମା ଶଯ୍ୟା, ଆୟୁଷ ବିଭାଗ, ଘରୋଇ ଶଯ୍ୟା ଏବଂ ଆଇସିୟୁ ସ୍ପେଶାଲଟି ଏବଂ ସୁପର ସ୍ପେଶଲିଟି ଶଯ୍ୟା ରହିବ ।

4. ପ୍ରତ୍ୟେକ ଏମ୍ସରେ ଦୈନିକ ପାଖାପାଖି 1500 ଓପିଡି ରୋଗୀ ଏବଂ ୱାର୍ଡରେ ପ୍ରତ୍ୟେକ ମାସ ଏକ ହଜାର ରୋଗୀଙ୍କ ଚିକିତ୍ସା କରାଯିବ ।

5. ପ୍ରତ୍ୟେକ ଏମ୍ସରେ ଗୋଟିଏ ମେଡ଼ିକାଲ କଲେଜ, ଗୋଟିଏ ଆୟୁଷ ବ୍ଲକ, ଅଡିଟୋରିୟମ, ରାତ୍ରୀଆଶ୍ରୟସ୍ଥଳୀ, ଅତିଥି ଗୃହ, ଛାତ୍ରାବାସ ଏବଂ ଆବାସିକ ସୁବିଧା ରହିବ ।

ବ୍ୟୟ : ନୂଆ ଏମ୍ସର ନିର୍ମାଣ ଲାଗି ଅର୍ଥ ଯୋଗାଣ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥାଏ । ନୂଆ ଏମ୍ସର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାର ବହନ କରିବେ ।

ନୂଆ ଏମ୍ସର ପ୍ରତିଷ୍ଠା ଦ୍ୱାରା ପୁଞ୍ଜି ପରିସମ୍ପତି ସୃଷ୍ଟି ହେବ ଏଥିଲାଗି ଆବଶ୍ୟକ ବିଶେଷଜ୍ଞ ମାନବ ସମ୍ବଳର ସୃଷ୍ଟି 6ଟି ନୂଆ ଏମ୍ସ ଢାଂଚାରେ ହେବ ।

ପ୍ରଭାବ : ନୂଆ ଏମ୍ସର ପ୍ରତିଷ୍ଠା ଦ୍ୱାରା ଡାକ୍ତରୀ ଶିକ୍ଷା ଏବଂ ତାଲିମରେ ପରିବର୍ତ୍ତନ ଆସିବ ଏବଂ ସମ୍ପୃକ୍ତ ଅଂଚଳରେ ସ୍ୱାସ୍ଥ୍ୟସେବା ପେସାଦାରମାନଙ୍କ ଅଭାବ ଦୂର ହେବ ।

ନୂଆ ଏମ୍ସ ପ୍ରତିଷ୍ଠ ଦ୍ୱାରା ଜନସାଧାରଣଙ୍କୁ ସୁପରସ୍ପେଶାଲିଟି ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ଦ୍ୱୈତ ଉଦ୍ଦେଶ୍ୟ ପୂରଣ ହେବ ।

ଏହାଦ୍ୱାରା କ୍ଷେତ୍ରରେ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କ ଏକ ବଡ଼ ପୁଲ ସୃଷ୍ଟି ହେବ ଯାହା ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅନ୍ତର୍ଗତ ପ୍ରାଥମିକ ଏବଂ ଦ୍ୱିତୀୟ ସ୍ତରର ପ୍ରତିଷ୍ଠାନ/ସୁବିଧା ଲାଗି ଉପଲବ୍ଧ ହେବ ।

ନିଯୁକ୍ତି ସୃଷ୍ଟି

ଜାମ୍ମୁ ଏବଂ କାଶ୍ମୀର ଏବଂ ଗୁଜରାଟରେ ନୂଆ ଏମ୍ସର ପ୍ରତିଷ୍ଠା ଫଳରେ ପ୍ରତ୍ୟେକ ଏମ୍ସରେ ବିଭିନ୍ନ ଅଧ୍ୟାପନା ଏବଂ ଅଣ ଅଧ୍ୟାପନା ବିଭାଗ ପଦବୀ ଲାଗି ପାଖାପାଖି 3 ହଜାର ଲୋକଙ୍କୁ ନିଯୁକ୍ତି ମିଳିପାରିବ ।

ନୂଆ ଏମ୍ସ ଆଖପାଖରେ ଶପିଂ ସେଂଟର, କେଣ୍ଟିନ ଭଳି ସୁବିଧା କାରଣରୁ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ନୂଆ ଏମ୍ସ ଢାଂଚା ପ୍ରତିଷ୍ଠା କରିବା ଲାଗି ନିର୍ମାଣ ଗତିବିଧି ଚାଲିବ, ଯେଉଁ କାରଣରୁ ନିର୍ମାଣ ପର୍ଯ୍ୟାୟରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ।

 

**********