Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱାସ୍ଥ୍ୟ ଏବଂ ଔଷଧ କ୍ଷେତ୍ରରେ ସହଯୋଗ ଲାଗି ଭାରତ, ଇରାନ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟସେବା ଏବଂ ଔଷଧ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଇରାନ ମଧ୍ୟରେ ସହଯୋଗ ବୁଝାମଣାପତ୍ରକୁ ମଞ୍ଜୁରି ମିଳିଛି । 17 ଫେବୃଆରୀ, 2018 ରେ ଇରାନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

ବୁଝାମଣାପତ୍ର ଦ୍ୱାରା ଦୁଇ ଦେଶ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ମିଳିବ ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ ହେବ ।

ବୁଝାମଣାପତ୍ରର ପରିସର ମଧ୍ୟରେ ନିମ୍ନଲିଖିତ ସହଯୋଗ କ୍ଷେତ୍ର ରହିଛି :

  1. ଚିକିତ୍ସକ ଏବଂ ଅନ୍ୟ ସ୍ୱାସ୍ଥ୍ୟ ପେସାଦାରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଭିଜ୍ଞତାର ଆଦାନପ୍ରଦାନ ।
  2. ମାନବ ସମ୍ବଳ ବିକାଶରେ ସହାୟତା ଏବଂ ସ୍ୱାସ୍ଥ୍ୟ ସୁବିଧାର ପ୍ରତିଷ୍ଠା ।
  3. ଔଷଧ, ଚିକିତ୍ସା ଉପକରଣ ଏବଂ ପ୍ରସାଧନ ଅଧିନିୟମ ଏବଂ ତତସମ୍ବନ୍ଧୀୟ ସୂଚନାର ଆଦାନପ୍ରଦାନ ।
  4. ଚିକିତ୍ସା ଗବେଷଣା, ନୂଆ ପ୍ରଯୁକ୍ତି ଏବଂ ଜ୍ଞାନ ଆଧାରିତ ପଦକ୍ଷେପ କ୍ଷେତ୍ରରେ ସହଯୋଗ ।
  5. ଜନ ସ୍ୱାସ୍ଥ୍ୟ, ନିରନ୍ତର ବିକାଶ ଲକ୍ଷ୍ୟ ଏବଂ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସହଯୋଗ, ଏବଂ
  6. ଆପୋସ ଭାବେ ନିର୍ଦ୍ଧାରଣ କରାଯାଇଥିବା ଅନ୍ୟ କ୍ଷେତ୍ରରେ ସହଯୋଗ ।

ସହଯୋଗର ବିସ୍ତ୍ରୁତ ବିବରଣୀ ଉପରେ ସ୍ପଷ୍ଟତା ତଥା ଏହି ବୁଝାମଣାପତ୍ରର କାର୍ଯ୍ୟାନ୍ୱୟନ ଲାଗି ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ ।

 

**********