Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱାସ୍ଥ୍ୟ ଓ ଔଷଧ କ୍ଷେତ୍ରରେ ସହଯୋଗ ଲାଗି ଭାରତ-ସ୍ୱାଜିଲ୍ୟାଣ୍ଡ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ


 

ସ୍ୱାସ୍ଥ୍ୟ ଏବଂ ଔଷଧ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ସ୍ୱାଜିଲ୍ୟାଣ୍ଡ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲା ଭାବେ ମଞ୍ଜୁରି ମିଳିଛି । ଏହି ଏମଓୟୁ 9 ଏପ୍ରିଲ 2018ରେ ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣାରେ ନିମ୍ନୋକ୍ତ କ୍ଷେତ୍ରରେ ସହଯୋଗ ଲାଗି ବ୍ୟବସ୍ଥା ରହିଛି:-

  1. ଔଷଧ ଏବଂ ଫାର୍ମାସ୍ୟୁଟିକାଲ ଉତ୍ପାଦ;
  2. ମେଡ଼ିକାଲ ଉପଯୋଗ ଉତ୍ପାଦ;
  3. ସ୍ୱାସ୍ଥ୍ୟ ଗବେଷଣା;
  4. ସ୍ୱାସ୍ଥ୍ୟ ସରଞ୍ଜାମ;
  5. ଜନ ସ୍ୱାସ୍ଥ୍ୟ;
  6. ସଂକ୍ରାମକ ରୋଗ ନିୟନ୍ତ୍ରଣ ଏବଂ ଅନୁଧ୍ୟାନ;
  7. ସ୍ୱାସ୍ଥ୍ୟ ପର୍ଯ୍ୟଟନ ଏବଂ
  8. ଆପୋସ ସ୍ୱାର୍ଥ ଜଡ଼ିତ ଅନ୍ୟାନ୍ୟ କ୍ଷେତ୍ର ।

 

**********