ପିଏମଇଣ୍ଡିଆ
ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ଲାଗି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ କୋଟ ଡି’ଭୋର ସରକାରଙ୍କ ସ୍ୱାସ୍ଥ୍ୟ ଓ ସାଧାରଣ ସ୍ୱାସ୍ଥ୍ୟ ବିଜ୍ଞାନ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି ।
ବୁଝାମଣା ଅନୁଯାୟୀ ସହଯୋଗ ଲାଗି ନିମ୍ନଲିଖିତ କ୍ଷେତ୍ରଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି –
1. ଅତ୍ୟାଧୁନିକ ଚିକିତ୍ସା ପ୍ରଯୁକ୍ତି, ନ୍ୟୁକ୍ଲିୟର ମେଡ଼ିସିନ, ବୃକକ ପ୍ରତ୍ୟାରୋପଣ, ହୃତପିଣ୍ଡ ଶଲ୍ୟ ଚିକିତ୍ସା, ନେଫ୍ରୋଲୋଜି, ହେମୋଡାୟାଲିସିସ ଓ ଚିକିତ୍ସା ଗବେଷଣା କ୍ଷେତ୍ରରେ ଦକ୍ଷ ବିଶେଷଜ୍ଞ, ଡାକ୍ତର, ସ୍ୱାସ୍ଥ୍ୟ ଅଧିକାରୀ, ଅନ୍ୟ ସ୍ୱାସ୍ଥ୍ୟ ପେସାଦାରଙ୍କ ପ୍ରଶିକ୍ଷଣ ଓ ବିନିମୟ;
2. ଔଷଧ ଏବଂ ଔଷଧୀୟ ଉତ୍ପାଦ ନିୟନ୍ତ୍ରଣ;
3. ମାନବ ସମ୍ବଳ ବିକାଶ ଏବଂ ସ୍ୱାସ୍ଥ୍ୟ ସେବା ସୁବିଧା ପ୍ରତିଷ୍ଠା ଲାଗି ସହାୟତା;
4. ଚିକିତ୍ସା ଓ ସ୍ୱାସ୍ଥ୍ୟ ଗବେଷଣା ବିକାଶ;
5. ସ୍ଵାସ୍ଥ୍ୟସେବା କ୍ଷେତ୍ର ପରିଚାଳନା ଓ ଡାକ୍ତରୀ ପୁନର୍ବାସ ସମେତ ସାର୍ବଜନୀନ ସ୍ୱାସ୍ଥ୍ୟସେବା;
6. ଜେନେରିକ ଓ ଅତ୍ୟାବଶ୍ୟକୀୟ ଔଷଧ ସଂଗ୍ରହ ଏବଂ ଔଷଧ ଯୋଗାଣରେ ସହାୟତା;
7. ଏଚଆଇଭି/ଏଡସ କ୍ଷେତ୍ରରେ ସହଯୋଗ ଏବଂ ଗବେଷଣା;
8. ସଂକ୍ରାମକ ରୋଗ ନିରୀକ୍ଷଣ ଦିଗରେ ପ୍ରଯୁକ୍ତି ଓ ରଣନୈତିକ ବିକାଶ;
9. ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସର୍ବୋତ୍ତମ ପ୍ରଣାଳୀ ବିନିମୟ;
10. ହସ୍ପିଟାଲ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟସେବା କେନ୍ଦ୍ର ପରିଚାଳନାରେ ଅଭିଜ୍ଞତା ବିନିମୟ;
11. ଜନସ୍ୱାସ୍ଥ୍ୟର ପ୍ରୋତ୍ସାହନ ଓ ମେଡିକାଲ ଆବର୍ଜନା ପରିଚାଳନାରେ ଅନୁଭୂତି ବିନିମୟ;
12. ପରିଚାଳନା;
13. ସ୍ୱାସ୍ଥ୍ୟ ପ୍ରବନ୍ଧନ ଓ ରୋଗ ନିବାରଣ;
14. ଅସଂକ୍ରାମକ ରୋଗ;
15. ପେସାଗତ ଏବଂ ପରିବେଶ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ;
16. ଚିକିତ୍ସା ଗବେଷଣା ଏବଂ
17. ପରସ୍ପର ସହମତି ଆଧାରିତ ଅନ୍ୟ ଯେକୌଣସି କ୍ଷେତ୍ରରେ ସହଯୋଗ ।
ଏହି ବୁଝାମଣାର କାର୍ଯ୍ୟାନ୍ଵୟନ ଦିଗରେ ନିରୀକ୍ଷଣ ଓ ସହଯୋଗର ବିବରଣୀ ଲାଗି ଏକ କାର୍ଯ୍ୟକାରୀ ସମୂହ ଗଠନ କରାଯିବ ।