ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ସ୍ୱିଜରଲାଣ୍ଡ (ଏହାର ନୂଆ ନାମ “ଇସ୍ୱାତିନୀ‘) ମଧ୍ୟରେ “ସୀମା ବିହୀନ ଟିକସ ନିରୀକ୍ଷକ କାର୍ଯ୍ୟକ୍ରମ‘ ଅଧୀନରେ ସ୍ୱିଜରଲାଣ୍ଡକୁ ଟିକସ ସମ୍ବନ୍ଧୀୟ ସହାୟତା ଦେବା ଲାଗି ନାମିତ ଭାରତୀୟ ବିଶେଷଜ୍ଞମାନଙ୍କ ସହଭାଗୀତା ସହ ଜଡ଼ିତ ବିଚାରଯୋଗ୍ୟ ବିଷୟ (ଟିଓଆର)ରେ ସ୍ୱାକ୍ଷର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
ବିନ୍ଦୁୱାରୀ ବିବରଣୀ
1. “ସୀମାବିହୀନ ଟିକସ ନିରୀକ୍ଷକ (ଟିଆଇଡବ୍ଲ୍ୟୁବି) କାର୍ଯ୍ୟକ୍ରମ‘ ଅନ୍ତର୍ଗତ ଭାରତ ସରକାର ଏବଂ ଇସ୍ୱାତିନୀ ସାମ୍ରାଜ୍ୟର ସରକାରଙ୍କ ଦ୍ୱାରା ଜଣେ ଭାରତୀୟ ବିଶେଷଜ୍ଞଙ୍କୁ ପାରସ୍ପରିକ ରୂପରେ ଚୟନ କରାଯାଇଛି ।
2. ବିଚାରଯୋଗ୍ୟ ବିଷୟ ଦ୍ୱାରା ଟିଆଇଡବ୍ଲ୍ୟୁସି କାର୍ଯ୍ୟକ୍ରମ ଅନ୍ତର୍ଗତ ଇସ୍ୱାତିନୀକୁ ଟିକସ ସମ୍ବନ୍ଧୀୟ ସହାୟତା ଦେବା ଲାଗି ନାମିତ ଭାରତୀୟ ବିଶେଷଜ୍ଞମାନଙ୍କ ସହଭାଗୀତା ସହ ଜଡ଼ିତ ସର୍ତ୍ତଗୁଡ଼ିକୁ ଔପଚାରିକ ରୂପ ଦିଆଯିବ ।
ପ୍ରମୁଖ ପ୍ରଭାବ :
ଟିଆଇଡବ୍ଲୁବି କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତୀୟ ବିଶେଷଜ୍ଞମାନଙ୍କ ସହଭାଗୀତା ଫଳରେ ବିକାଶଶୀଳ ଦେଶଗୁଡ଼ିକରେ ଟିକସ ସମ୍ବନ୍ଧୀୟ ମାମଲାରେ କ୍ଷମତା ନିର୍ମାଣ କରିବାରେ ଭାରତ ଦ୍ୱାରା ସହଯୋଗ ପ୍ରଦାନକୁ ବେଶ ପ୍ରୋତ୍ସାହନ ମିଳିପାରିବ ।
**********