ପିଏମଇଣ୍ଡିଆ
ମାନ୍ୟବର ରାଷ୍ଟ୍ରପତି ମହୋଦୟ,
ଉଭୟ ଦେଶର ପ୍ରତିନିଧିବୃନ୍ଦ,
ଗଣମାଧ୍ୟମର ସଦସ୍ୟଗଣ,
ନମସ୍କାର!
ସ୍ୱିଜରଲ୍ୟାଣ୍ଡର ମାନ୍ୟବର ରାଷ୍ଟ୍ରପତି ମହୋଦୟଙ୍କୁ ଭାରତରେ ହାର୍ଦ୍ଦିକ ସ୍ୱାଗତ ଜଣାଇ ମୁଁ ଅତ୍ୟନ୍ତ ଆନନ୍ଦିତ।
ସର୍ବପ୍ରଥମେ, ଭାରତ-ସ୍ୱିଜରଲ୍ୟାଣ୍ଡ ସମ୍ପର୍କ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ମୁଁ ପ୍ରଶଂସା କରୁଛି। ଗତ ବର୍ଷ ଅକ୍ଟୋବର ମାସରେ, ତାଙ୍କର ବ୍ୟକ୍ତିଗତ ସହଯୋଗରେ ଆମେ ଭାରତ ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ (ଇଏଫ୍ଟିଏ) ଦେଶଗୁଡ଼ିକ ମଧ୍ୟରେ ଏକ ଐତିହାସିକ ବାଣିଜ୍ୟ ଓ ଅର୍ଥନୈତିକ ଭାଗିଦାରୀ ଚୁକ୍ତି ସମ୍ପନ୍ନ କରିଥିଲୁ। ୟୁରୋପର କୌଣସି ଅର୍ଥନୈତିକ ଗୋଷ୍ଠୀ ସହିତ ଭାରତର ଏହା ହେଉଛି ପ୍ରଥମ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍ଟିଏ)।
ଏହା ନିବେଶ, ନବସୃଜନ, ନିଯୁକ୍ତି ଏବଂ ସାମୂହିକ ସମୃଦ୍ଧି ପାଇଁ ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା ମଧ୍ୟ ଅଟେ। ଏହା ମାଧ୍ୟମରେ ଆମେ ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତରେ ୧୦୦ ବିଲିୟନ୍ ଡଲାରର ନିବେଶ ଏବଂ ୧୦ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ହାସଲ କରିବୁ।
ବନ୍ଧୁଗଣ,
ଭାରତ ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଥିବା ବନ୍ଧୁତା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସିଛି। ଊନବିଂଶ ଶତାବ୍ଦୀରେ ସ୍ୱାମୀ ବିବେକାନନ୍ଦ ସ୍ୱିସ୍ ଆଲ୍ପସ୍ ପର୍ବତମାଳାରେ ହିମାଳୟର ଝଲକ ଦେଖିବାକୁ ପାଇଥିଲେ। ମହାତ୍ମା ଗାନ୍ଧୀ ମଧ୍ୟ ସ୍ୱିଜରଲ୍ୟାଣ୍ଡରେ କିଛି ସମୟ ବିତାଇବା ସହିତ ସେଠାକାର ଲୋକମାନଙ୍କ ସହ ଆଲୋଚନା କରିଥିଲେ। ଏହି ଐତିହାସିକ ଯାତ୍ରାଗୁଡ଼ିକର ସ୍ମୃତି ଆଜି ମଧ୍ୟ ଆମର ବନ୍ଧୁତାରେ ଜୀବନ୍ତ ହୋଇ ରହିଛି।
ଆଜି, ନବସୃଜନ, ଭିତ୍ତିଭୂମି ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ହେଉଛି ଆମ ଭାଗୀଦାରୀର ଦୃଢ଼ ସ୍ତମ୍ଭ। ଆଜିର ଏହି ଶିଖର ସମ୍ମିଳନୀ ମାଧ୍ୟମରେ ଆମେ ଆମର ଭାଗିଦାରିତାକୁ ଏକ ନୂତନ ଗତି ଏବଂ ନୂତନ ଉଚ୍ଚତା ପ୍ରଦାନ କରିବାକୁ ଯାଉଛୁ।
ବନ୍ଧୁଗଣ,
ଭାରତୀୟ ରପ୍ତାନି କ୍ଷେତ୍ରରେ ସ୍ୱିଜରଲ୍ୟାଣ୍ଡରେ ବଜାର ପ୍ରବେଶକୁ ବିସ୍ତାର କରିବା ଏବଂ ଉଭୟ ଦେଶ ମଧ୍ୟରେ ନିବେଶକୁ ଆହୁରି ସୁଗମ କରିବା ପାଇଁ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ।
ଏହା ଫଳରେ ଭାରତର କୃଷି, ଔଷଧ, ବୟନଶିଳ୍ପ ଏବଂ ଇଞ୍ଜିନିୟରିଂ ସାମଗ୍ରୀର ସ୍ୱିଜରଲ୍ୟାଣ୍ଡକୁ ରପ୍ତାନି ବୃଦ୍ଧି ପାଇବ। ଏଥିସହିତ, ଭାରତର ବାୟୋଟେକ୍, ଲାଇଫ୍ ସାଇନ୍ସେସ୍, ବ୍ୟାଙ୍କିଂ, ବୀମା, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସ୍ଥାୟୀ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନୂତନ ସ୍ୱିସ୍ ନିବେଶକୁ ଆମେ ଆକର୍ଷିତ କରିବୁ। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଆମେ ମିଳିତ ଭାବେ ସମଗ୍ର ବିଶ୍ୱ ପାଇଁ ବିଶ୍ୱସନୀୟ ଯୋଗାଣ ଶୃଙ୍ଖଳ ଏବଂ ଭରସାଯୋଗ୍ୟ ସମାଧାନ ବିକଶିତ କରିବୁ।
ବନ୍ଧୁଗଣ,
ଆଜି ଆମେ ସାମରିକ ଆଦାନ-ପ୍ରଦାନ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ସହଯୋଗର ନୂତନ ସମ୍ଭାବନାଗୁଡ଼ିକୁ ଚିହ୍ନଟ କରିଛୁ। ଆମେ ପରମାଣୁ ଶକ୍ତି କ୍ଷେତ୍ରରେ ମଧ୍ୟ ଆମର ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ସହମତ ହୋଇଛୁ।
ବାରାଣସୀର ରୋପ୍ୱେ ପ୍ରକଳ୍ପ, ନୋଏଡାର ଜେୱର ବିମାନବନ୍ଦର ଏବଂ ପାହାଡ଼ିଆ ଅଞ୍ଚଳରେ ରେଳପଥ ଓ ସୁଡ଼ଙ୍ଗ ନିର୍ମାଣ ପ୍ରକଳ୍ପଗୁଡ଼ିକ ଆମର ଭିତ୍ତିଭୂମି ସହଯୋଗର ଉଜ୍ଜ୍ୱଳ ଉଦାହରଣ। ଏହି ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ଆଜି ଆମେ ପରିବହନ, ଗମନାଗମନ ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛୁ।
ଆମେ ସ୍ୱିଜରଲ୍ୟାଣ୍ଡର ଭିତ୍ତିଭୂମି କମ୍ପାନୀଗୁଡ଼ିକୁ ଭାରତରେ ବ୍ୟାପକ ସ୍ତରରେ ନିବେଶ କରିବାକୁ ଏବଂ ଏଥିସହିତ ଦକ୍ଷତା ବିକାଶ, ଡିଜାଇନ୍ ଏବଂ ଉତ୍ପାଦନ ଭଳି କ୍ଷେତ୍ରରେ ଆମ ସହ ଭାଗୀଦାର ହେବାକୁ ଆମନ୍ତ୍ରଣ କରୁଛୁ।
ବନ୍ଧୁଗଣ,
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ମଧ୍ୟ ଆମର ଭାଗିଦାରିତାର ଏକ ଦୃଢ଼ ସ୍ତମ୍ଭ ଅଟେ। ମୋତେ ବହୁତ ଖୁସି ଲାଗୁଛି ଯେ, ଆମେ ଖୁବଶୀଘ୍ର ସ୍ୱାସ୍ଥ୍ୟ, ସ୍ୱଚ୍ଛ ଶକ୍ତି ଏବଂ ମହାକାଶ ଭଳି ପ୍ରାଥମିକତାପୂର୍ଣ୍ଣ କ୍ଷେତ୍ରରେ ନୂତନ ଭାବେ ମିଳିତ ଗବେଷଣା ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛୁ। ଭାରତର ବିଜ୍ଞାନ ଭିତ୍ତିକ ଷ୍ଟାର୍ଟଅପ୍ଗୁଡ଼ିକର ଦକ୍ଷତା ବିକାଶ ପାଇଁ ଜୁରିକ୍ ବିଶ୍ୱବିଦ୍ୟାଳୟ ସହ ହୋଇଥିବା ଚୁକ୍ତିକୁ ମଧ୍ୟ ଆମେ ସ୍ୱାଗତ କରୁଛୁ।
ସ୍ୱିଜରଲ୍ୟାଣ୍ଡରେ ଯୋଗ ଓ ଆୟୁର୍ବେଦର ବଢ଼ୁଥିବା ଲୋକପ୍ରିୟତାକୁ ଦୃଷ୍ଟିରେ ରଖି, ଆଜି ଆମେ ଏହି କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ନେଇ ମଧ୍ୟ ଫଳପ୍ରଦ ଆଲୋଚନା କରିଛୁ।
ବନ୍ଧୁଗଣ,
ଲୋକମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଆମ ଭାଗିଦାରିତାର ସବୁଠାରୁ ବଡ଼ ଶକ୍ତି। ଆଜି ସ୍ୱାକ୍ଷରିତ ହୋଇଥିବା ‘ମାଇଗ୍ରେସନ୍ ଏବଂ ମୋବିଲିଟି ପାର୍ଟନରଶିପ୍ ଚୁକ୍ତି’ ଏବଂ ‘ଯୁବ ବୃତ୍ତିଜୀବୀ ଚୁକ୍ତି’ ମାଧ୍ୟମରେ ଭାରତୀୟ ଛାତ୍ରଛାତ୍ରୀ, ଗବେଷକ, ବୃତ୍ତିଜୀବୀ ଏବଂ ଯୁବବର୍ଗଙ୍କ ପାଇଁ ସ୍ୱିଜରଲ୍ୟାଣ୍ଡରେ ଅନେକ ନୂତନ ସୁଯୋଗ ସୃଷ୍ଟି କରିବ।
ବନ୍ଧୁଗଣ,
ଭାରତ ଏବଂ ସ୍ୱିଜରଲ୍ୟାଣ୍ଡ ଉଭୟ ଦେଶ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ, ଆଲୋଚନା ଏବଂ କୂଟନୀତି ଉପରେ ବିଶ୍ୱାସ କରନ୍ତି। ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିଚାଲିବୁ।
ୟୁକ୍ରେନ୍ ହେଉ କିମ୍ବା ପଶ୍ଚିମ ଏସିଆ, ଶାନ୍ତି ଦିଗରେ ହୋଇଥିବା ପ୍ରତ୍ୟେକ ଅର୍ଥପୂର୍ଣ୍ଣ ପ୍ରୟାସକୁ ଭାରତ ସର୍ବଦା ସମର୍ଥନ କରିଆସିଛି।
ବଢ଼ୁଥିବା ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା କରିବା ପାଇଁ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକରେ ସଂସ୍କାର ଆଣିବା ଅତ୍ୟନ୍ତ ଆବଶ୍ୟକ ବୋଲି ଆମେ ମଧ୍ୟ ମତ ପୋଷଣ କରୁ।
ବନ୍ଧୁଗଣ,
ମୁଁ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତିଙ୍କ ପ୍ରତି କୃତଜ୍ଞ ଯେ, ସେ ଏକ ବୃହତ୍ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ସହ ଭାରତ ଆସିଛନ୍ତି। ଆସନ୍ତା ଅକ୍ଟୋବର ୭ ତାରିଖରେ, ତାଙ୍କ ଉପସ୍ଥିତିରେ ଆମେ ଭାରତ ଏବଂ ଇଏଫଟିଏ ବ୍ୟବସାୟିକ ନେତାମାନଙ୍କ ସହ ଏକ “ପ୍ରସ୍ପେରିଟି ସମିଟ୍” (ସମୃଦ୍ଧି ସମ୍ମିଳନୀ)ର ଆୟୋଜନ କରିବାକୁ ଯାଉଛୁ। ଏହି ଶିଖର ସମ୍ମିଳନୀ ଆମର ବାଣିଜ୍ୟ ଓ ନିବେଶ ଭାଗିଦାରିତାର ପ୍ରତିଶ୍ରୁତିକୁ ବାସ୍ତବ ଫଳାଫଳରେ ପରିଣତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ। ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ସମସ୍ତ ବ୍ୟବସାୟିକ ନେତାମାନଙ୍କୁ ମଧ୍ୟ ମୁଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି।
ମାନ୍ୟବର ରାଷ୍ଟ୍ରପତି ମହୋଦୟ,
ଚଳିତ ବର୍ଷ ଫେବୃଆରୀ ମାସରେ ଭାରତ ବିଶ୍ୱର ସର୍ବବୃହତ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ଶିଖର ସମ୍ମିଳନୀ ଆୟୋଜନ କରିଥିଲା। ଆସନ୍ତା ବର୍ଷ, ସ୍ୱିଜରଲ୍ୟାଣ୍ଡ “ଜିନେଭା ଏଆଇ ସମିଟ୍” ମାଧ୍ୟମରେ ଏହି ଯାତ୍ରାକୁ ଆଗକୁ ବଢ଼ାଇବ। ଜିନେଭା ଏଆଇ ସମ୍ମିଳନୀର ସଫଳତା ପାଇଁ ମୁଁ ସ୍ୱିଜରଲ୍ୟାଣ୍ଡକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମୋର ଦୃଢ଼ ବିଶ୍ୱାସ ଯେ, ଆମେ ମିଳିତ ଭାବରେ ଏଆଇକୁ ଦାୟିତ୍ୱପୂର୍ଣ୍ଣ, ସମାବେଶୀ ଏବଂ ମାନବ-କେନ୍ଦ୍ରିକ କରିବା ଦିଗରେ ଆଗକୁ ବଢ଼ିଚାଲିବୁ।
ପୁଣିଥରେ, ଭାରତ ଗସ୍ତ ପାଇଁ ଏବଂ ଭାରତ-ସ୍ୱିଜରଲ୍ୟାଣ୍ଡ ସମ୍ପର୍କର ଜଣେ ଦୃଢ଼ ସମର୍ଥକ ହୋଇ ରହିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
*****
MT
Addressing the press meet with Mr. Guy Parmelin, President of the Swiss Confederation. @ParmelinG https://t.co/Om5YLt3pcY
— Narendra Modi (@narendramodi) October 5, 2026
We also discussed deeper cooperation in sectors like health, clean energy, space, Yoga and Ayurveda. India and Switzerland share a strong commitment to democracy, dialogue and diplomacy. We will continue working together for global peace and stability. https://t.co/136O79i378
— Narendra Modi (@narendramodi) October 5, 2026
In our talks today, President Guy Parmelin and I discussed ways to take the India-Switzerland partnership forward across key areas like: Trade and investment, especially in the wake of the India-EFTA agreement. Defence production Nuclear energy Infrastructure and mobility Science, technology and innovation Opportunities for students and professionals @ParmelinG
— Narendra Modi (@narendramodi) October 5, 2026
हमने भारत और यूरोपियन फ्री ट्रेड एसोसिएशन, यानि “एफ्टा” देशों के बीच, एक ऐतिहासिक ट्रैड एण्ड इकनॉमिक पार्ट्नर्शिप एग्रीमेंट लागू किया। यह यूरोप के किसी भी economic bloc के साथ भारत का पहला FTA है: PM @narendramodi
— PMO India (@PMOIndia) October 5, 2026
हमने भारत के exports का स्विट्ज़रलैंड में मार्केट एक्सेस बढ़ाने, और दोनों देशों के बीच इनवेस्टमेंट को और सुगम बनाने के लिए कई महत्वपूर्ण निर्णय लिए हैं। इससे भारत के ऐग्रिकल्चर, फार्मा, textile और engineering goods का स्विट्ज़रलैंड में निर्यात बढ़ेगा। साथ-साथ, भारत के बायोटेक, लाइफ साइंसेज़, बैंकिंग, इन्श्योरेन्स, फूड प्रोसेसिंग और सस्टे-निबिलिटी जैसे महत्वपूर्ण क्षेत्रों में हम नए स्विस इनवेस्टमेंट को आकर्षित करेंगे: PM @narendramodi
— PMO India (@PMOIndia) October 5, 2026
People-to-people ties हमारी पार्ट्नर्शिप की सबसे बड़ी ताकत है। आज हुए माइग्रेशन और मोबिलिटी पार्टनरशिप एग्रीमेंट और यंग प्रोफेशनल्स एग्रीमेंट से, भारत के students, researchers, professionals और युवाओं के लिए स्विट्ज़रलैंड में कई नए अवसर खुलेंगे: PM @narendramodi
— PMO India (@PMOIndia) October 5, 2026
भारत और स्विट्ज़रलैंड, दोनों डेमोक्रेटिक वैल्यूज़, rule of law, डायलॉग और डिप्लोमेसी में विश्वास रखते हैं। हम ग्लोबल पीस और स्टेबिलिटी के लिए मिलकर काम करते रहेंगे। यूक्रेन हो या पश्चिमी एशिया, भारत शांति की दिशा में किए जाने वाले हर सार्थक प्रयास का समर्थन करता रहा है। हम इस बात पर भी एकमत हैं कि बढ़ते हुए ग्लोबल challenges के समाधान के लिए Global institutions में रिफॉर्म अनिवार्य है: PM @narendramodi
— PMO India (@PMOIndia) October 5, 2026