Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସଡ଼କ ପରିବହନ ଏବଂ ସଡ଼କ ଉଦ୍ୟୋଗ କ୍ଷେତ୍ରରେ ଭାରତ-ରୁଷ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସଡ଼କ ପରିବହନ ଏବଂ ସଡ଼କ ଉଦ୍ୟୋଗ କ୍ଷେତ୍ରରେ ଭାରତ ଏବଂ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଲାଗି ବୁଝାମଣାପତ୍ରକୁ ଅନୁମୋଦନ କରିଛନ୍ତି । ରୁଷର ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ।

ଯାତାୟାତ ଏବଂ ରାଜପଥ କ୍ଷେତ୍ରରେ ସହଯୋଗ ଲାଗି ଔପଚାରିକ ମଞ୍ଚ ପ୍ରତିଷ୍ଠା ଏବଂ ବିକାଶ କରିବାକୁ ଦୃଷ୍ଟିରେ ରଖି ସଡ଼କ ପରିବହନ ଏବଂ ସଡ଼କ ଉଦ୍ୟୋଗ କ୍ଷେତ୍ରରେ ବୁଝାମଣାପତ୍ରକୁ ଦୁଇ ଦେଶ ମିଶି ପ୍ରସ୍ତୁତ କରିଛନ୍ତି ଏବଂ ଚୁଡ଼ାନ୍ତ ରୂପ ଦେଇଛନ୍ତି ।

ସଡ଼କ ପରିବହନ ଏବଂ ସଡ଼କ ଉଦ୍ୟୋଗ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଦ୍ୱାରା ଉଭୟ ଦେଶକୁ ଲାଭ ମିଳିବ । ରୁଷ ସହିତ ସହଯୋଗ ଏବଂ ଆଦାନପ୍ରଦାନରେ ବୃଦ୍ଧି ଦ୍ୱାରା ସଡ଼କ ଯାତାୟାତ ଏବଂ ସଡ଼କ ଉଦ୍ୟୋଗ ତଥା କୁଶଳ ଯାତାୟାତ ପ୍ରଣାଳୀ (ITS)ରେ ସଂଚାର ଏବଂ ସହଯୋଗ ସମ୍ବନ୍ଧୀୟ ପ୍ରଭାବଶାଳୀ ଏବଂ ଦୀର୍ଘକାଳୀନ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରତିଷ୍ଠା କରିବାରେ ସହାୟତା ମିଳିପାରିବ । ଏହାଦ୍ୱାରା ସଡ଼କ ଢାଞ୍ଚାର ପରିଚାଳନା ଏବଂ ଆୟୋଜନ ଏବଂ ସଡ଼କ ବ୍ୟବସ୍ଥା ପରିଚାଳନା, ଯାତାୟାତ ନୀତି, ପ୍ରଯୁକ୍ତି ଏବଂ ରାଜପଥର ପରିଚାଳନା ଏବଂ ଏହାର ନିର୍ମାଣ ଲାଗି ମାନଦଣ୍ଡ ପ୍ରତିଷ୍ଠା କରିବାରେ ସହାୟତା ମିଳିପାରିବ । ଏହାବ୍ୟତୀତ ଭାରତ ଏବଂ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ହେବ ।

***