Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହରିଦ୍ୱାର ଉମୀୟା ଧାମ ଆଶ୍ରମର ଉଦ୍ଘାଟନ ସମାବେଶକୁ ଭିଡିଓ କନଫେରେନ୍ସିଂ ଦ୍ଵାରା ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ହରିଦ୍ୱାରସ୍ଥିତ ଉମୀୟା ଧାମ ଆଶ୍ରମର ଉଦ୍ଘାଟନ ଉତ୍ସବ ଅବସରରେ ଆୟୋଜିତ ଏକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫେରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକ ସାମାଜିକ ସଂସ୍କାର ବ୍ୟବସ୍ଥାର ପ୍ରସାରଣ କେନ୍ଦ୍ର ଭାବେ କାର୍ଯ୍ୟ କରନ୍ତି । ସେ ପର୍ଯ୍ୟଟନକୁ ଭାରତର ଏକ ପ୍ରାଚୀନ ପରିକଳ୍ପନା ଏବଂ ଆଧ୍ୟାତ୍ମିକ ପରମ୍ପରା ଭାବେ ବର୍ଣ୍ଣନା କରିଛନ୍ତି । ସେ କହିଲେ ଯେ ଆଜି ଉଦ୍ଘାଟିତ ହୋଇଥିବା ଆଶ୍ରମ ଦ୍ୱାରା ହରିଦ୍ୱାରକୁ ଆସୁଥିବା ତୀର୍ଥଯାତ୍ରୀମାନେ ଲାଭବାନ ହେବେ । ସେ କହିଲେ ଯେ ଯାତ୍ରାର ପରିକଳ୍ପନା ଆମ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ଭାବେ ରହିଆସିଛି । ଯାତ୍ରା ମାଧ୍ୟମରେ ଆମେ କେବେ ଦେଖି ନଥିବା ଦେଶର ବିଭିନ୍ନ ଭାଗ ସହିତ ପରିଚିତ ହୋଇଥାଉ ।

ପ୍ରଧାନମନ୍ତ୍ରୀ କହିଲେ ଯେ ମା’ ଉମୀୟାଙ୍କ ଭକ୍ତମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟ ଅନେକ ଲୋକଙ୍କ ହୃଦୟକୁ ଛୁଇଁଛି । ସେମାନେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ନେଇ ସଚେତନତା ବାର୍ତ୍ତା ପ୍ରସାର କରିଛନ୍ତି । “ବେଟି ବଚାଓ, ବେଟି ପଢ଼ାଓ” ବାର୍ତ୍ତାକୁ ଅଧିକ ପ୍ରସାର କରିଥିବା ମେହଶାନା ଜିଲ୍ଲାର ମହିଳାମାନଙ୍କୁ ସେ ବିଶେଷ ଧନ୍ୟବାଦ ପ୍ରଦାନ କରିଥିଲେ ।

ମା’ ଉମୀୟାଙ୍କର ଭକ୍ତମାନେ ସ୍ୱଚ୍ଛାଗ୍ରହୀ ହୋଇ ସ୍ୱଚ୍ଛ ଭାରତ ମିଶନକୁ ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।

******