Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହରିୟାନା ସହରାଞ୍ଚଳ ବିକାଶ ପ୍ରାଧିକରଣକୁ IISWCRC ର 13111.55 ବର୍ଗ ମିଟର ଜମି ହସ୍ତାନ୍ତର ପ୍ରସ୍ତାବକୁ କେବିନେଟ ମଞ୍ଜୁରି


ଭାରତୀୟ ମୃତ୍ତିକା ଓ ଜଳ ସଂରକ୍ଷଣ ଗବେଷଣା ପ୍ରତିଷ୍ଠାନ କେନ୍ଦ୍ରର 13111.55 ବର୍ଗ ମିଟର ଜମିକୁ ହରିଆନା ସହରାଞ୍ଚଚଳ ବିକାଶ ପ୍ରାଧିକରଣକୁ ହସ୍ତାନ୍ତର ନିମନ୍ତେ ଥିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ଜମିରେ ପଞ୍ଚକୁଲାଠାରେ ମନସାଦେବୀ କମ୍ପ୍ଲେକ୍ସ (MCC)ରେ 60 ମିଟରର ପାରିପାଶ୍ୱିର୍କ ମାଷ୍ଟର ରୋଡ୍ ନିମ୍ନ ମତେ ନିର୍ମାଣ କରାଯିବ ।

କ) ବର୍ତ୍ତମାନ ସୁଦ୍ଧା ପ୍ରୟୋଗଯୋଗ୍ୟ ସଂଗ୍ରହ ହାରରେ IISWC ଗବେଷଣା କେନ୍ଦ୍ରର 13,290.30 ବର୍ଗ ମିଟର ଜମି “ହୁଡା”କୁ ପ୍ରଦାନ କରାଯିବ ।

ଖ) ଚଣ୍ଡିଗଡସ୍ଥିତ IISWC ଗବେଷଣା କେନ୍ଦ୍ରକୁ ହୁଡା 178.75 ବର୍ଗ ମିଟର ଜମି ହସ୍ତାନ୍ତର କରିବ

ଗ) IISWC ଗବେଷଣା କେନ୍ଦ୍ର ଓ ହୁଡା ମଧ୍ୟରେ 400 ବର୍ଗ ମିଟର ଜମି ପାରସ୍ପରିକ ହସ୍ତାନ୍ତରଣ କରାଯିବ ।

ପଞ୍ଚକୁଲା ମନସାଦେବୀ କମ୍ପ୍ଲେକ୍ସର ପାରିପାଶ୍ୱର୍କ ମାଷ୍ଟର ରୋଡ ନିର୍ମାଣ ସେହି କ୍ଷେତ୍ରର ବିକାଶ ଓ ପ୍ରଗତିର ସହାୟକ ହେବ ଯାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଦେଶର ଆର୍ଥିକ ବିକାଶକୁ ପ୍ରୋତ୍ସାହନ ନିମନ୍ତେ ଭିତ୍ତିଭୂମି ବିକାଶକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ଯୋଜନାର ଏହି ଜମି ହସ୍ତାନ୍ତରଣ ଅଂଶବିଶେଷ ।

****