Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହାଇଡ୍ରୋକାର୍ବନ କ୍ଷେତ୍ରରେ ବାଂଲାଦେଶ ସହିତ ସହଯୋଗ ବୁଝାମଣା ଫ୍ରେମୱାର୍କକୁ କ୍ୟାବିନେଟର ଅନୁମୋଦନ


ହାଇଡ୍ରୋକାର୍ବନ ଉଦ୍ୟୋଗ କ୍ଷେତ୍ରରେ ବାଂଲାଦେଶ ସହିତ ସହଯୋଗ ଲାଗି ଉଦ୍ଦିଷ୍ଟ ବୁଝାମଣା ଫ୍ରେମୱାର୍କକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୁଝାମଣା ଫ୍ରେମୱାର୍କର ଉଦ୍ଦେଶ୍ୟ ହେଲା ଯେ, ଦୁଇ ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ଏକ ଢ଼ାଂଚାଗତ ସହଯୋଗ ବ୍ୟବସ୍ଥା ସୃଷ୍ଟି କରାଯିବ ଯେଉଁଥିରେ କି ଉଭୟ ରାଷ୍ଟ୍ରକୁ ହାଇଡ୍ରୋକାର୍ବନ କ୍ଷେତ୍ରରେ ସମାନ ସୁବିଧା ମିଳିବ ।

ବୁଝାମଣା ଫ୍ରେମୱାର୍କ ଆଂଚଳିକ ଏବଂ ଉପ-ଆଂଚଳିକ ସ୍ତରରେ ହାଇଡ୍ରୋକାର୍ବନ ସହଯୋଗକୁ ବୃଦ୍ଧି କରିବ । ଏହି ବୁଝାମଣା ଦୁଇ ଦେଶର ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ଅନୁରୂପ ସହଯୋଗକୁ ବଢ଼ାଇବା ସହ ଦକ୍ଷିଣ ଏସିଆରେ ଶାନ୍ତି ଓ ସମୃଦ୍ଧିର ପଥକୁ ଉନ୍ମୁକ୍ତ କରିବ ।
ବୁଝାମଣା ଫ୍ରେମୱାର୍କର ଅବଧି ପାଞ୍ଚ ବର୍ଷ ରହିଥିବା ବେଳେ ଏହା କୌଣସି ପକ୍ଷ ପାଇଁ ବାଧ୍ୟବାଧକତା ରଖାଯାଇନାହିଁ ।