ପିଏମଇଣ୍ଡିଆ
ହାଇଦ୍ରାବାଦଠାରେ ଜାତୀୟ ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ କେନ୍ଦ୍ର ସ୍ଥାପନ ନିମନ୍ତେ ଏକ ରାଜିନାମା ସ୍ୱାକ୍ଷର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛି । ଭାରତ ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ତଥା ଏସିଆ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସମନ୍ୱିତ ଗ୍ରାମାଞ୍ଚଳ ବିକାଶ କେନ୍ଦ୍ର ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହେବାର ପ୍ରସ୍ତାବ ରହିଛି ।
CIRDAP ଏବଂ NIR&PR ପ୍ରତିଷ୍ଠାନ ପରିସର ବିଭିନ୍ନ ପ୍ରକାର ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମ ସମ୍ପର୍କୀତ ଜ୍ଞାନକୌଶଳ ବିନିମୟ ଓ କାର୍ଯ୍ୟକ୍ରମ ଆୟୋଜନ ଦିଗରେ ସହାୟକ ହେବ । ଏହା NIR & PR କୁ ଏକ ସଂପଦ ପୂର୍ଣ୍ଣ ପ୍ରତିଷ୍ଠାନ ଭାବେ ପରିଚିତ କରାଇବ । ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ଓ ଏହି ପ୍ରତିଷ୍ଠାନ CIRDAP ସଦସ୍ୟ ରାଷ୍ଟ୍ରଙ୍କ ସହ ମଧ୍ୟ ଯୋଗସୂତ୍ର ସ୍ଥାପନ କରିପାରିବ । ବିଶେଷ ଭାବେ ଗ୍ରାମାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ଦିଗରେ ଏହି ଉପକାରସିଦ୍ଧ ହେବ ।