Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହାନୋଇରେ ପ୍ରସିଦ୍ଧ କୁଆନ ସୁ ପାଗୋଡା ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ହାନୋଇରେ ପ୍ରସିଦ୍ଧ କୁଆନ ସୁ ପାଗୋଡା ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ହାନୋଇରେ ପ୍ରସିଦ୍ଧ କୁଆନ ସୁ ପାଗୋଡା ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଏତନାମର ହାନୋଇଠାରେ ପ୍ରସିଦ୍ଧ କୁଆନ ସୁ ପାଗୋଡା ପରିଦର୍ଶନ କରିଥିଲେ ।

ପ୍ରଧାନମନ୍ତ୍ରୀ ଗର୍ଭଗୃହରେ ପୂଜାର୍ଚ୍ଚନା କରିଥିଲେ ଏବଂ ସେଠାରେ ବୌଦ୍ଧ ଶ୍ରମଣମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ।

ବୌଦ୍ଧ ସନ୍ୟାସୀମାନଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ମନ୍ଦିର ପରିଦର୍ଶନ କରି ସେ ନିଜକୁ ଭାଗ୍ୟବାନ ମନେକରୁଛନ୍ତି । 1959 ମସିହାରେ ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏହି ସ୍ତୁପ ପରିଦର୍ଶନ କରିଥିବା କଥା ସେ ସ୍ମରଣ କରାଇଦେଇଥିଲେ ।

ଭାରତ ଓ ଭିଏତନାମ ମଧ୍ୟରେ ଦୁଇ ହଜାର ବର୍ଷର ପୁରାତନ ସଂପର୍କକୁ ଆଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ଥର ଯୁଦ୍ଧ କରିବା ପାଇଁ କିଛି ଲୋକ ଆସିଥିଲାବେଳେ ଭାରତ ସର୍ବଦା ଶାନ୍ତିର ବାର୍ତ୍ତା, ବୁଦ୍ଧଙ୍କ ବାର୍ତ୍ତା ନେଇ ଆସିଥାଏ, ଯାହା କ୍ରମେ ସମସ୍ତେ ଆପଣାଇ ନେଇଥିଲେ ।

ସେ କହିଥିଲେ ଯେ ଶାନ୍ତି ପ୍ରତିଷ୍ଠା ଦିଗରେ ବିଶ୍ୱବାସୀଙ୍କୁ ଆଗକୁ ବଢିବା ଦରକାର ଯାହା ସମସ୍ତଙ୍କ ପାଇଁ ସୁଃଖ ଏବଂ ସମୃଦ୍ଧି ଆଣିଦେବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୌଦ୍ଧ ଧର୍ମ ପ୍ରଚାରକମାନେ ଜଳପଥ ଦେଇ ଭିଏତନାମ ଆସିଥିଲେ ଏବଂ ସେଠାରେ ବୌଦ୍ଧ ଧର୍ମର ବାଣୀ ପ୍ରଚାର ପ୍ରସାର ହୋଇଥିଲା । ସେ କହିଥିଲେ ଯେ ଯେଉଁ ବୌଦ୍ଧ ଭିକ୍ଷୁମାନେ ଭାରତ ଗସ୍ତରେ ଯାଇଛନ୍ତି ସେମାନଙ୍କ ମୁଖ ମଣ୍ଡଳରେ ଅଦ୍ଭୁତ ଖୁସି ଦେଖିବାକୁ ମିଳିଛି ଏବଂ ଭାରତ ଗସ୍ତରେ ଯିବା ପାଇଁ ଆଗ୍ରହୀମାନଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି ।

ବୁଦ୍ଧଙ୍କ ଜନ୍ମସ୍ଥାନ ଖାସକରି ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ଆସିବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରିତ କରିଥିଲେ ।

****