Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହୋମିଓପାଥି ଏବଂ ପାରମ୍ପରିକ ଚିକିତ୍ସା ପଦ୍ଧତି କ୍ଷେତ୍ରରେ ଭାରତ, ବ୍ରାଜିଲ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ପାରମ୍ପରିକ ଚିକିତ୍ସା ପଦ୍ଧତି ଏବଂ ହୋମିଓପାଥି କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ବ୍ରାଜିଲ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ)କୁ ମଞ୍ଜୁରି ଦେଇଛନ୍ତି ।

ଲାଭ :

ଏହି ଏମଓୟୁ ଦ୍ୱାରା ପାରମ୍ପରିକ ଚିକିତ୍ସା ପଦ୍ଧତି କ୍ଷେତ୍ରରେ ଭାରତ ଏବଂ ବ୍ରାଜିଲ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବ । ଭାରତ ଏବଂ ବ୍ରାଜିଲର ସହଭାଗୀ ସାଂସ୍କୃତିକ ଐତିହ୍ୟକୁ ଧ୍ୟାନରେ ରଖି ଏହି ଏମଓୟୁ ଉଭୟ ଦେଶ ପାଇଁ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।

***