ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୟୁଏଇର ହାୟର କଲେଜସ୍ ଅଫ୍ ଟେକ୍ନୋଲୋଜି (HCT) ଏବଂ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାଡ୍ ଆକାଉଂଟାଂଟସ୍ ଅଫ୍ ଇଣ୍ଡିଆ (ICAI) ମଧ୍ୟରେ 2011 ରେ ସ୍ୱାକ୍ଷରିତ ଏମ୍ଓୟୁ ଏବଂ ଏମ୍ଓୟୁ ନବୀକରଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଏହି ଏମ୍ଓୟୁରେ ଥିବା ସର୍ତାବଳୀ ଅନୁଯାୟୀ, ଏଚସିଟିର ଆକାଉଂଟିଙ୍ଗ ଏବଂ ଫାଇନାନ୍ସ ସଂକ୍ରାନ୍ତୀୟ ବର୍ତମାନର ପାଠ୍ୟକ୍ରମକୁ ଅନୁଧ୍ୟାନ କରି ଆଇସିଏଆଇ ବୈଷୟିକ ସହାୟତା ଯୋଗାଇଦେବ ।
ଆଇସିଏଆଇ ନୂତନ ଏବଂ ସଂଶୋଧିତ ପାଠ୍ୟକ୍ରମ ଲାଗି ସୁପାରିସ୍ କରିବ ଯାହା ଏଚସିଟିର ଛାତ୍ରଛାତ୍ରୀଙ୍କୁ ଆଇସିଏଆଇର ବୈଷୟିକ ପେସାଦାର ପରୀକ୍ଷା ଦେବା ଏବଂ ଆଇସିଏଆଇର ସଦସ୍ୟ ହେବାରେ ସୁବିଧା ଯୋଗାଇଦେବ ।
ଏଚସିଟିରୁ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଇସିଏଆଇ ପେସାଦାର ପରୀକ୍ଷା ଦେବା ଲାଗି ଆଇସିଏଆଇ ସୁବିଧା ଯୋଗାଇଦେବ ।
ଏଚସିଟିର ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ପାଇଁ ସେମିନାର ଏବଂ କର୍ମଶାଳା ଆୟୋଜନ କରିବ ।
ଏଚସିଟି ଛାତ୍ରଛାତ୍ରୀଙ୍କ ପାଇଁ ସାର୍ଟିଫିକେଟ୍ କୋର୍ସ ପ୍ରଚଳନ ।
ଆଇସିଏଆଇ ପେସାଦାର ଏବଂ ବୈଷୟିକ ପରୀକ୍ଷା ଲାଗି ଏଚସିଟି ସୁବିଧା ଯୋଗାଇଦେବ;
ଏଚସିଟି ଏବଂ ଆଇସିଏଆଇ ଛାତ୍ରଛାତ୍ରୀ ତଥା ଶିକ୍ଷକଙ୍କ ମଧ୍ୟରେ ଭାବବିନିମୟ କାର୍ଯ୍ୟକ୍ରମ ଆୟୋଜନ କରିବେ ।
ଉଭୟ ପ୍ରତିଷ୍ଠାନ ମିଳିତ ଭାବେ ୟୁଏଇରେ ଥିବା ଏଚସିଟି କଲେଜଗୁଡ଼ିକରେ ବୈଷୟିକ କାର୍ଯ୍ୟକ୍ରମ, ସେମିନାର, କନ୍ଫରେନ୍ସ ଆଦି ଆୟୋଜନ କରିବେ ।
ଆକାଉଂଟିଙ୍ଗ, ଫାଇନାନ୍ସ ଏବଂ ଅଡିଟ୍ କ୍ଷେତ୍ରରେ ଏଚସିଟିର ସେଂଟର ଅଫ୍ ଏକ୍ସଲେନ୍ସ ଫର ଆପ୍ଲାଏଡ୍ ରିସର୍ଚ୍ଚ ଏବଂ ଟ୍ରେନିଂ (CERT) ମାଧ୍ୟମରେ ଏଚସିଟି ଏବଂ ଆଇସିଏଆଇ ପେସାଦାର ପାଠ୍ୟକ୍ରମ ଆରମ୍ଭ କରିବେ ।
******