Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

‘ୟୁନାଇଟିଂ ଇଣ୍ଡିଆ-ସର୍ଦ୍ଦାର ପଟେଲ’ ପ୍ରଦର୍ଶନୀର ପ୍ରାକ୍ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ଜାତୀୟ ବିଜ୍ଞାନ କେନ୍ଦ୍ରଠାରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ‘ୟୁନାଇଟିଂ ଇଣ୍ଡିଆ-ସର୍ଦ୍ଦାର ପଟେଲ’ ପ୍ରଦର୍ଶନୀର ପ୍ରାକ୍ ପରିଦର୍ଶନ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ଭାରତୀୟ ଐକ୍ୟର ନିଖୁଣ ଚିତ୍ର ସହ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅତୁଳନୀୟ ଅବଦାନ ପ୍ରଦର୍ଶୀତ ହୋଇଛି ।

ଏହି ପ୍ରଦର୍ଶନୀରେ ୨୦ଟି ବିଭିନ୍ନ ପ୍ରକାରର ଆଲୋଚନାମୂଳକ ଏବଂ ଗଣମାଧ୍ୟମ ଅନୁଭୂତିର ୩୦ଟି ବିଭିନ୍ନ ପ୍ରଦର୍ଶନୀ ରହିଛି । ଦର୍ଶକମାନଙ୍କ ପାଇଁ ବିଭିନ୍ନ ଡିଜିଟାଲ ଉପକରଣ ମାଧ୍ୟମରେ ଭାରତକୁ ଏକତ୍ରୀକରଣ କରିବା ଦିଗରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭୂମିକା ବିଷୟରେ ସୂଚନା ପ୍ରଦାନ କରାଯାଇଛି । ଥ୍ରୀଡି ଫିଲ୍ମ (କାଚ ବିହୀନ), ସ୍ଵହସ୍ତଲିକ୍ଷିତ ଦଲିଲ ପ୍ରୋଜେକ୍ସନ, କାଇନେଟିକ ପ୍ରୋଜେକ୍ସନ, ଅକୁଲସ ଆଧାରିତ ଭର୍ଚୁଆଲ ରିଅଲିଟି ଅନୁଭବ ଆଦିକୁ ଏଠାରେ ପ୍ରଦର୍ଶୀତ କରାଯାଇଛି ।

ଭାରତୀୟ ଜାତୀୟ ଅଭିଲେଖାଗାରରୁ ସଂଗୃହୀତ ତଥ୍ୟ ଆଧାରରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ଵାରା ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଜାତୀୟ ଡିଜାଇନ ଅନୁଷ୍ଠାନର ପରିକଳ୍ପନାରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି ।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଅକ୍ଟୋବର ୩୧, ୨୦୧୬ ରେ ପ୍ରଧାନମନ୍ତ୍ରୀ ଏହି ପ୍ରଦର୍ଶନୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।