Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ୟୁପିଏସସି ଏବଂ ସିଏସସିଏମ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ କ୍ୟାବିନେଟ ମୋହର


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ଲୋକ ସେବା ଆୟୋଗ ( ୟୁପିଏସସି) ଏବଂ ମଙ୍ଗୋଲିଆ ସିଭିଲ ସର୍ଭିସ କାଉନସିଲ (ସିଏସସିଏମ) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ସ୍ୱୀକୃତି ପ୍ରଦାନ କରାଯାଇଛି ।

ଏହି ବୁଝାମଣା ପତ୍ର କାର୍ଯ୍ୟକାରୀ ହେଲେ ୟୁପିଏସସି ଏବଂ ସିଚଏସସିଏମ ମଧ୍ୟରେ ବର୍ତ୍ତମାନ ଥିବା ସଂପର୍କ ଆହୁରି ବୃଦ୍ଧି ପାଇବ । ଉଭୟ ପକ୍ଷ ଚୟନ ପ୍ରକ୍ରିୟାରେ ପରସ୍ପର ସହ ନିଜ ନିଜର ଅଭିଜ୍ଞତା ବାଣ୍ଟି ପାରିବେ ।

*****