Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୧୨ ଅଗଷ୍ଟରେ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ଅଗଷ୍ଟ ୨୦୨୬ ପୂର୍ବାହ୍ନ ୯:୩୦ ସମୟରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ “ଟ୍ରାୟମ୍ଫ ଅଫ୍ ଦି ଇଣ୍ଡିଆନ୍ ରିପବ୍ଲିକ୍: ମାଇ ଲାଇଫ୍, ମାଇ ଷ୍ଟ୍ରଗଲ୍ସ”ର ଉନ୍ମୋଚନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଆତ୍ମଜୀବନୀର ଉନ୍ମୋଚନ ଭାରତର ଅନ୍ୟତମ ବିଶିଷ୍ଟ ଜନନାୟକଙ୍କ ଜୀବନ ଓ ଅବଦାନକୁ ସ୍ୱୀକୃତି ଦେବାର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେବ । ଏହି ଆତ୍ମଜୀବନୀ ଶ୍ରୀ ରାମନାଥ କୋବିନ୍ଦଙ୍କ ଅସାଧାରଣ ଜୀବନ ଯାତ୍ରାର ଏକ ଅତ୍ୟନ୍ତ ବ୍ୟକ୍ତିଗତ ବିବରଣୀ ପ୍ରଦାନ କରେ; ଯେଉଁଥିରେ ତାଙ୍କ ପ୍ରାରମ୍ଭିକ ଜୀବନରୁ ଆରମ୍ଭ କରି ପ୍ରତିଷ୍ଠିତ ସାର୍ବଜନୀନ ଜୀବନ ଏବଂ ଭାରତର ୧୪ତମ ରାଷ୍ଟ୍ରପତି ଭାବରେ ତାଙ୍କର କାର୍ଯ୍ୟକାଳ ପର୍ଯ୍ୟନ୍ତ ବିଭିନ୍ନ ଅନୁଭୂତି, ସଂଘର୍ଷ ଓ ସଫଳତାର ବର୍ଣ୍ଣନା ରହିଛି। ଏହି ପୁସ୍ତକ ସେହି ମୂଲ୍ୟବୋଧ, ଅନୁଭୂତି ଏବଂ ପରିସ୍ଥିତିଗୁଡିକ ଉପରେ ଆଲୋକପାତ କରେ ଯାହା ତାଙ୍କର ଜୀବନ ଯାତ୍ରା ଓ ଜନସେବାକୁ ରୂପ ଦେଇଥିଲା ।

 

SR