ପିଏମଇଣ୍ଡିଆ
୨୦୧୭-୧୮ରେ ୪,୧୦,୦୦୦ ଭୋଟବାକ୍ସ ୟୁନିଟ୍ (ବିୟୁଏସ) ଏବଂ ୩,୧୪,୦୦୦ କଂଟ୍ରୋଲ ୟୁନିଟ ଏବଂ ୨୦୧୮-୧୯ରେ ୪,୩୫,୦୦୦ ଭୋଟବାକ୍ସ ୟୁନିଟ ଏବଂ ୭୧,୭୧୬ କଂଟ୍ରୋଲ ୟୁନିଟ କ୍ରୟ କରିବା ସକାଶେ ନିର୍ବାଚନ କମିଶନ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କ୍ରୟ ସକାଶେ ଯଥାକ୍ରମେ ୟୁନିଟ ପିଛା ୭,୭୦୦/- ଏବଂ ୯,୩୦୦/- ଟଙ୍କା ପଡିବ । ଏହାର ମୋଟ ବ୍ୟୟ ପରିମାଣ ପ୍ରାୟ ୧,୦୦୯.୬ କୋଟି ଟଙ୍କା ହେବ । ଏହି କ୍ରୟ ବାଙ୍ଗାଲୋରର ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ) ଏବଂ ହାଇଦ୍ରାବାଦର ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିଃ (ଇସିଆଇଏଲ) ମାଧ୍ୟମରେ କରାଯିବ । ଏହି ଦୁଇ ସଂସ୍ଥାରେ ସେମାନଙ୍କ ଉତ୍ପାଦନ କ୍ଷମତା ଏବଂ ଅତୀତରେ ଯୋଗାଇଥିବା ଏଭଳି ମେସିନର କାର୍ଯ୍ୟକାରିତା ବିଚାରକୁ ନେଇ ନିର୍ବାଚନ କମିଶନ ତାଙ୍କ ଅର୍ଡରରେ ହ୍ରାସ ବୃଦ୍ଧି କରିପାରିବେ ବୋଲି କ୍ୟାବିନେଟ ନିର୍ବାଚନ କମିଶନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ।
ଏହି କ୍ରୟ ଫଳରେ ୨୦୦୫-୦୬ଠାରୁ କାର୍ଯ୍ୟକାରୀ ହୋଇ ଆସୁଥିବା ପୁରୁଣା ଭୋଟିଂ ମେସିନଗୁଡିକୁ ପର୍ଯ୍ୟାୟକ୍ରମେ ବାଦ ଦିଆଯିବ ଏବଂ ୨୦୧୯ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନରେ ଚାହିଦା ପୂରଣ ହୋଇପାରିବ । ଏହି କ୍ରୟର ସୁପରିଚାଳନା ବ୍ୟବସ୍ଥା କରିବାକୁ ନିର୍ବାଚନ କମିଶନଙ୍କୁ କ୍ଷମତା ପ୍ରଦାନ କରାଯାଇଛି ।