ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଜୁଲାଇ ୨୦୨୬ ଅପରାହ୍ନ ୪:୩୦ ସମୟରେ ଭିଡିଓ କନଫରରେନ୍ସିଂ ମାଧ୍ୟମରେ ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ୨୦୨୬’ର ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରିବେ ।
‘ମାଇ ଭାରତ’ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ‘ବିକଶିତ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ’ର ଲକ୍ଷ୍ୟ ହେଉଛି ଭାରତର ସୀମାବର୍ତ୍ତୀ ଗ୍ରାମଗୁଡିକୁ ଦେଶର ‘ପ୍ରଥମ ଗ୍ରାମ’ ଭାବରେ ବିବେଚନା କରିବା ଏବଂ ‘ବିକଶିତ ଭାରତ’ ଗଠନ ଦିଗରେ ସେଗୁଡିକୁ ସକ୍ରିୟ ଅଂଶୀଦାର କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ସାକାର କରିବା ।
‘ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ ୨୦୨୬’ ଦୁଇଟି ପର୍ଯ୍ୟାୟରେ ୪ ଜୁନ୍ରୁ ୩୦ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଯେଉଁଥିରେ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ୭୪ଟି ଭାଇବ୍ରାଣ୍ଟ ଗ୍ରାମ (ସୀମାବର୍ତ୍ତୀ ଗ୍ରାମ)କୁ ସାମିଲ କରାଯାଇଥିଲା । ଏକ ସର୍ବଭାରତୀୟ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତା ମାଧ୍ୟମରେ ୪୦୦ରୁ ଅଧିକ ଯୁବ ଅଂଶଗ୍ରହଣକାରୀଙ୍କୁ ଚୟନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ତିନି ଲକ୍ଷରୁ ଅଧିକ ଯୁବକ-ଯୁବତୀ ଅଂଶଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ଅଂଶଗ୍ରହଣକାରୀମାନେ ସ୍ଥାନୀୟ ସମ୍ପ୍ରଦାୟ ସହିତ ରହି ସ୍ୱଚ୍ଛତା ଅଭିଯାନ, ସରକାରୀ ଯୋଜନା ସମ୍ପର୍କରେ ସଚେତନତା ଅଭିଯାନ, ଯୁବ ସମ୍ମିଳନୀ, ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ, ବୃକ୍ଷରୋପଣ ଅଭିଯାନ, ମିନି ମଡ଼େଲ ପଞ୍ଚାୟତ ସିମୁଲେସନ, ସ୍ଥାନୀୟ କାରିଗରଙ୍କ ସହିତ ପାରସ୍ପରିକ ଆଲୋଚନା ଏବଂ ରଣନୈତିକ ଗୁରୁତ୍ୱ ଥିବା ଅନୁଷ୍ଠାନଗୁଡିକୁ ପରିଦର୍ଶନ ଭଳି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ଅଂଶଗ୍ରହଣକାରୀମାନଙ୍କୁ ଭାରତର ସୀମାନ୍ତ ଅଞ୍ଚଳର ସାମାଜିକ-ଅର୍ଥନୈତିକ ଦୃଶ୍ୟପଟ, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶମୂଳକ ଆକାଂକ୍ଷା ପ୍ରତି ପ୍ରତ୍ୟକ୍ଷ ଦୃଷ୍ଟିକୋଣ ପ୍ରଦାନ କରିବା ସହିତ ସାମ୍ପ୍ରଦାୟିକ ଅଂଶଗ୍ରହଣ, ଜାତୀୟ ସଂହତି ଏବଂ ସୀମାନ୍ତ ଗ୍ରାମଗୁଡିକର ରଣନୈତିକ ଗୁରୁତ୍ୱ ବିଷୟରେ ଗଭୀର ବୁଝାମଣାକୁ ପ୍ରୋତ୍ସାହିତ କରିଥିଲା ।
SR