Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୨୬-୨୭ ଜୁଲାରେ ତାମିଲନାଡୁ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ


ୟୁକେ ଏବଂ ମାଳଦ୍ୱୀପ ଗସ୍ତରୁ ଫେରିବା ପରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଜୁଲାଇ ରାତି ପ୍ରାୟ ୮ଟାରେ ତାମିଲନାଡୁର ଟୁଟିକୋରିନରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ୪୮୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଏବଂ ଦେଶକୁ ସମର୍ପିତ କରିବେ

୨୭ ଜୁଲାଇରେ, ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ପ୍ରାୟ ୧୨ଟାରେ ତାମିଲନାଡୁର ତିରୁଚିରାପାଲିର ଗଙ୍ଗଇକୋଣ୍ଡା ଚୋଳପୁରମ ମନ୍ଦିରରେ ଆଦି ତିରୁଭାଥିରାଇ ମହୋତ୍ସବ ସହିତ ମହାନ ଚୋଳ ସମ୍ରାଟ ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଜନ୍ମବାର୍ଷିକୀ ପାଳନରେ ଅଂଶଗ୍ରହଣ କରିବେ

ଟୁଟିକୋରିନରେ ପ୍ରଧାନମନ୍ତ୍ରୀ

ମାଳଦୀପରେ ତାଙ୍କ ଗସ୍ତ ଶେଷ କରିବା ପରେ, ପ୍ରଧାନମନ୍ତ୍ରୀ ସିଧାସଳଖ ଟୁଟିକୋରିନରେ ପହଞ୍ଚିବେ ଏବଂ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଐତିହାସିକ ପ୍ରକଳ୍ପର ଉଦ୍ଘାଟନ ଏବଂ ଉତ୍ସର୍ଗ କରିବେ ଏହି ପ୍ରକଳ୍ପଗୁଡିକ ଯୋଗୁଁ ଆଞ୍ଚଳିକ ସଂଯୋଗୀକରଣ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇବ, ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି ପାଇବା ସହ ସ୍ୱଚ୍ଛ ଶକ୍ତି ଭିତ୍ତିଭୂମିକୁ ମଜବୁତ କରିବ ଏବଂ ତାମିଲନାଡୁର ନାଗରିକମାନଙ୍କର ଜୀବନ ଧାରଣର ମାନ ଉନ୍ନତ କରିବ

ବିଶ୍ୱସ୍ତରୀୟ ବାୟୁ ଭିତ୍ତିଭୂମି ବିକାଶ ଏବଂ ସଂଯୋଗୀକରଣ ବୃଦ୍ଧି ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଟୁଟିକୋରିନ ବିମାନବନ୍ଦରରେ ନୂତନ ଟର୍ମିନାଲ ଭବନର ଉଦ୍ଘାଟନ କରିବେ ଏହାକୁ ଦକ୍ଷିଣ ଅଞ୍ଚଳର ବର୍ଦ୍ଧିତ ବିମାନ ଚାହିଦା ପୂରଣ କରିବା ପାଇଁ ଡିଜାଇନ କରାଯାଇଛି ପ୍ରଧାନମନ୍ତ୍ରୀ ଟୁଟିକୋରିନ ବିମାନ ବନ୍ଦରରେ ନୂଆ ଟର୍ମିନାଲ ଭବନର ମଧ୍ୟ ଅବଲୋକନ କରିବେ

୧୭,୫୪୦ ବର୍ଗ ମିଟର ପରିସର ବିଶିଷ୍ଟ ଏହି ଟର୍ମିନାଲର ବ୍ୟସ୍ତ ସମୟରେ (ପିକ୍ ଆୱାରରେ) ,୩୫୦ ଯାତ୍ରୀ ଏବଂ ବାର୍ଷିକ ୨୦ ଲକ୍ଷ ଯାତ୍ରୀଙ୍କୁ ପରିଚାଳନା କରିବାର କ୍ଷମତା ରହିବ ଭବିଷ୍ୟତରେ ଏହାର କ୍ଷମତା ବୃଦ୍ଧି କରି ୧୮୦୦ ବ୍ୟସ୍ତ ସମୟ ଯାତ୍ରୀ ଏବଂ ବାର୍ଷିକ ୨୫ ଲକ୍ଷ ଯାତ୍ରୀ ପରିଚାଳନା ବିଶିଷ୍ଟକୁ ସମ୍ପ୍ରସାରିତ କରାଯିବ ୧୦୦ ପ୍ରତିଶତ ଏଲ୍ଇଡି ଆଲୋକୀକରଣ, ଶକ୍ତିଦକ୍ଷ ଇଆଣ୍ଡଏମ୍ ସିଷ୍ଟମ୍ ଏବଂ ଏକ ଅନ୍ସାଇଟ୍ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ବିଶୋଧିତ ଜଳ ପୁନଃବ୍ୟବହାର ସହିତ, ଟର୍ମିନାଲଟି ଜିଆର୍ଆଇଏଚ୍ ସ୍ଥାୟୀତ୍ୱ ମୂଲ୍ୟାଙ୍କନ ହାସଲ କରିବା ପାଇଁ ନିର୍ମିତ ହୋଇଛି ଏହି ଆଧୁନିକ ଭିତ୍ତଭୂମି ଢ଼ାଞ୍ଚା ଯୋଗୁଁ ଆଞ୍ଚଳିକ ବିମାନ ସଂଯୋଗ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇବ ଏବଂ ଦକ୍ଷିଣ ତାମିଲନାଡୁରେ ପର୍ଯ୍ୟଟନ, ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି

ସଡକ ଭିତ୍ତିଭୂମି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଦୁଇଟି ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ରାଜପଥ ପ୍ରକଳ୍ପ ରାଷ୍ଟ୍ରକୁ ଉତ୍ସର୍ଗ କରିବେ ପ୍ରଥମଟି ହେଉଛି ଏନ୍ଏଚ୍୩୬ର ୫୦ କିଲୋମିଟର ସେଥିୟାଥୋପଚୋଲାପୁରମ ଷ୍ଟ୍ରେଚକୁ ଲେନ କରିବା ଏହାକୁ ବିକ୍ରବନ୍ଦିତାଞ୍ଜାଭୁର କରିଡର ଅଧୀନରେ ,୩୫୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ କରାଯାଇଛି ଏଥିରେ ତିନିଟି ବାଇପାସ, କୋଲ୍ଲିଡାମ ନଦୀ ଉପରେ ଏକ କିଲୋମିଟର ଚାରି ଲେନ ସେତୁ, ଚାରୋଟି ପ୍ରମୁଖ ସେତୁ, ସାତଟି ଫ୍ଲାଏଓଭର ଏବଂ ଅନେକ ଅଣ୍ଡରପାସ ଅନ୍ତର୍ଭୁକ୍ତ, ଯାହା ଦ୍ୱାରା ସେଠିୟାଥୋପଚୋଲାପୁରମ ମଧ୍ୟରେ ଯାତ୍ରା ସମୟ ୪୫ ମିନିଟ ହ୍ରାସ କରିବ ଏବଂ ଡେଲଟା ଅଞ୍ଚଳରେ ସାଂସ୍କୃତିକ ଏବଂ କୃଷି କେନ୍ଦ୍ରଗୁଡିକୁ ସଂଯୋଗୀକରଣକୁ ବୃଦ୍ଧି କରିବ ଦ୍ୱିତୀୟ ପ୍ରକଳ୍ପ ହେଉଛି ପ୍ରାୟ ୨୦୦ କୋଟି ଟଙ୍କାରେ ନିର୍ମିତ .୧୬ କିଲୋମିଟର ଏନଏଚ୧୩୮ ଟୁଟିକୋରିନ ବନ୍ଦର ରାସ୍ତାର ଲେନ କରିବା ଏହା ଫଳରେ ଅଣ୍ଡରପାସ ଏବଂ ସେତୁ ସୁବିଧାରେ ମାଲ ପରିବହନ ସହଜ ହେବ, ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ ଏବଂ ଭି. . ଚିଦାମ୍ବରନାର ବନ୍ଦର ଚାରିପାଖରେ ବନ୍ଦର ନେତୃତ୍ୱାଧୀନ ଶିଳ୍ପ ଅଭିବୃଦ୍ଧିକୁ ବଢ଼ାଇବ

ବନ୍ଦର ଭିତ୍ତିଭୂମି ଏବଂ ସ୍ୱଚ୍ଛ ଶକ୍ତି ପଦକ୍ଷେପକୁ ବୃଦ୍ଧି କରିବା ପାଇଁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ଭି.. ଚିଦାମ୍ବରନାର ବନ୍ଦରରେ ପ୍ରାୟ ୨୮୫ କୋଟି ମୂଲ୍ୟର .୯୬ ଏମ୍ଏମ୍ଟିପିଏ ମାଲ ପରିଚାଳନା କ୍ଷମତା ବିଶିଷ୍ଟ ଉତ୍ତର କାର୍ଗୋ ବର୍ଥ୩ର ଉଦ୍ଘାଟନ କରିବେ ଏହା ଉକ୍ତ ଅଞ୍ଚଳରେ ଡ୍ରାଏ ବଲ୍କ କାର୍ଗୋ ପରିଚାଳନା ପାଇଁ ବର୍ଦ୍ଧିତ ଚାହିତା ପୂରଣ କରିବାରେ ସାହାଯ୍ୟ କରିବ, ଯାହା ଦ୍ୱାରା ସାମଗ୍ରିକ ବନ୍ଦର ଦକ୍ଷତା ଉନ୍ନତ ହେବ ଏବଂ କାର୍ଗୋ ପରିଚାଳନା ଲଜିଷ୍ଟିକ୍ସକୁ ଉନ୍ନତ କରାଯିବ

ପ୍ରଧାନମନ୍ତ୍ରୀ ଦକ୍ଷିଣ ତାମିଲନାଡୁରେ ସ୍ଥାୟୀ ଏବଂ ଦକ୍ଷ ସଂଯୋଗକୁ ବୃଦ୍ଧି କରିବା ପାଇଁ ତିନିଟି ପ୍ରମୁଖ ରେଳ ଭିତ୍ତଭୂମି ପ୍ରକଳ୍ପର ଲୋକାର୍ପଣ କରିବେ ୯୦ କିଲୋମିଟର ମଦୁରାଇବୋଦିନାୟକ୍କନୁର ଲାଇନ ବିଦ୍ୟୁଦୀକରଣ ପରିବେଶ ଅନୁକୂ ପରିବହନକୁ ପ୍ରୋତ୍ସାହିତ କରିବ ଏବଂ ମଦୁରାଇ ତଥା ଥେନିରେ ପର୍ଯ୍ୟଟନ ଏବଂ ଯାତାୟତ ବୃଦ୍ଧି କରିବ ତିରୁଅନନ୍ତପୁରମକନ୍ୟାକୁମାରୀ ପ୍ରକଳ୍ପ ଅନ୍ତର୍ଗତ, ୨୧ କିଲୋମିଟର ଲମ୍ବା ନାଗରକୋଇଲ ଟାଉନକନ୍ୟାକୁମାରୀ ସେକ୍ସନର ୬୫୦ କୋଟି ଟଙ୍କାର ଦୋହରୀକରଣ ତାମିଲନାଡୁ ଏବଂ କେରଳ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ ଏଥିସହ ଆରଲଭୟମୋଝିନାଗରକୋଇଲ ଜଙ୍କସନ (୧୨.୮୭ କିଲୋମିଟର) ଏବଂ ତିରୁନେଲଭେଲିମଲୋପଲାୟମ୍ (. କିଲୋମିଟର) ସେକ୍ସନର ଦୋହରୀକରଣ ଦ୍ୱାରା ଚେନ୍ନାଇକନ୍ୟାକୁମାରୀ ଭଳି ପ୍ରମୁଖ ଦକ୍ଷିଣ ମାର୍ଗରେ ଯାତ୍ରା ସମୟ ହ୍ରାସ ପାଇବ ଏହାଛଡା ଯାତ୍ରୀ ଏବଂ ମାଲ ପରିବହନ କ୍ଷମତାରେ ଉନ୍ନତି ଆଣି ଆଞ୍ଚଳିକ ଅର୍ଥନୈତିକ ସମନ୍ୱୟ ବୃଦ୍ଧି ପାଇବ।

ରାଜ୍ୟର ବିଦ୍ୟୁତ ଭିତ୍ତିଭୂମିକୁ ଆହୁରି ମଜବୁତ ତଥା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ପ୍ରମୁଖ ବିଦ୍ୟୁତ ପରିବହନ ପ୍ରକଳ୍ପକୁଡାନକୁଲମ ପରମାଣୁ ବିଦ୍ୟୁତ କେନ୍ଦ୍ରର ୟୁନିଟ ଏବଂ ( x ୧୦୦୦ ମେଗାୱାଟ)ରୁ ବିଦ୍ୟୁତ ଯୋଗାଣ ପାଇଁ ଆନ୍ତଃରାଜ୍ୟ ପରିବହନ ପ୍ରଣାଳୀ (ଆଇଏସ୍ଟିଏସ୍) ଶିଳାନ୍ୟାସ କରିବେ ପ୍ରାୟ ୫୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ଏହି ପ୍ରକଳ୍ପରେ କୁଡାନକୁଲମରୁ ଟୁଟିକୋରିନ ଜିଆଇଏସ୍ ସବଷ୍ଟେସନ ଏବଂ ସମ୍ପୃକ୍ତ ଟର୍ମିନାଲ ଉପକରଣ ପର୍ଯ୍ୟନ୍ତ ୪୦୦ କେଭି (କ୍ୱାଡ) ଡବଲସରକିଟ ପରିବହନ ଲାଇନ ଅନ୍ତର୍ଭୁକ୍ତ ହେବ ଏହା ଜାତୀୟ ଗ୍ରୀଡକୁ ସୁଦୃଢ଼ କରିବା, ନିର୍ଭରଯୋଗ୍ୟ ସ୍ୱଚ୍ଛ ଶକ୍ତି ବଣ୍ଟନ ସୁନିଶ୍ଚିତ କରିବା ଏବଂ ତାମିଲନାଡୁ ତଥା ଅନ୍ୟାନ୍ୟ ଲାଭାର୍ଥୀ ରାଜ୍ୟଗୁଡିକର ବର୍ଦ୍ଧିତ ବିଦ୍ୟୁତ ଚାହିଦା ପୂରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ

ତିରୁଚିରାପଲ୍ଲୀରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଗଙ୍ଗୋଇକୋଣ୍ଡା ଚୋଳପୁରମ୍ ମନ୍ଦିରରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ସମୟରେ ଆଦି ତିରୁବଥୀରାଇ ମହୋତ୍ସବ ପାଳନ କରି ଭାରତର ଅନ୍ୟତମ ହାନ ସମ୍ରାଟ ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ସମ୍ମାନାର୍ଥେ ଏକ ସ୍ମାରକୀ ମୁଦ୍ରା ଜାରି କରିବେ

ଏହି ସ୍ୱତନ୍ତ୍ର ଉତ୍ସବ ଦକ୍ଷିଣ ପୂର୍ବ ଏସିଆକୁ ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ପ୍ରସିଦ୍ଧ ନୌବାଣିଜ୍ୟ ଅଭିଯାନର ହଜାର ବର୍ଷ ପୂର୍ତ୍ତୀ ଏବଂ ଚୋଳ ସ୍ଥାପତ୍ୟର ଏକ ଚମତ୍କାର ଉଦାହରଣ, ପ୍ରତୀକାତ୍ମକ ଗଙ୍ଗୋଇକୋଣ୍ଡା ଚୋଳପୁରମ ମନ୍ଦିର ନିର୍ମାଣ ଆରମ୍ଭ ସମ୍ପର୍କରେ ମଧ୍ୟ ସ୍ମରଣ କରାଇଥାଏ

ରାଜେନ୍ଦ୍ର ଚୋଳ ପ୍ରଥମ (୧୦୧୪୧୦୪୪ ଖ୍ରୀଷ୍ଟାବ୍ଦ) ଭାରତୀୟ ଇତିହାସର ସବୁଠାରୁ ଶକ୍ତିଶାଳୀ ଏବଂ ଦୂରଦୃଷ୍ଟିସମ୍ପନ୍ନ ଶାସକଙ୍କ ମଧ୍ୟରୁ ଜଣେ ଥିଲେ ତାଙ୍କ ନେତୃତ୍ୱରେର, ଚୋଳ ସାମ୍ରାଜ୍ୟ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଏହାର ପ୍ରଭାବ ବିସ୍ତାର କରିଥିଲା ସେ ତାଙ୍କର ବିଜୟ ଅଭିଯାନ ପରେ ଗଙ୍ଗୋଇକୋଣ୍ଡା ଚୋଳପୁରମକୁ ସାମ୍ରାଜ୍ୟର ରାଜଧାନୀ ଭାବରେ ପ୍ରତିଷ୍ଠା କରିଥିଲେ ସେଠାରେ ସେ ଯେଉଁ ମନ୍ଦିର ନିର୍ମାଣ କରିଥିଲେ, ତାହା ୨୫୦ ବର୍ଷରୁ ଅଧିକ ସମୟ ଧରି ଶୈବ ଭକ୍ତି, ସ୍ମାରକୀ ସ୍ଥାପତ୍ୟ ଏବଂ ପ୍ରଶାସନିକ ଦକ୍ଷତାର ଏକ ଆଲୋକବର୍ତ୍ତିକା ଭାବରେ କାର୍ଯ୍ୟ କରିଥିଲା ଆଜି, ମନ୍ଦିରଟି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ଠିଆ ହୋଇଛି, ଯାହା ଏହାର ଜଟିଳ ମୂର୍ତ୍ତି, ଚୋଳ ବ୍ରୋଞ୍ଜ ପ୍ରତିମା ଏବଂ ପ୍ରାଚୀନ ଶିଳାଲେଖ ପାଇଁ ପ୍ରସିଦ୍ଧ

ଆତି ତିରୁବଥୀରାଇ ଉତ୍ସବ ମଧ୍ୟ ସମୃଦ୍ଧ ତାମିଲ ଶୈବ ଭକ୍ତି ପରମ୍ପରାକୁ ପାଳନ କରେ, ଯାହାକୁ ଚୋଳମାନଙ୍କ ଦ୍ୱାରା ଉତ୍ସାହର ସହିତ ସମର୍ଥନ କରାଯାଇଛି ଏବଂ ତାମିଲ ଶୈବ ଧର୍ମର ସନ୍ଥକବି୩୬ ନୟନମାରଙ୍କ ଦ୍ୱାରା ଅମର କରାଯାଇଛି ଉଲ୍ଲେଖନୀୟ ଯେ, ରାଜେନ୍ଦ୍ର ଚୋଳଙ୍କ ଜନ୍ମ ନକ୍ଷତ୍ର, ତିରୁବଥୀରାଇ (ଆର୍ଦ୍ରା), ୨୩ ଜୁଲାଇରୁ ଆରମ୍ଭ ହେଉଛି, ଯାହା ଫଳରେ ଚଳିତ ବର୍ଷର ଉତ୍ସବ ଅଧିକ ଗୁରୁତ୍ୱପୂର୍ଣ୍ଣ

 

SR